ଟେଲିମେଡିସିନ ସେବା ନମ୍ବର ଅଚଳ

କଟକ,୩୧ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ଲୋକମାନଙ୍କ ହାତପାହାନ୍ତାରେ ଚିକିତ୍ସା ସେବା ଯୋଗାଇବା ଉଦ୍ଦେଶ୍ୟରେ ରହିଛି ଟେଲି ମେଡିସିନ ସେବା। ଫୋନ୍‌ କରି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ବିଶେଷଜ୍ଞ ଡାକ୍ତରଙ୍କଠାରୁ ପରାମର୍ଶ ଗ୍ରହଣ କରିଥାଆନ୍ତି। ହେଲେ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏହି ଟେଲିମେଡିସିନ ସେବା ଏବେ ଠିକ୍‌ରେ କାମ କରୁ ନାହିଁ। ଏଠାରେ ଟେଲିମେଡିସିନ୍‌ ସେବା ପାଇଁ ଜାରି ହୋଇଥିବା ୨ଟି ଫୋନ୍‌ ନମ୍ବର ୭୬୫୫୦୫୧୬୦୪ ଏବଂ ୭୬୫୫୦୫୧୬୦୫ କାର୍ଯ୍ୟକ୍ଷମ ନାହିଁ। ଫୋନ୍‌ କଲେ ଇନ୍‌କମିଂ କଲ ଉପଲବ୍ଧ ନ ଥିବା ଶୁଣିବାକୁ ମିଳୁଛି। ଫଳରେ ଲୋକଙ୍କ ସେବା ପାଇଁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥା ଏସ୍‌ସିବି ଭଳି ବଡ଼ ହସ୍ପିଟାଲ୍‌ରେ ଅଚଳ ହୋଇପଡ଼ିଛି। ଅପରପକ୍ଷରେ ଏହି ନମ୍ବର କାମ କରୁ ନ ଥିବା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ନ ଥିବା କୁହାଯାଉଛି। ଏନେଇ ମେଡିକାଲର ବରିଷ୍ଠ ଅଧିକାରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳୁ ନାହିଁ।
ସୂଚନାନୁଯାୟୀ, ୨୪ ଘଣ୍ଟିଆ ଟେଲିମେଡିସିନ ସେବା ଦ୍ୱାରା ବିଭିନ୍ନ ଜିଲାର ରୋଗୀମାନେ ଯେକୌଣସି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇପାରନ୍ତି। ଏହାଦ୍ୱାରା ଫୋନ୍‌ ମାଧ୍ୟମରେ ରୋଗୀ ସହଜରେ ନିଜର ସ୍ବାସ୍ଥ୍ୟସେବା ସମସ୍ୟା ସମ୍ପର୍କରେ ଜଣାଇପାରନ୍ତି। ଡାକ୍ତର ରୋଗୀଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ଏହାର ଉପଶମ ଲାଗି ଔଷଧର ପରାମର୍ଶ ଦିଅନ୍ତି। ଏସ୍‌ସିବି ମେଡିକାଲରେ ୨୦୨୦ ଏପ୍ରିଲରେ ଏହି ସେବା ଆରମ୍ଭ ହୋଇଥିଲା। ଏଥିପାଇଁ ୨ଟି ନମ୍ବର ମଧ୍ୟ ଜାରି କରାଯାଇଥିଲା। କୋଭିଡ୍‌ ମହାମାରୀ ସମୟରେ ଏହି ସେବା ଆରମ୍ଭ ହୋଇଥିବାରୁ ଏହା ବେଶ୍‌ ଫଳପ୍ରଦ ହୋଇଥିଲା। ଏପରି କି କୌଣସି ସ୍ବାସ୍ଥ୍ୟ ସମସ୍ୟା ଯଥା ସାମାନ୍ୟ ଥଣ୍ଡା, ଜ୍ୱର, କାଶ, ପେଟ ଯନ୍ତ୍ରଣା, ବାନ୍ତି ଆଦି ହେଲେ ରୋଗୀ ଏହି ଟେଲିମେଡିସିନ ସେବା ଦ୍ୱାରା ଯୋଗାଯୋଗ କରି ପାରୁଥିଲେ। ସେହି ସମୟରେ ମେଡିକାଲ୍‌ରେ ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ଓ ଗହଳି କମାଇବା ଲାଗି ଟେଲିମେଡିସିନର ସହଯୋଗ ନେବାକୁ ମେଡିକାଲ କର୍ତ୍ତୃପକ୍ଷ ପରାମର୍ଶ ଦେଉଥିଲେ। ହେଲେ ୨୦୨୨ ଏପ୍ରିଲ, ମେ ଏବଂ ଜୁନ୍‌ରେ ଏହି ସେବା ବନ୍ଦ ହୋଇଯାଇଥିଲା। ଫଳରେ ଲୋକମାନେ ଫୋନ୍‌ ଯୋଗେ ଡାକ୍ତରଙ୍କ ପରାମର୍ଶ ନେଇ ପାରି ନ ଥିଲେ। ତେବେ ଗତ ଡିସେମ୍ବରରେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ଏସ୍‌ସିବି ମେଡିକାଲର ଟେଲିମେଡିସିନ ସେବା ପାଇଁ ଫୋନ ଉଠାଇବା ଲାଗି ୧୦ଜଣ କର୍ମଚାରୀଙ୍କୁ ସ୍ବତନ୍ତ୍ର ନିଯୁକ୍ତି ମିଳିଛି। ରୋଗୀଙ୍କ ଫୋନ ଆସିବା ମାତ୍ରେ ସେମାନେ ରୋଗୀଙ୍କ ନାମ, ଠିକଣା ଓ ରୋଗ ସମ୍ପର୍କରେ ପଚାରି ବୁଝିବେ। ରେଜିଷ୍ଟରରେ ସେମାନଙ୍କ ତଥ୍ୟ ଟିପି ରଖିବେ। ତା’ପରେ ଡାକ୍ତରଙ୍କ ନିକଟକୁ ରୋଗୀଙ୍କ ଫୋନ୍‌ କଲ୍‌ ଫରୱାର୍ଡ କରିବେ। ରୋଗୀ ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇ ରୋଗର ଉପଶମ ଲାଗି ପରାମର୍ଶ ଗ୍ରହଣ କରିଥାନ୍ତି। ହେଲେ ଏହି ସେବା ଏବେ ଉପଲବ୍ଧ ନ ଥିବାରୁ ରୋଗୀ ଓ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏନେଇ ଏସ୍‌ସିବି ମେଡିକାଲକୁ ବ୍ରହ୍ମପୁରରୁ ଆସିଥିବା ପଣ୍ଡା ପ୍ରଧାନ କହନ୍ତି, ଭାଇର ଜଣ୍ଡିସ ଯୋଗୁଁ ସପ୍ତାହ ହେବ ଏଠାରେ ଅଛି। ପ୍ରଥମେ ଟେଲିମେଡିସିନ ଯୋଗେ ଜାରି କରାଯାଇଥିବା ନମ୍ବରରେ ଯୋଗାଯୋଗ କରିଥିଲି, ହେଲେ ନମ୍ବରରେ ଯୋଗାଯୋଗ ହୋଇ ପାରି ନ ଥିଲା। ବହୁ ଚେଷ୍ଟା କରିବା ପରେ ଏସ୍‌ସିବି ମେଡିକାଲ ଆସିଛି। ଏହି ଟେଲିମେଡିସିନ ସେବାରେ ଜାରି କରାଯାଇଥିବା ନମ୍ବରକୁ ଯାଞ୍ଚ କରାଯାଉ ଏବଂ ଏହାକୁ ତୁରନ୍ତ ସେବାରେ ଉପଯୋଗୀ କରାଯାଇପାରିଲେ ବହୁ ଲୋକ ଉପକୃତ ହୋଇପାରିବେ। ସେହିପରି ମୟୂରଭଞ୍ଜରୁ ଏସ୍‌ସିବିକୁ ଆସିଥିବା ଯତିନ୍‌ ନାୟକ କହିଛନ୍ତି, ଏଠାରେ ଟେଲିମେଡିସିନ ସେବା ସୁବିଧା ରହିଛି, ହେଲେ ଯୋଗାଯୋଗ କଲେ ନମ୍ବର ଲାଗୁ ନାହିଁ। ଏହି ସେବା ଯୋଗୁ ବହୁ ରୋଗୀ ଓ ସମ୍ପର୍କୀୟ ଉପକୃତ ହୋଇଥାନ୍ତି। ଏହାକୁ କାର୍ଯ୍ୟକାରୀ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ଏନେଇ ମେଡିକାଲ ଜରୁରିକାଳୀନ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରି ନ ଥିବାବେଳେ ଟେଲିମେଡିସିନ୍‌ ସେବା ଦାୟିତ୍ୱରେ ଥିବା ଅଧିକାରୀ ଏସ୍‌.ଏନ୍‌. ରାଉତରାୟ ମଧ୍ୟ ଏନେଇ କାୈଣସି ମତ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri