Posted inଖେଳ

ଟିମ୍ ଇଣ୍ଡିଆର ମହିଳା ଶକ୍ତି: ଦିନିକିଆରେ କଲେ ବଡ଼ ରେକର୍ଡ, ଯାହା ପୁରୁଷ ଟିମ୍ କେବେ କରିପାରି ନାହିଁ

ରାଜକୋଟ,୧୫।୧: ଭାରତର ମହିଳା କ୍ରିକେଟ୍ ଦଳ ବୁଧବାର (ଜାନୁଆରୀ ୧୫) ରାଜକୋଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍ କୁ ୩୦୪ ରନରେ ଜିତି ସିରିଜରେ ୩-୦ରେ ମୂଳ ପଛ କରିଛି। କିନ୍ତୁ ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଯାହା ପୁରୁଷ ଦଳ ମଧ୍ୟ କରିପାରିନଥିଲା ତାହା କରି ଦେଖାଇଲା। ରାଜକୋଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳି ଟିମ୍ ଇଣ୍ଡିଆ ପ୍ରଥମ ଏବଂ ତୃତୀୟ ଏକଦିବସୀୟରେ ୪୩୫/୫ (୫୦ ଓଭରରେ) ସ୍କୋର କରିଥିଲା। ଯାହା ପୁରୁଷ ଏବଂ ମହିଳା ଉଭୟ ଦିନିକିଆରେ ଟିମ୍ ଇଣ୍ଡିଆର ସର୍ବୋଚ୍ଚ ସ୍କୋର।

ମହିଳା ଦଳର ଏହି ରେକର୍ଡ କରି ପୁରୁଷ ଦଳକୁ ମଧ୍ୟ ପଛରେ ପକାଇ ଦେଇଛି। ଏହା ପୂର୍ବରୁ ୨୦୧୧ରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ଉଇକେଟ ହରାଇ ୪୧୮ ରନ୍ ସଂଗ୍ରହ କରିଥିଲା। ତେବେ ଦିନିକିଆ ମହିଳା କ୍ରିକେଟରେ ସର୍ବାଧିକ ସ୍କୋର ନ୍ୟୁଜିଲାଣ୍ଡ ନାମରେ ରହିଛି। ଏହି ରେକର୍ଡ ୨୦୧୮ ରେ ନ୍ୟୁଜିଲାଣ୍ଡ ଆୟାରଲ୍ୟାଣ୍ଡ ବିପକ୍ଷରେ କରିଥିଲା।

ତେବେ ବୁଧବାର ଏହି ବିଜୟ ସାହିତ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ଦିନିକିଆ କ୍ରିକେଟରେ ମହିଳା ଟିମ୍ ସବୁଠାରୁ ବଡ଼ ବିଜୟ ହାସଲ କରିଛି। ସ୍ମୃତି ମନ୍ଧାନାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ରାଜକୋଟରେ ଆୟର୍ଲାଣ୍ଡକୁ ୩୦୪ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସିରିଜ୍ ୩-୦ରେ ଜିତିଛି। ଭାରତ ପାଇଁ ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାଭାଲ ବିସ୍ଫୋରକ ଶତକ ହାସଲ କରିଥିଲେ। ପ୍ରତୀକା ୧୫୪ ରନର ଇନିଂସ ଖେଳିଥିଲେ। ଏହିପରି ଭାରତ ଆୟରଲ୍ୟାଣ୍ଡକୁ ୪୩୬ ରନର ଟାର୍ଗେଟ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ ମାଗଣାରେ ହେବ ନାମଲେଖା, ପରୀକ୍ଷା

ଭୁବନେଶ୍ୱର,୨୧।୧: ରାଜ୍ୟରେ ଶିକ୍ଷା ହାର ବଢ଼ାଇବା ଏବଂ ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।...

ଏହି ଜିଲାର ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ

କଟକ,୨୧ା୧: ଦୁଇ ଆଇଏଏସ’ଙ୍କୁ ଗିରଫ ୱାରେଣ୍ଟ ପରେ ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri