Posted inଖେଳ

ଟିମ ଇଣ୍ଡିଆ ସୁନୀଲ ଛେତ୍ରୀଙ୍କ ଅଧିନାୟକତ୍ୱରେ ଏସୀୟ ଖେଳ ଖେଳିବାକୁ ଯିବ!, ଏଆଇଏଫଏଫର ନୂଆ ଯୋଜନା …

ନୂଆଦିଲ୍ଲୀ,୨୩।୭ : ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ନିଜର ବରିଷ୍ଠ ଦଳକୁ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଏସୀୟ ଖେଳ ଖେଳିବାକୁ ପଠାଇବାର ସମ୍ଭାବନା ଅଛି। କ୍ରୀଡ଼ା ମନ୍ତ୍ରଣାଳୟ ଏସୀୟ ଗେମ୍ସରେ ଅଂଶଗ୍ରହଣ କରିବା ନେଇ ସବୁଜ ସଙ୍କେତ ଦେବା ସ୍ଥିତିରେ ରହିଛନ୍ତି। ଜାତୀୟ ଫୁଟବଲ ଦଳକୁ ୨୦୧୮ ରେ ଜାକର୍ତ୍ତା ଏସିଆଡରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇ ନ ଥିଲା। କାରଣ କ୍ରୀଡ଼ା ମନ୍ତ୍ରଣାଳୟର ନିୟମ ଅନୁଯାୟୀ ଦଳର କେବଳ ୮ ଜଣ ଶୀର୍ଷ ଖେଳାଳିଙ୍କୁ ଏହି ଖେଳରେ ଭାଗ ନେବାକୁ ଅନୁମତି ଦିଆଯାଇପାରିବ।

ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ବର୍ତ୍ତମାନ ଏସିଆରେ ୧୮ ତମ ସ୍ଥାନରେ ରହିଛି। କ୍ରୋଏସିଆ କୋଚ ଇଗୋର ଷ୍ଟିମାକଙ୍କ ନେତୃତ୍ୱରେ ଜାତୀୟ ଦଳ ସାଫ୍‌ ଚାମ୍ପିୟନଶିପ ଜିତିବା ପରେ ର଼୍ୟାଙ୍କିଙ୍ଗରେ ୯୯ ତମ ସ୍ଥାନ ହାସଲ କରିଛି ।

ବର୍ତ୍ତମାନର ଜାତୀୟ ଦଳରେ ୨୩ ବର୍ଷରୁ କମ ବୟସ୍କ ୭ ଖେଳାଳି ଅଛନ୍ତି ଏବଂ କ୍ରୀଡା ମନ୍ତ୍ରଣାଳୟର ସବୁଜ ସଙ୍କେତ ପାଇବା ଘଟଣାରେ ତିନିଜଣ ବୟସ୍କ ଖେଳାଳିଙ୍କୁ ଅନୁମତି ଦିଆଯାଇପାରିବ। ସେତେବେଳେ ଅଧିନାୟକ ଛେତ୍ରୀ, ଗୋଲକିପର ଗୁରୁପ୍ରୀତ ସିଂ ସାନ୍ଧୁ ଏବଂ ଡିଫେଣ୍ଡର ସନ୍ଦେଶ ଝିଙ୍ଗନ ଏସୀୟ ଖେଳକୁ ଯାଇପାରିବେ।

ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ଯୋଜନା କରିଥିଲା ଷ୍ଟିମାକଙ୍କ ନେତୃତ୍ୱରେ ଅଣ୍ଡର -୨୩ ଦଳ ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବେ। ଭାରତୀୟ ଫୁଟବଲ ଦଳ, କ୍ରୀଡ଼ା ମନ୍ତ୍ରଣାଳୟର ଶ୍ରେଷ୍ଠ ଆଠଟି ଦଳ ମଧ୍ୟରେ ସ୍ଥାନ ପାଇବାକୁ ଯୋଗ୍ୟତା ପୂରଣ କରୁନାହିଁ। ଏହି ଖେଳଗୁଡିକରେ ଅଂଶଗ୍ରହଣ କରିବା ପ୍ରାୟ ଅସମ୍ଭବ ହୋଇପଡିଛି।

ଏହାପୂର୍ବରୁ ଭାରତର ମୁଖ୍ୟ ପ୍ରଶିକ୍ଷକ ଇଗୋର ଷ୍ଟିମାକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ପାଇଁ ଆଗାମୀ ଏସୀୟ ଗେମ୍ସରେ ଜାତୀୟ ଫୁଟବଲ ଦଳକୁ ପ୍ରତିନିଧିତ୍ୱ କରିବାକୁ ଅନୁରୋଧ କରିଥିଲେ। ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟରେ ଷ୍ଟିମାକ ଲେଖିଥିଲେ ମୁଁ ଆପଣଙ୍କ ନଜରକୁ ଆଣିବାକୁ ଚାହେଁ ୨୦୧୭ର ଅଣ୍ଡର- ୧୭ ଦଳ, ଅଣ୍ଡର-୨୩ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଏକ ଦକ୍ଷ ଦଳ, ବର୍ତ୍ତମାନ ଏସିଆନ ଗେମ୍ସରେ ପ୍ରତିନିଧିତ୍ୱରୁ ବଞ୍ଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri