ଦୁର୍ବ୍ୟବହାର ପ୍ରତିବାଦରେ କାର୍ଯ୍ୟ ବନ୍ଦ କଲେ ତହସିଲ କର୍ମଚାରୀ

ବଲାଙ୍ଗୀର,୧୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ ଅଫିସରେ ଆରଓଆର ସାର୍ଟିଫାଏଡ୍‌ କପି ମଗା ଘଟଣାକୁ ନେଇ ଗୁରୁବାର ଓକିଲ ଓ ତହସିଲ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ତେବେ ଉକ୍ତ ଘଟଣାକୁ ନେଇ କାର୍ଯ୍ୟ ବନ୍ଦ କରିଛନ୍ତି ତହସିଲ କର୍ମଚାରୀ। ଶୁକ୍ରବାର ପୁଣି କାମ ବନ୍ଦ ରଖିଛନ୍ତି ତହସିଲ କର୍ମଚାରୀ। ଘଟଣାସ୍ଥଳରେ ଉପଜିଲାପାଳ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଦୁଇ ଓକିଲ ପ୍ରଭାସ ମିଶ୍ର ଓ ଡୋଲାମଣି ପ୍ରଧାନ ସ୍ଥାନୀୟ ତହସିଲ ଅଫିସକୁ ସାର୍ଟିଫାଏଡ କପି ମାଗିବାକୁ ଯାଇଥିଲେ। ସେଠାରେ ତହସିଲଦାର, ଅତିରିକ୍ତ ତହସିଲଦାର କି ଅନ୍ୟ କୌଣସି ଅଧିକାରୀ ନ ଥିବାରୁ ମୁଖ୍ୟ କିରାଣି ରୀନା ପାଣିଗ୍ରାହୀଙ୍କ ପାଖକୁ ଯାଇ ଆରଓଆର୍‌ ସାର୍ଟିଫାଏଡ୍‌ କପି କଥା ପଚାରିଥିଲେ। ତାଙ୍କୁ ପଚାରିବାରୁ ସେ ଏ ନେଇ କୁଆଡେ କିଛି ଜାଣିନାହାନ୍ତି ବୋଲି କହିଥିଲେ। ଏହି କଥାକୁ ନେଇ ଦୁଇ ଓକିଲ ଓ ମୁଖ୍ୟ କିରାଣି ପାଣିଗ୍ରାହୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା।
ଏହାପର ଦୁଇ ଓକିଲ ଓ ତହସିଲ ଅଫିସ ମୁଖ୍ୟ କିରାଣି ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ। ତହସିଲ ଅଫିସରେ କୌଣସି ଅଧିକାରୀ କି କର୍ମଚାରୀ ରହୁନାହାନ୍ତି କି ଲୋକଙ୍କ ସାଧାରଣ କାମ କରୁନାହାନ୍ତି। ଅଯଥା ଲାଞ୍ଚ ମାଗୁଛନ୍ତି ବୋଲି ଓକିଲମାନେ ଅଭିଯୋଗ ଆଣିଥିଲେ। ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ତହସିଲ କର୍ମଚାରୀ ଅବଗତ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଅନୁମତି ଦେବାକୁ ଲିଖିତ ଜଣାଇଥିଲେ। ଓକିଲଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଳାଇବ ବୋଲି ସଂଘ ସମ୍ପାଦକ ପ୍ରମୋଦ ବହିଦାର କହିଥିବା ବେଳେ ତହସିଲ ଅଫିସ କର୍ମଚାରୀମାନେ ଅଫିସରୁ ବାହାରି ବାରଣ୍ଡାରେ କାର୍ଯ୍ୟ ବନ୍ଦ କରିଥିଲେ। ଏହି ଘଟଣାରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା। ଚପଲ ଫିଙ୍ଗା ଘଟଣାକୁ ମୁଖ୍ୟ କିରାଣି ପାଣିଗ୍ରାହୀ ଖଣ୍ଡନ କରିଛନ୍ତି। ଏ ନେଇ ଟାଉନ୍‌ ଥାନାରେ ଉଭୟ ପକ୍ଷ ଅଭିଯୋଗ ଆଧାରରେ ଦୁଇଟି ମାମଲା (୮୫୯ ଓ ୮୬୦/୨୪) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri