ରିଲିଜ ହେଲା ‘ସାମ ବାହାଦୂର’ର ଟିଜର

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କ ଫିଲ୍ମ ‘ସାମ ବାହାଦୂର’ର ଟିଜର ରିଲିଜ ହୋଇଛି। ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକଶଙ୍କ ଭୂମିକାରେ ଭିକ୍କି ଖୁବ ସୁନ୍ଦର ଲାଗୁଛନ୍ତି। ଲୁକ, ଏକ୍ସପ୍ରେସନ, ଫୌଜି ଆଟିଚ୍ୟୁଡରୁ ନେଇ ଡାଏଲଗ ଡେଲିଭରି ପର୍ଯ୍ୟନ୍ତ ସାମରିକ ମନୋଭାବ, ସାମ ମାନେକଶଁଙ୍କ ଭୂମିକାରେ ନିଜକୁ ଫିଟ କରିବା ପାଇଁ ଭିକ୍କିଙ୍କ କଠିନ ପରିଶ୍ରମ ଟିଜରରେ ସ୍ପଷ୍ଟ ବାରି ହୋଇ ପଡୁଛି।
ଭାରତ-ପାକିସ୍ତାନ କ୍ରିକେଟ ବିଶ୍ୱକପ ମ୍ୟାଚ ୧୩ ଅକ୍ଟୋବରରେ, ଏହି ବିଶେଷ ଉତ୍ସବରେ ନିର୍ମାତା ସାମ ବାହାଦୂର ଫିଲ୍ମର ଟିଜର ରିଲିଜ କରି ପ୍ରଶଂସକଙ୍କୁ ଟ୍ରିଟ ଦେଇଛନ୍ତି। ୧୯୭୧ରେ ଭାରତ-ପାକିସ୍ଥାନ ଯୁଦ୍ଧରେ ସାମ ମାନେକଶଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଯୋଗୁ ଏହି ଯୁଦ୍ଧରେ ଭାରତ ଜିତିଲା। ଏହି ବାୟୋପିକ ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର। ଏହି ଫିଲ୍ମରେ ଭିକ୍କିଙ୍କ ବ୍ୟତୀତ ଫାତିମା ସନା ଶେଖ, ନୀରଜ କାବି, ସାନ୍ୟା ମଲହୋତ୍ରା, ଜିଶାନ ଆୟୁବ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଭିକ୍କି ଏବଂ ମେଘନା ପୂର୍ବରୁ ରାଜି ଫିଲ୍ମରେ ଏକାଠି କାମ କରିଥିଲେ।
ସାମ ମାନେକଶଁରେ ଭିକ୍କିଙ୍କ ଲୁକ ବହୁତ ପ୍ରଶଂସା ଯୋଗ୍ୟ। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହେବା ପରଠାରୁ ଅଭିନେତାଙ୍କ ଲୁକକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରେ ସାନ୍ୟା ଭିକ୍କିଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ସେ ସିଲି ଭୂମିକାରେ ଅଭିନୟ କରୁଛନ୍ତି। ଯେଉଁଠାରେ ଫାତିମା ସନା ଶେଖ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ। ଭିକ୍କିଙ୍କ ପୂର୍ବ ରିଲିଜ ଥିଲା ‘ଦି ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’। ଏହି ମୁଭିି ବକ୍ସ ଅଫିସରେ ଭଲ ବୋଲି ପ୍ରମାଣ କରିନଥିଲା। ବର୍ତ୍ତମାନ ପାଇପ ଲାଇନରେ ସାମ ବାହାଦୂର ରହିଛି। ଅଭିନେତାଙ୍କ ଏହି ଫିଲ୍ମରୁ ଦର୍ଶକଙ୍କ ବହୁତ ଆଶା ଅଛି। ମେଘନା ଗୁଲଜାର କହିଛନ୍ତି ଯେ ଏହି ମୁଭିର ଅନୁସନ୍ଧାନ ଏବଂ ନିର୍ମାଣ ପାଇଁ ତାଙ୍କୁ ୭ ବର୍ଷ ସମୟ ଲାଗିଛି। ମେଘନା କହିଛନ୍ତି ଯେ ଯେତେବେଳେ ସେ ଏହି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ସାମ ମନେକଶଁଙ୍କ ବିଷୟରେ ଅଧିକ କିଛି ଜାଣି ନଥିଲେ। କିନ୍ତୁ ଆଜି ୭ ବର୍ଷ ପରେ ସେ ସାମଙ୍କ ବିଷୟରେ ସବୁକିଛି ଜାଣନ୍ତି। ସେ ଆମ ସମସ୍ତଙ୍କ ପାଇଁ ଏକ ଆଦର୍ଶ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri