Posted inଖେଳ

ରାହାନେ-ପୂଜାରାଙ୍କ ହାତରେ ଟିମ୍‌ ଇଣ୍ଡିଆର ଭାଗ୍ୟ

ଜୋହାନ୍ସବର୍ଗ,୪।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟରେ ଭାରତୀୟ ଦଳର ଭାଗ୍ୟ ଏବେ ଫର୍ମରେ ନ ଥିବା ଦୁଇ ବ୍ୟାଟର ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରାଙ୍କ ଉପରେ ନିର୍ଭର କରୁଛି। ମ୍ୟାଚ୍‌ରେ ଆହୁରି ୩ ଦିନ ବାକି ଥିବାରୁ ଫଳାଫଳ ବାହାରିବା ନିଶ୍ଚିତ। ଭ୍ରମଣକାରୀ ଦଳ ୫୮ ରନ୍‌ରେ ଆଗୁଆ ଥିବା ବେଳେ ହାତରେ ଅଛି ୮ ଉଇକେଟ। ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨ୟ ଦିନ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୮୫ ରନ୍‌ କରିଛି। ରାହାନେ ୧୧ (୧ ଚୌକା) ଓ ପୂଜାରା ୩୫ (୭ ଚୌକା) ରନ୍‌ କରି ଖେଳୁଛନ୍ତି।

ପ୍ରଥମ ଇନିଂସରେ ଭାରତ ୨୦୨ ରନ୍‌ କରିଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ୨୨୯ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଦକ୍ଷିଣ ଆଫ୍ରିକା। ପୂର୍ବ ଦିନର ସ୍କୋର ୩୫/୧ରୁ ଅସମାପ୍ତ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଘରୋଇ ଦଳ ବଳକା ୯ ଉଇକେଟରେ ୧୯୪ ରନ୍‌ ଯୋଡ଼ିଥିଲା। ଶାର୍ଦ୍ଦୁଳ ୭ ଉଇକେଟ ନେଇଥିବା ବେଳେ ମହମ୍ମଦ ଶାମି ହାତେଇଥିଲେ ୨ ଉଇକେଟ।

୨୭ ରନ୍‌ରେ ପଛୁଆ ଥିବା ଭାରତ ଦ୍ୱିତୀୟ ଇନିଂସ ଆରମ୍ଭରୁ ଅଧିନାୟକ ଲୋକେଶ ରାହୁଲ (୮)ଙ୍କ ଉଇକେଟ ହରାଇଥିଲା। ତା’ ପରେ ଆଟାକିଂ ଖେଳୁଥିବା ମୟଙ୍କ ଅଗ୍ରଓ୍ବାଲ (୨୩) ଦୁର୍ଭାଗ୍ୟବଶତଃ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ୧୧.୪ ଓଭରରେ ସେ ଡୁଆନେ ଓଲିଭରଙ୍କ ବଲକୁ ଛାଡ଼ିବାକୁ ଉଦ୍ୟମ କରିଥିଲେ। ହେଲେ ବଲ ଇନ୍‌ ସୁଇଙ୍ଗ ହୋଇ ତାଙ୍କ ପ୍ୟାଡରେ ଲାଗିଥିଲା। ଏହାପରେ ପୂଜାରା ଓ ରାହାନେଙ୍କ ଯୋଡ଼ି ଘରୋଇ ବୋଲରଙ୍କୁ ଆଉ ଉଇକେଟ ନେବାକୁ ସୁଯୋଗ ନ ଦେଇ ଦଳୀୟ ସ୍କୋରରେ ୪୧ ରନ୍‌ ଯୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri