Posted inଜାତୀୟ

ତେଲଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ବିଧାୟକଙ୍କୁ ସୁରକ୍ଷା ଦେବାକୁ ହାଇଦ୍ରାବାଦରେ ପହଞ୍ଚିଲେ ଡି.କେ ଶିବକୁମାର

ନୂଆଦିଲ୍ଲୀ,୩।୧୨: ତେଲଙ୍ଗାନାରେ ମ୍ୟାଜିକ ନମ୍ବର ଅତିକ୍ରମ କରିବା ପରେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ୧୦ଜଣ ମନ୍ତ୍ରୀଙ୍କ ସହ ତେଲେଙ୍ଗାନାର ହାଇଦ୍ରାବାଦରେ ପହଞ୍ଚିଛନ୍ତି। ଦଳର ନେତାଙ୍କୁ ଏକାଠି ରଖିବା ପାଇଁ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଦାୟିତ୍ୱ ଦେଇଛନ୍ତି।

ବିଜୟ ପରେ ପ୍ରତ୍ୟେକ ବିଧାୟକ ପ୍ରାର୍ଥୀଙ୍କୁ ଏକାଠି ରଖିବା ପାଇଁ କଂଗ୍ରେସ ଯୋଜନା କରିଛି। ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଗଣନା କରାଯାଉଥିବାରୁ ଦିନସାରା ପ୍ରାର୍ଥୀମାନଙ୍କ ପାଇଁ ଜଣେ ଲୋକ ସୁରକ୍ଷା ପାଇଁ ରହିଥିବା ସୂଚନା ମିଳିଛି। ସେହିପରି ବିଧାୟକ ମାନଙ୍କୁ ଅନ୍ୟତ୍ର ନେବା ପାଇଁ ହାଇଦ୍ରାବାଦର ତାଜ କୃଷ୍ଣ ହୋଟେଲ ବାହାରେ ଷ୍ଟାଣ୍ଡବାଇରେ ବସ ରହିଥିବା ଦେଖିବାକୁ ମିଳିଥିଲା, ଯାହା କଂଗ୍ରେସ ଦଳ ପାଇଁ ବୋଲି ସୂତ୍ରରୁ ଜଣା ପଡିଛି।

କଂଗେସର ସଂକଟମୋଚନ ଭାବେରେ ଜଣା ଶିବକୁମାର ଶନିବାର ଦିନ କହିଛନ୍ତି ଯେ ତାଙ୍କ ବିଧାୟକଙ୍କ ଉପରେ ତଥା ତେଲେଙ୍ଗାନାରେ କଂଗ୍ରେସର ବିଜୟରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ପୁରାତନ ଦଳର ବିଧାୟକଙ୍କୁ ଠକିବା ଅସମ୍ଭବ। ଫଳାଫଳ ଘୋଷଣା ପୂର୍ବରୁ କର୍ଣ୍ଣାଟକର ରିସର୍ଟ ଏବଂ ହୋଟେଲକୁ ନିକଟରେ ଭୋଟ୍ ଦେଇଥିବା ପାଞ୍ଚଟି ରାଜ୍ୟରୁ ସମସ୍ତ ବିଜେତା ପ୍ରାର୍ଥୀ ଆଣିବାକୁ ତାଙ୍କ ଦଳ ପକ୍ଷରୁ କୁହାଯାଇଥିବା ରିପୋର୍ଟକୁ ସେ ଅସ୍ୱୀକାର କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ଲୋକ ତେଲେଙ୍ଗାନାରେ ବିଜେତା କଂଗ୍ରେସ ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ କଂଗ୍ରେସ ଦଳ ଏହାକୁ ସ୍ଥାନୀୟ ନେତୃତ୍ୱ ସାହାଯ୍ୟରେ ପରିଚାଳନା କରାଯିବ ବୋଲି କହିଛନ୍ତି ଶିବକୁମାର।

 


Enter your email to get our daily news in your inbox.

All Right Reserved By Dharitri.Com

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ LPG ସିଲିଣ୍ଡର, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗ୍ୟାସ ଯୋଗାଣକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ…

ଗ୍ୟାସ ସିଲିଣ୍ଡର ବୁକ୍‌ କରିବା ହେଲା ସହଜ! WhatsAppଠାରୁ ମିସ୍ଡ କଲ ପର୍ଯ୍ୟନ୍ତ ଘରେ ବସି କରନ୍ତୁ…

ନୂଆଦିଲ୍ଲୀ,୧୪।୩: ଦେଶର ଲକ୍ଷ ଲକ୍ଷ LPG ଗ୍ରାହକଙ୍କ ପାଇଁ, ଗ୍ୟାସ ସିଲିଣ୍ଡର ବୁକିଂ ପୂର୍ବ ଅପେକ୍ଷା ଏବେ ସହଜ ହୋଇଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ…

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

LPG ସଙ୍କଟ ମଧ୍ୟରେ ଚାକିରି ହରାଇଲେଣି ବହୁ ଡେଲିଭରି ବୟ! ଅନେକ ପରିବାର ଉପବାସରେ, ସରକାରଙ୍କୁ ଗୁହାରି କଲେ…

ନୂଆଦିଲ୍ଲୀ,୧୪।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଯୋଗୁ ବିଶ୍ୱବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସିଧାସଳଖ ଭାରତର ଖାଦ୍ୟ ଯୋଗାଣ ଏବଂ ଗିଗ କର୍ମଚାରୀମାନଙ୍କୁ ପ୍ରଭାବିତ କରିଛି। ପୁଣେରୁ…

ଏପ୍ରିଲ ୧ରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୧୪।୩: ଚଳିତବର୍ଷ କେନ୍ଦ୍ରୀୟ ବଜେଟରେ ଆୟକର ଆଇନରେ ଅନେକ ସଂଶୋଧନ କରାଯାଇଥିଲା, ଯାହାର ଲକ୍ଷ୍ୟ ନିୟମକୁ ସରଳ କରିବା ଏବଂ କରଦାତାଙ୍କ ପାଇଁ ପ୍ରକ୍ରିୟାଗତ ବୋଝ ହ୍ରାସ…

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାଶନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଜେଲ୍‌ରୁ ବାହାରିବେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୧୪।୩: ଲଦାଖରେ ହିଂସା ଘଟଣାରେ ଗିରଫ ହୋଇଥିବା ସାମାଜିକ କର୍ମୀ ତଥା ଇଞ୍ଜିନିୟର ସୋନମ ୱାଙ୍ଗଚୁକଙ୍କୁ ଜେଲ୍‌ରୁ ମୁକ୍ତି ଦେବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri