Posted inଜାତୀୟ

ଭାଜପାର ଷ୍ଟାର ପ୍ରଚାରକ ତାଲିକାରୁ ହଟିଲା ତେଜସ୍ବୀ ସୂର୍ଯ୍ୟାଙ୍କ ନାମ, କଂଗ୍ରେସ ନେଲା ମଜା

ବେଙ୍ଗାଲୁରୁ,୨୦।୪: ଦକ୍ଷିଣ ବେଙ୍ଗାଲୁରୁର ଏମପି ତେଜସ୍ବୀ ସୂର୍ଯ୍ୟାଙ୍କ ନାମ କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭାରତୀୟ ଜନତା ପାର୍ଟି(ଭାଜପା) ଷ୍ଟାର ପ୍ରଚାରକ ତାଲିକାରେ ନାହିଁ। ତେଜସ୍ବୀ ଆରଏସଏସର ସ୍ବୟଂସେବକ ଓ ଭାଜପାର ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ରହିଛନ୍ତି। ସେ ତାଙ୍କ ମଜଭୁତ ହିନ୍ଦୁତ୍ୱ ରାଜନୀତି ପାଇଁ ଜଣାଶୁଣା। ତେଜସ୍ବୀ ତ୍ରିପୁରାରେ ଦଳର ଷ୍ଟାର ପ୍ରଚାରକ ବୋଲି କୁହାଯାଏ।

ଏବେ ତେଜସ୍ବୀ ନନ୍ଦିନ ଷ୍ଟୋର ଯାଇଥିବା ରାହୁଲ ଗାନ୍ଧୀଙ୍କୁ ଆଲୋଚନା କରିବା, ସୁଦାନରେ କନ୍ନଡଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଟାର୍ଗେଟ କରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏଥର ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଅମିତ ଶାହା, ନିତିନ ଗଡକରି, ହିମନ୍ତ ବିଶ୍ୱା ସରମା, ଦେବେନ୍ଦ୍ର ଫଡନଭିସ, ସ୍ମୃତି ଇରନି, ନିର୍ମଳା ସୀତାରମଣ ରହିଛନ୍ତି।
ଏହାକୁ ନେଇ କଂଗ୍ରେସ ତେଜସ୍ବୀଙ୍କୁ ‘ନଫରତି ଚିଣ୍ଟୁ’ କହିବା ସହ ତାଙ୍କ ରାଜ୍ୟରେ ବି ତାଙ୍କୁ କେହି ପଚାରନ୍ତି ନାହିଁ ବୋଲି କହିଛି। ଆଉ ଏବେ ତାଙ୍କ ପାଇଁ ଉଚ୍ଚା ଘୋଡାରୁ ତଳକୁ ଆସିବାର ସମୟ ଆସିଯାଇଥିବା କଥା କହିଛି କଂଗ୍ରେସ। ସୂଚନାଯୋଗ୍ୟ, ତେଜସ୍ବୀ ସୂର୍ଯ୍ୟା ନିକଟରେ ଏକ ଇଣ୍ଡିଗୋ ଫ୍ଲାଇଟର ଏମରଜେନ୍ସି ଏକଜିଟକୁ ଭୁଲରେ ଖୋଲିଦେଇଥିବା ଘଟଣାରେ ବିବାଦରେ ଫସି ଯାଇଥିଲେ। ଏହି କାରଣରୁ ବିମାନ ଯାତ୍ରୀଙ୍କୁ ବିଳମ୍ବର ସାମ୍ନା କରିବାକୁ ପଡିଥିଲା। ସେ ଇଣ୍ଡିଗୋ ଫ୍ଲାଇଟାରେ ଯାତ୍ରା କରୁଥିଲେ। ଏହି ଘଟଣାର ସପ୍ତାହେ ପରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବଡ଼ ଧରଣର ଟ୍ରେନ ଦୁର୍ଘଟଣା: ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ, ୫ କୋଚ୍..

ନୂଆଦିଲ୍ଲୀ, ୨୦।୧୨:  ଆସାମରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ଟ୍ରେନ୍ ନମ୍ବର ୨୦୫୦୭ DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲକୁ ଧକ୍କା...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri