Posted inଜାତୀୟ

‘ଲାଉଡ୍‌ସ୍ପିକର ପୂର୍ବରୁ ଭଗବାନ ନ ଥିଲେ କି’

ପାଟନା,୧।୫: ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଲାଗିରହିଛି। ବର୍ତ୍ତମାନ ଏନେଇ ରାଷ୍ଟ୍ରିୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ ପଚାରିଛନ୍ତି ଯେ, ଯେତେବେଳେ ଲାଉଡସ୍ପିକର ନ ଥିଲା, ସେତେବେଳେ ଭଗବାନ ଓ ଆଲ୍ଲା ନ ଥିଲେ କି। ରବିବାର ଟୁଇଟ କରି ତେଜସ୍ବୀ ଲାଉଡସ୍ପିକରକୁ ନେଇ ଯେଉଁମାନେ ପ୍ରସଙ୍ଗ କରୁଛନ୍ତି ସେମାନଙ୍କୁ ପ୍ରଶ୍ନ କରିଛନ୍ତି। ୧୯୨୫ରେ ଲାଉଡ୍‌ସ୍ପିକର ଆବିଷ୍କୃତ ହୋଇଥିଲା ଏବଂ ଭାରତର ମନ୍ଦିର ଓ ମସ୍‌ଜିଦରେ ଏହାର ବ୍ୟବହାର ପ୍ରାୟ ୭୦ଦଶକରୁ ଆରମ୍ଭ ହୋଇଥିଲା। ତେବେ ଯେତେବେଳେ କୌଣସି ଲାଉଡ୍‌ସ୍ପିକର ନ ଥିଲା ସେତେବେଳେ ସେଠାରେ ଭଗବାନ ଓ ଆଲ୍ଲା ନ ଥିଲେ କି ବୋଲି ତେଜସ୍ବୀ ପ୍ରଶ୍ନ କରିଛନ୍ତି। ଲାଉଡ୍‌ସ୍ପିକର ବିନା ପ୍ରାର୍ଥନା, ଜାଗରଣ, ଭଜନ, ଭକ୍ତି କିମ୍ବା ସାଧନା ହୋଇପାରୁ ନ ଥିଲା କି। ଅନ୍ୟପଟେ ଆଉ ଏକ ଟୁଇଟରେ ସେ କହିଛନ୍ତି ଯେ, ଲାଉଡ୍‌ସ୍ପିକର ଦ୍ୱାରା କୌଣସି ଧର୍ମ କିମ୍ବା ଭଗବାନ ଆକର୍ଷିତ ହୁଆନ୍ତି ନାହିଁ। ପ୍ରକୃତରେ ଯେଉଁମାନେ ଧର୍ମ ଏବଂ କାର୍ଯ୍ୟର ମହତ୍ତ୍ୱ ବୁଝନ୍ତି ନାହିଁ, ସେମାନେ ଅନାବଶ୍ୟକ ପ୍ରସଙ୍ଗରେ ଧାର୍ମିକ ରଙ୍ଗ ଦେଇଥାନ୍ତି। ଜଣେ ଆତ୍ମ ସଚେତନ ବ୍ୟକ୍ତି କଦାପି ଏଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବେ ନାହିଁ। ଭଗବାନ ସର୍ବଦା ଆମ ସହିତ ଅଛନ୍ତି। ଭଗବାନ ପ୍ରତ୍ୟେକ କୋଣ ଅନୁକୋଣରେ ବ୍ୟାପିଛନ୍ତି ବୋଲି ତେଜସ୍ବୀ କହିଛନ୍ତି। ଏଥିସହ ସେ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଆଉ ଏକ ଟୁଇଟରରେ ସେ କହିଛନ୍ତି ଯେ, ଲାଉଡ୍‌ସ୍ପିକର ଏବଂ ବୁଲଡୋଜର ଉପରେ ଆଲୋଚନା ହେଉଛି, କିନ୍ତୁ ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା, କୃଷକ ଏବଂ ଶ୍ରମିକଙ୍କ ଉପରେ କୌଣସି ଆଲୋଚନା ହେଉନାହିଁ। ଜନସାଧାରଣଙ୍କ ସ୍ବାର୍ଥର ପ୍ରକୃତ ପ୍ରସଙ୍ଗ ବ୍ୟତୀତ ଲୋକମାନେ ବିଭ୍ରାନ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri