Posted inଖେଳ

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ: ପ୍ରଥମ ଟେଷ୍ଟ ପୂର୍ବରୁ ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌

ମେଲବୋର୍ନ, ୨୯।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପରେ ଭାରତୀୟ କ୍ରିକେଟ ଦଳ ୬୯ ଦିନିଆ ଗସ୍ତରେ ଅଷ୍ଟ୍ରେଲିଆ ଯିବ। ଏଥିପାଇଁ ଆୟୋଜକ ବୋର୍ଡ ପକ୍ଷରୁ ଏହି ଗସ୍ତର ପୂର୍ଣ୍ଣାଙ୍ଗ କାର୍ଯ୍ୟସୂଚୀ ବୁଧବାର ପ୍ରକାଶ କରାଯାଇଛି। ଏଥିରେ ଏକ ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌କୁ ସାମିଲ କରାଯାଇଛି। ଡିସେମ୍ବର ୧୭ରେ ପିଙ୍କ୍‌ବଲ୍‌ ଟେଷ୍ଟ ଖେଳିବା ପୂର୍ବରୁ ଭାରତୀୟ ଦଳ ଏହି ଓ୍ବାର୍ମଅପ୍‌ ମ୍ୟାଚ ଖେଳିବ। ନଭେମ୍ବର ୧୦ରେ ଆଇପିଏଲ ଫାଇନାଲ ପରେ ୧୨ ତାରିଖରୁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ପ୍ରଥମେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ଅବଧି ମଧ୍ୟରେ ସିଡ୍‌ନୀରେ ଟ୍ରେନିଂ ଜାରି ରଖିବେ। ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଡିସେମ୍ବର ୧୭ରୁ ଆଡିଲେଡ ଓଭାଲରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହା ଦିବାରାତ୍ର ବିଶିଷ୍ଟ ରହିବ। ଏହାପରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଡିସେମ୍ବର ୨୬, ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଜାନୁୟାରୀ ୭ ଓ ଗାବାରେ ଜାନୁୟାରୀ ୧୫ରୁ ପରବର୍ତ୍ତୀ ୩ଟି ଟେଷ୍ଟ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପ୍ରସ୍ତାବ ଅନୁସାରେ ବକ୍ସିଂ ଡେ’ ଟେଷ୍ଟ ଏବଂ ନୂଆବର୍ଷ ଟେଷ୍ଟ ମଧ୍ୟରେ ଏକ ସପ୍ତାହ ବ୍ୟବଧାନ ରହିବ।
ଭାରତୀୟ ଦଳ ସିଡ୍‌ନୀରେ ନଭେମ୍ବର ୧୨ରେ ପହଞ୍ଚତ୍ବ। ସେଠାରେ କ୍ୱାରାଣ୍ଟାଇନ୍‌ରେ ରହିବାପରେ ନଭେମ୍ବର ୨୭ରୁ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳିବ। ଟେଷ୍ଟ ସିରିଜ ପୂର୍ବରୁ ଟୁର୍‌ ମ୍ୟାଚର କାର୍ଯ୍ୟସୂଚୀ ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି। ଭାରତ ‘ଏ’ ନ୍ୟୁ ସାଉଥ୍‌ ଓ୍ବେଲ୍ସଠାରେ ଡିସେମ୍ବର ୬ରୁ ୮ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ‘ଏ’କୁ ଭେଟିବ। ଏହାପରେ ଭାରତୀୟ ଦଳ ସହିତ ଅଷ୍ଟ୍ରେଲିଆ ‘ଏ’ର ଏକ ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ ଡିସେମ୍ବର ୧୧ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ରେ ଅନୁଷ୍ଠିତ ହେବ। ଏହାପରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜ ଡିସେମ୍ବର ୪, ୬ ଓ ୮ରେ ଖେଳାଯିବ।
କାର୍ଯ୍ୟସୂଚୀ
ଦିନିକିଆ ସିରିଜ
ପ୍ରଥମ ଦିନିକିଆ: ନଭେମ୍ବର ୨୭, ସିଡ୍‌ନୀ (ଦିବାରାତ୍ର)
ଦ୍ୱିତୀୟ ଦିନିକିଆ: ନଭେମ୍ବର ୨୯, ସିଡ୍‌ନୀ (ଦିବାରାତ୍ର)
ତୃତୀୟ ଦିନିକିଆ: ଡିସେମ୍ବର ୨, କାନ୍‌ବେରା (ଦିବାରାତ୍ର)
ଟି୨୦ ସିରିଜ
ପ୍ରଥମ ଟି୨୦: ଡିସେମ୍ବର ୪, କାନ୍‌ବେରା (ଦିବାରାତ୍ର)
ଦ୍ୱିତୀୟ ଟି୨୦: ଡିସେମ୍ବର ୬, ସିଡ୍‌ନୀ (ଦିବାରାତ୍ର)
ତୃତୀୟ ଟି୨୦: ଡିସେମ୍ବର ୮, ସିଡ୍‌ନୀ (ଦିବାରାତ୍ର)
ଟେଷ୍ଟ ସିରିଜ
ପ୍ରଥମ ଟେଷ୍ଟ: ଡିସେମ୍ବର ୧୭ରୁ ୨୧, ଆଡିଲେଡ୍‌ (ଦିବାରାତ୍ର)
ଦ୍ୱିତୀୟ ଟେଷ୍ଟ: ଡିସେମ୍ବର ୨୬ରୁ ୩୦, ମେଲବୋର୍ନ
ତୃତୀୟ ଟେଷ୍ଟ: ଜାନୁୟାରୀ ୭ରୁ ୧୧, ସିଡ୍‌ନୀ
ଚତୁର୍ଥ ଟେଷ୍ଟ: ଜାନୁୟାରୀ ୧୫ରୁ ୧୯, ବ୍ରିସ୍‌ବେନ୍‌


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ ମଧ୍ୟରେ ବଡ଼ ସଙ୍କଟ, ଇସ୍ରାଏଲ-ଇରାନ ଯୁଦ୍ଧ ପାଇଁ ଫସିଗଲେ ଏହି ଟିମର ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପ ସମୟରେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବେ କ୍ରିକେଟ ଟିମ୍‌ଗୁଡ଼ିକର ଯାତ୍ରାକୁ ପ୍ରଭାବିତ କରୁଛି। ଦୁବାଇ ବିମାନବନ୍ଦର ଯୁଦ୍ଧ ଦ୍ୱାରା ପ୍ରଭାବିତ…

VIDEO: ଯାହାଙ୍କୁ ପ୍ଲେଇଂ XI ରୁ ବାଦ୍‌ ଦିଆଯାଇଥିଲା, ତାଙ୍କରି ସାମ୍ନାରେ ମୁଣ୍ଡ ନୁଆଁଇଲେ ସୂର୍ଯ୍ୟକୁମାର, ଖୋଲିଲେ କ୍ୟାପ

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ ଦଳ ଗର୍ବର ସହିତ ICC T20 ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଚାରିଟିରେ ଦଳର ସଫଳତା ଜଣେ ଖେଳାଳିଙ୍କ ପାଇଁ, ଯାହାକୁ…

ପୋଲିସ ଉପରେ ଆକ୍ରମଣ: ଜଣେ ଏଏସଆଇ ଗୁରୁତର, ୧୨ ଅଟକ

ଲୋଇସିଂହା,୧।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁରରେ ପୋଲିସ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣରେ ଲୋଇସିଂହା ଥାନାର ଏଏସଆଇ ଜୀବନା ନନ୍ଦ ବେହେରା ଗୁରୁତର ଥିବାରୁ ତାଙ୍କୁ ମେଡ଼ିକାଲରେ…

ସେମିଫାଇନାଲକୁ ନେଇ ପାକିସ୍ତାନ କହିଥିଲା ଏମିତି କଥା, ଏବେ କଡ଼ା ଜବାବ ଦେଲା ଇଣ୍ଡିଆ

ନୂଆଦିଲ୍ଲୀ,୨।୩: ICC T20 ବିଶ୍ୱକପ ୨୦୨୬ର ଶେଷ ସୁପର ୮ମ୍ୟାଚରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ହାଇ-ଭୋଲଟେଜ ପ୍ରତିଯୋଗିତା ଦେଖାଯାଇଥିଲା। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା…

ଟିମ ଇଣ୍ଡିଆ ସହ ଏହି ୪ ଟିମ୍‌ଙ୍କ ସେମିଫାଇନାଲ ସ୍ଥାନ ପକ୍କା, ଜାଣନ୍ତୁ ମ୍ୟାଚର ସମ୍ପୂର୍ଣ୍ଣ ସିଡ୍ୟୁଲ

ନୂଆଦିଲ୍ଲୀ,୨।୩: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ର ଅନ୍ତିମ ସୁପର ୮ ମ୍ୟାଚରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା…

ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ: ଜେଲ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବର ମୁଣ୍ଡୁଳି ଗ୍ରାମ ରାସ୍ତାରେ ଗଜପତି ଜିଲା ଚନ୍ଦ୍ରଗିରି ରେଞ୍ଜର ରୂପକ କୁମାର ପ୍ରଧାନ, ଭୀଷ୍ମଗିରି ବନ…

ପାକିସ୍ତାନ ଉପରେ ଗର୍ଜିଲା ତାଲିବାନ, ନୁର ଖାନ ଏୟାରବେସ ଉପରେ କଲା ଆକ୍ରମଣ

ଇସଲାମାବାଦ,୨।୩: ଆଫଗାନିସ୍ତାନରେ କ୍ଷମତାସୀନ ଆଫଗାନ ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହା ପାକିସ୍ତାନର ଅନେକ ପ୍ରମୁଖ ସାମରିକ ପ୍ରତିଷ୍ଠାନ ଉପରେ ସଫଳତାର ସହ ବିମାନ…

ବାଣ ବିସ୍ଫୋରଣରେ ୨ ଶିଶୁ ଗୁରୁତର: ଅଫୁଟା ବାଣକୁ ଫୁଟାଇବାକୁ ଉଦ୍ୟମ କରୁଥିବାବେଳେ…

ଦେବଗଡ,୨।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଗୁଣ୍ଡିଆପାଲି ଗ୍ରାମରେ ରାସ୍ତାରେ ପଡିଥିବା ଏକ ଅଫୁଟା ବାଣ ବିସ୍ଫୋରଣରେ ୨ ଜଣ ଶିଶୁ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri