Posted inଜାତୀୟ

ଭାଜପାର ଷ୍ଟାର ପ୍ରଚାରକ ତାଲିକାରୁ ହଟିଲା ତେଜସ୍ବୀ ସୂର୍ଯ୍ୟାଙ୍କ ନାମ, କଂଗ୍ରେସ ନେଲା ମଜା

ବେଙ୍ଗାଲୁରୁ,୨୦।୪: ଦକ୍ଷିଣ ବେଙ୍ଗାଲୁରୁର ଏମପି ତେଜସ୍ବୀ ସୂର୍ଯ୍ୟାଙ୍କ ନାମ କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭାରତୀୟ ଜନତା ପାର୍ଟି(ଭାଜପା) ଷ୍ଟାର ପ୍ରଚାରକ ତାଲିକାରେ ନାହିଁ। ତେଜସ୍ବୀ ଆରଏସଏସର ସ୍ବୟଂସେବକ ଓ ଭାଜପାର ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ରହିଛନ୍ତି। ସେ ତାଙ୍କ ମଜଭୁତ ହିନ୍ଦୁତ୍ୱ ରାଜନୀତି ପାଇଁ ଜଣାଶୁଣା। ତେଜସ୍ବୀ ତ୍ରିପୁରାରେ ଦଳର ଷ୍ଟାର ପ୍ରଚାରକ ବୋଲି କୁହାଯାଏ।

ଏବେ ତେଜସ୍ବୀ ନନ୍ଦିନ ଷ୍ଟୋର ଯାଇଥିବା ରାହୁଲ ଗାନ୍ଧୀଙ୍କୁ ଆଲୋଚନା କରିବା, ସୁଦାନରେ କନ୍ନଡଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଟାର୍ଗେଟ କରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏଥର ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଅମିତ ଶାହା, ନିତିନ ଗଡକରି, ହିମନ୍ତ ବିଶ୍ୱା ସରମା, ଦେବେନ୍ଦ୍ର ଫଡନଭିସ, ସ୍ମୃତି ଇରନି, ନିର୍ମଳା ସୀତାରମଣ ରହିଛନ୍ତି।
ଏହାକୁ ନେଇ କଂଗ୍ରେସ ତେଜସ୍ବୀଙ୍କୁ ‘ନଫରତି ଚିଣ୍ଟୁ’ କହିବା ସହ ତାଙ୍କ ରାଜ୍ୟରେ ବି ତାଙ୍କୁ କେହି ପଚାରନ୍ତି ନାହିଁ ବୋଲି କହିଛି। ଆଉ ଏବେ ତାଙ୍କ ପାଇଁ ଉଚ୍ଚା ଘୋଡାରୁ ତଳକୁ ଆସିବାର ସମୟ ଆସିଯାଇଥିବା କଥା କହିଛି କଂଗ୍ରେସ। ସୂଚନାଯୋଗ୍ୟ, ତେଜସ୍ବୀ ସୂର୍ଯ୍ୟା ନିକଟରେ ଏକ ଇଣ୍ଡିଗୋ ଫ୍ଲାଇଟର ଏମରଜେନ୍ସି ଏକଜିଟକୁ ଭୁଲରେ ଖୋଲିଦେଇଥିବା ଘଟଣାରେ ବିବାଦରେ ଫସି ଯାଇଥିଲେ। ଏହି କାରଣରୁ ବିମାନ ଯାତ୍ରୀଙ୍କୁ ବିଳମ୍ବର ସାମ୍ନା କରିବାକୁ ପଡିଥିଲା। ସେ ଇଣ୍ଡିଗୋ ଫ୍ଲାଇଟାରେ ଯାତ୍ରା କରୁଥିଲେ। ଏହି ଘଟଣାର ସପ୍ତାହେ ପରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri