Posted inଖେଳ

୫ମ ବିଶ୍ୱକପ୍ ଜିତିଲା ଭାରତ

  1. ଆଣ୍ଟିଗୁଆ, ୬|୨: ପୁଣି ଥରେ ଭାରତୀୟ ଦଳ ହତେଇଛି ୧୯ ବର୍ଷରୁ କମ୍ ବିଶ୍ୱକପ୍। ଫାଇନାଲରେ ଭାରତ ୪ ଉଇକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଏହି ବୟସ ବର୍ଗରେ ଏହା ହେଉଛି ଭାରତୀୟ ଦଳ ପାଇଁ ୫ମ ଟ୍ରଫି। ପୁରା ଟୁର୍ନାମେଣ୍ଟ ଭଳି ଶନିବାର ଖେଳା ଯାଇଥିବା ମ୍ୟାଚରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କିଛି ଭାରତ ନିୟନ୍ତ୍ରଣରେ ଥିଲା। ପ୍ରଥମେ ରାଜ ବାୱା ଓ ରବି କୁମାରଙ୍କ ଘାତକ ପେସ ବୋଲିଂ ଇଂଲଣ୍ଡର ବ୍ୟାଟିଂ ଲାଇନକୁ ବିଗାଡି ଦେଇଥିଲା। ତା’ ପରେ ୧୯୦ ରନର ବିଜୟ ଲକ୍ଷ୍ୟକୁ ଭାରତୀୟ ବ୍ୟାଟର ହାସଲ କରି ନେଇଥିଲେ।

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରାଜ ବାୱା ଓ ରବି କୁମାରଙ୍କ ଘାତକ ପେସ ବୋଲିଂ ଆଗରେ ଇଂଲଣ୍ଡର ବ୍ୟାଟର ଛିଡା ହୋଇପାରି ନ ଥିଲେ। ମାତ୍ର ୯୧ ରନ ମଧ୍ୟରେ ୭ ଉଇକେଟ୍ ପଡ଼ି ସାରିଥିଲା। ଲାଗୁଥିଲା ଖୁବ୍ ଶୀଘ୍ର ଇଂଲଣ୍ଡର ପାଳି ଶେଷ ହୋଇଯିବ। ମାତ୍ର ଜେମ୍ସ ରିଉ (୯୫ ରନ, ୧୨ ଚୌକା) ଏବଂ ଜେମ୍ସ ସେଲ୍ସ (୩୪*) ୮ମ ଉଇକେଟ୍ ୯୩ ରନ ଯୋଡ଼ିଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ରିଉ ଛକା ମାରିବାକୁ ଉଦ୍ୟମ କରିଥିଲେ। ମାତ୍ର କୌଶଳ ତମ୍ବେଙ୍କ ଚମତ୍କାର କ୍ୟାଚ ସହ ଶେଷ ହୋଇଥିଲା ରିଉଙ୍କ ପାଳି। ସେ ଆଉଟ୍ ହେବାର ଦୁଇ ଓଭର ମଧ୍ୟରେ ଇଂଲଣ୍ଡ ୧୮୯ ରନରେ ଅଲଆଉଟ୍ ହୋଇ ଯାଇଥିଲା। ଭାରତ ପାଇଁ ରବି ୫ ଉଇକେଟ୍ ସଫଳତା ହାସଲ କରିଥିବା ବେଳେ ବାୱା ୪ ଉଇକେଟ୍ ନେଇଥିଲେ।

ଭାରତ ପ୍ରଥମ ଓଭରରେ ହରାଇଥିଲା ଅଙ୍ଗକ୍ରିଶ ରଘୁବଂଶୀଙ୍କ ଉଇକେଟ୍। ଅନ୍ୟତମ ଓପନର ହାରନୁର ଖାନ (୨୧) ମଧ୍ୟ ବିଫଳ ହୋଇଥିଲେ। ତା’ ପରେ ଅଧିନାୟକ ୟଶ ଧୂଲ୍ (୧୭) ଓ ଶେଖ୍ ରଶିଦ୍ (୫୦ ରନ୍, ୬ ଚୌକା)ଙ୍କ ଯୋଡି ଦଳୀୟ ସ୍କୋରକୁ ୧୦୦ ପାଖକୁ ନେଇଥିଲା। ମାତ୍ର କ୍ରମାଗତ ବ୍ୟବଧାନରେ ପଡ଼ିଥିଲା ଦୁହିଁଙ୍କ ଉଇକେଟ୍। ନିଶାନ୍ତ ସିନ୍ଧୁ (୫୦ରନ,୫ ଚୌକା, ୧ ଛକା)ଏବଂ ବାୱା (୩୫ ରନ, ୫ ଚୌକା, ୧ ଛକା)ଙ୍କ ଉପଯୋଗୀ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ୪୭.୪ ଓଭରରେ ୬ ଉଇକେଟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

ଆମେରିକା ନିକଟରେ ମୁଣ୍ଡ ନୁଆଁଇବାକୁ ସିଧା ମନା କଲା ଇରାନ

ତେହରାନ,୩।୪: ମଧ୍ୟପ୍ରାଚ୍ୟ ଗତ ୩୪ ଦିନ ଧରି ଯୁଦ୍ଧର ନିଆଁରେ ବୁଡ଼ି ରହିଛି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଅଟଳ ରହିଛି ଏବଂ ଏହି…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri