ହାଇଦ୍ରାବାଦ,୧୩।୮: ନିର୍ବାଚନୀ ସତ୍ୟପାଠ ଅଦଳବଦଳ ଅଭିଯୋଗରେ ତେଲେଙ୍ଗାନା ଅବକାରୀ ମନ୍ତ୍ରୀ ଭି ଶ୍ରୀନିବାସ ଗୌଡଙ୍କ ବିରୋଧରେ ମାମଲା ଦାୟର ହୋଇଛି। ହାଇଦ୍ରାବାଦ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।ତେବେ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଏଫଆଇଆରରେ ପ୍ରଥମ ଅଭିଯୁକ୍ତ ଭାବେ ଗୌଡଙ୍କ ନାମ ତାଲିକାଭୁକ୍ତ ହେବା ସହ ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ସହ-ଅଭିଯୁକ୍ତ ଭାବେ ତାଲିକାଭୁକ୍ତ କରାଯାଇଛି।
ହାଇଦ୍ରାବାଦରେ ନିର୍ବାଚିତ ସାଂସଦ ଏବଂ ବିଧାୟକଙ୍କ ସହ ଜଡିତ ଆପରାଧିକ ମାମଲାର ଶୁଣାଣି କରୁଥିବା କୋର୍ଟ ମହବୁବନଗର ବାସିନ୍ଦାଙ୍କ ବ୍ୟକ୍ତିଗତ ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ମାମଲା ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୧ରେ ରୁଜୁ ହୋଇଥିବା ମାମଲାରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ଶଶାଙ୍କ ଗୋୟଲ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଅଭିଯୁକ୍ତ ଭାବେ ରଖାଯାଇଛି। ଅଭିଯୋଗକାରୀ ଗୌଡାଙ୍କ ନାମ ବ୍ୟତୀତ ନିର୍ବାଚନ କମିଶନରଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଥିଲେ।
ଅଭିଯୋଗନୁସାରେ ୨୦୧୮ ନିର୍ବାଚନୀ ସତ୍ୟପାଠରେ ତଥ୍ୟକୁ ଲୁଚାଇ ସେଗୁଡିକୁ ଅଦଳବଦଳ କରିଥିଲେ।


