Posted inଜାତୀୟ

ମହିଳାଙ୍କୁ ୩୦ ହଜାର, କୃଷକଙ୍କୁ ବୋନସ୍‌ ସହ ମିଳିବ ମାଗଣା ବିଜୁଳି: ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୪।୧୧: ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ନଭେମ୍ବର ୬ ତାରିଖରେ ହେବାକୁ ଯାଉଛି। ଆଜି ପ୍ରଚାରର ଶେଷ ଦିନ। ଆରଜେଡି ନେତା ଏବଂ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି। ତେଜସ୍ବୀ ଦାବି କରିଛନ୍ତି ଯେ, ବିହାରର ଲୋକମାନେ ଏବେ ପରିବର୍ତ୍ତନ ଚାହୁଁଛନ୍ତି। ସେ କହିଛନ୍ତି ଯେ ଏଥର ଲୋକମାନେ ବର୍ତ୍ତମାନର ସରକାରଙ୍କୁ ଗାଦିଚ୍ୟୁତ କରିବା ମୁଡରେ ଅଛନ୍ତି, ଏବଂ ମହିଳା ଠାରୁ ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତ ଭୋଟର ଉତ୍ସାହୀ। ତେଜସ୍ବୀ ଯାଦବ ଏକାଧିକ ବଡ଼ ଘୋଷଣା କରିଛନ୍ତି।

ତେଜସ୍ବୀ ଯାଦବ କହିଛନ୍ତି ଯେ, ଯଦି ତାଙ୍କ ସରକାର ଗଠନ ହୁଏ, ତେବେ ମକର ସଂକ୍ରାନ୍ତି (ଜାନୁଆରୀ ୧୪) ରେ “ମାଇଁ ବେହେନ ଯୋଜନା” ଅଧୀନରେ ପ୍ରତିବର୍ଷ ୩୦୦୦୦ ଟଙ୍କା ମହିଳାମାନଙ୍କ ଆକାଉଣ୍ଟରେ ଜମା କରାଯିବ। ସେ କହିଛନ୍ତି ଯେ ଏହି ରାଶି ସିଧାସଳଖ ମହିଳାମାନଙ୍କ ଆକାଉଣ୍ଟରେ ଯିବ ଯାହା ଦ୍ୱାରା ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରାଯିବ।
ତେଜସୱୀ ଯାଦବ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ସମସ୍ତ ଜୀବିକା ଦିଦି ଏବଂ ଅନ୍ୟ ମହିଳା କର୍ମୀଙ୍କୁ ସ୍ଥାୟୀ କରାଯିବ ଏବଂ ସେମାନଙ୍କର ସମ୍ମାନ ୩୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବ।
ମାଗଣା ବୀମା: ସେମାନଙ୍କୁ ପ୍ରତି ମାସରେ ୨,୦୦୦ ଟଙ୍କା ଏବଂ ୫ ଲକ୍ଷ ଟଙ୍କାର ବୀମା କଭରେଜ ମଧ୍ୟ ଦିଆଯିବ।

ପୁରୁଣା ପେନସନ ଯୋଜନା: ତେଜସ୍ବୀ କର୍ମଚାରୀମାନଙ୍କ ପାଇଁ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଚନ୍ତି। ସେ କହିଛନ୍ତି, ଯେ ଯଦି ତାଙ୍କ ସରକାର ଗଠନ ହୁଏ, ତେବେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରାଯିବ।

ଘର ନିକଟରେ ସ୍ଥାନାନ୍ତର ପୋଷ୍ଟିଂ: ପୋଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ଗୃହ ଜିଲାରୁ ୭୦ କିଲୋମିଟର ମଧ୍ୟରେ ସ୍ଥାନାନ୍ତର କରାଯିବ।

ଚାଷୀଙ୍କ ପାଇଁ ବୋନସ: ତେଜସ୍ବୀ ଚାଷୀଙ୍କ ପାଇଁ ଅନେକ ଆଶ୍ୱସ୍ତି ପଦକ୍ଷେପ ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ଯେ ଧାନ ପାଇଁ ଏମଏସପି ଠାରୁ ୩୦୦ ଟଙ୍କା ଏବଂ ଗହମ ପାଇଁ ଏମଏସପି ଠାରୁ ୪୦୦ଟଙ୍କା ଅଧିକ ବୋନସ ଦିଆଯିବ।

ମାଗଣା ବିଦ୍ୟୁତ୍‌: ଚାଷୀମାନଙ୍କୁ ଚାଷ ପାଇଁ ମାଗଣା ବିଦ୍ୟୁତ୍‌ ମଧ୍ୟ ଯୋଗାଇ ଦିଆଯିବ। ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାର ବିଦ୍ୟୁତ୍‌ ପାଇଁ ଚାଷୀମାନଙ୍କଠାରୁ ପ୍ରତି ୟୁନିଟ ୫୫ ପଇସା ଆଦାୟ କରନ୍ତି, ଯାହାକୁ ସେ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri