Posted inଖେଳ

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼ ବାଜି ଲଗାଇଛନ୍ତି। ପ୍ରଶାନ୍ତ ବୀର ଏବଂ କାର୍ତ୍ତିକ ଶର୍ମାଙ୍କୁ ୧୪.୨ କୋଟି ଟଙ୍କା ଲେଖାଏ ମିଳଥିବା ବେଳେ ଜମ୍ମୁ-କଶ୍ମୀରର ଦ୍ରୁତ ବୋଲର ଆକିବ ନବୀ ଡାର୍‌ ମଧ୍ୟ ବଡ଼ ଧନରାଶି ପାଇଛନ୍ତି। ଏହି ଯୁବ ଖେଳାଳିମାନଙ୍କ ମଧ୍ୟରେ ଆଉ ଜଣେ ନାମ ହେଉଛି ତେଜସ୍ବୀ ଦହିୟା, ଯାହାଙ୍କୁ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ନିଜ ଦଳରେ ସାମିଲ କରିଛି। ତେଜସ୍ବୀ ଦହିୟାଙ୍କ ବେସ୍‌ ପ୍ରାଇସ୍‌ ମାତ୍ର ୩୦ ଲକ୍ଷ ଟଙ୍କା ଥିଲା, କିନ୍ତୁ ନୀଲାମୀରେ ତାଙ୍କୁ ୧୦ ଗୁଣ ଅଧିକ ମୂଲ୍ୟ ମିଳିଛି।
କୋଲକାତା ନାଇଟ ରାଇଡର୍ସ ତେଜସ୍ବୀ ସିଂହ ଦହିୟାଙ୍କୁ ୩ କୋଟି ଟଙ୍କାର ବଡ଼ ମୂଲ୍ୟରେ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଏହି ଖେଳାଳି ଉପରେ ବାଜି ଲଗାଇଥିଲା। ପରେ କେକେଆର୍‌ ଏହି ଦୌଡ଼ରେ ପ୍ରବେଶ କରିଥିଲା। ୮୫ ଲକ୍ଷ ଟଙ୍କାର ବୋଲି ପାର୍‌ ହେବା ପରେ ରାଜସ୍ଥାନ ରୟାଲ୍ସ ମଧ୍ୟ ତାଙ୍କ ଉପରେ ବାଜି ଲଗାଇଥିଲା। ତଥାପି କେକେଆର୍‌ ଶେଷରେ ୩ କୋଟି ଟଙ୍କାର ବାଜି ଲଗାଇ ଏହି ଖେଳାଳିଙ୍କୁ ନିଜର କରିନେଇଛି।
ତେଜସ୍ବୀ ଦହିୟା ଦିଲ୍ଲୀର ଆକ୍ରମଣାତ୍ମକ ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ। ଏହି ଖେଳାଳିଙ୍କ ଟି-୨୦ରେ ଔସତ ୫୬.୫ ରହିଛି। ସେ ଦିଲ୍ଲୀ ପାଇଁ ୪ଟି ଟି-୨୦ ଇନିଂସରେ୧୧୩ ରନ କରିଛନ୍ତି ଏବଂ ତାଙ୍କ ଷ୍ଟ୍ରାଇକ୍‌ ରେଟ ପାଖାପାଖି ୧୭୦ ରହିଥିଲା। ତେଜସ୍ବୀ ଦିଲ୍ଲୀ ପ୍ରିମିଅର୍‌ ଲିଗ୍‌ରେ ମାତ୍ର ୧୨ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏହା ସହ ଦିଲ୍ଲୀର ଏକ ଟୁର୍ନାମେଣ୍ଟରେ ସେ ୬ ବଲ୍‌ରେ ୬ ଛକା ମାରି ରେକର୍ଡ ଗଢ଼ିଥିଲେ। ଦିଲ୍ଲୀ ପ୍ରିମିଅର୍‌ ଲିଗ୍‌ରେ ତେଜସ୍ବୀ ଦହିୟା ୧୯୦ର ଷ୍ଟ୍ରାଇକ ରେଟ୍‌ରେ ୩୩୯ ରନ କରିଥିଲେ। ଏହି ଟୁର୍ନାମେଣ୍ଟରେ ସେ ଚୌକାଠାରୁ ଅଧିକ ଛକ୍କା ମାରିଥିଲେ। ଗତ ସିଜନ୍‌ରେ ସେ ୨୯ଟି ଛକା ଏବଂ ୨୦ଟି ଚୌକା ମାରିଥିଲେ।

କୋଲକାତା ନାଇଟ ରାଇଡର୍ସ ତେଜସ୍ବୀ ଦହିୟା ବ୍ୟତୀତ ସ୍ପିନର ପ୍ରଶାନ୍ତ ସୋଲଙ୍କିଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି। କାର୍ତ୍ତିକ ତ୍ୟାଗୀଙ୍କୁ ମଧ୍ୟ କେକେଆର୍‌ ୩୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଛି। ଅନ୍ତର୍ଜାତୀୟ ଖେଳାଳିମାନଙ୍କ ମଧ୍ୟରେ ମଥୀଶା ପଥିରାନା, ଫିନ ଆଲେନ ଏବଂ କ୍ୟାମେରନ ଗ୍ରୀନ ଉପରେ କେକେଆର୍‌ ବଡ଼ ଦାଆଁ ଲଗାଇଛି। ଏହି ମିନି ନୀଲାମୀରେ ଯୁବ ପ୍ରତିଭାମାନଙ୍କର ଏକ ସ୍ବପ୍ନ ପୂରଣ ହୋଇଛି ଏବଂ ଆଗାମୀ ଆଇପିଏଲ ସିଜନ୍‌କୁ ଆହୁରି ରୋଚକ କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri