Posted inଖେଳ

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ଦିନରେ ଦଳ ମାତ୍ର ୪୬ ରନ୍‌ରେ ଅଲଆଉଟ ହୋଇଛି। ଭାରତୀୟ ପରିବେଶ ତଥା ଏସିଆ ମହାଦେଶରେ ଭାରତ ନିଜର ସର୍ବନିମ୍ନ ଟେଷ୍ଟ ସ୍କୋର ରେକର୍ଡ କରିଛି। ଘରୋଇ ମାଟିରେ ଭାରତ ୨୯୩ ଟେଷ୍ଟ ଖେଳି ସାରିଥିବା ବେଳେ ଦଳ ପ୍ରଥମ ଥର ପାଇଁ ଏଭଳି ଅଲୋଡା ରେକର୍ଡ ନିଜ ନାମରେ କରିଛି। ପୂର୍ବରୁ ୧୯୭୫ ମସିହାରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଭାରତ ମାତ୍ର ୭୫ ରନ୍‌ରେ ଅଲଆଉଟ ହୋଇଥିଲା। ସେହିପରି ଭାରତୀୟ ବ୍ୟାଟରମାନେ ଆଉ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି। ଦୀର୍ଘ ୨୫ ବର୍ଷ ପରେ ପ୍ରଥମ ଥର ୫ ଜଣ ବ୍ୟାଟର ଖାତା ଖୋଲିବାରେ ଅସମର୍ଥ ହୋଇଛନ୍ତି। ଶେଷ ଥର ପାଇଁ ୧୯୯୯ ମୋହାଲି ଟେଷ୍ଟରେ ୫ ଜଣ ଖେଳାଳି ୦ରେ ଆଉଟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଭାରତ ଏହାର ସର୍ବନିମ୍ନ ଟେଷ୍ଟ ସ୍କୋର ୩୬ ରନ୍‌ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ରେକର୍ଡ କରିଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ହୋଇଥିବା ବେଳେ ହାତରେ ୭ ଉଇକେଟ ବାକି ଥାଇ ନ୍ୟୁଜିଲାଣ୍ଡ ୧୩୪ ରନ୍‌ରେ ଆଗୁଆ ରହିଛି।
ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଆଶ୍ଚର୍ଯ୍ୟଜନକ ଭାବରେ ଟସ୍‌ ଜିତି ବ୍ୟାଟିଂ ନେଇଥିଲା। ପ୍ରଥମ ଦିନରେ ବର୍ଷା କାରଣରୁ ଟସ୍‌ ସମ୍ଭବ ହୋଇ ନ ଥିବା ବେଳେ ଦ୍ୱିତୀୟ ଦିନର ମେଘୁଆ ପାଗରେ ଭାରତ ବ୍ୟାଟିଂ ନେବା ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା
ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ଦିନରେ ଦଳ ମାତ୍ର ୪୬ ରନ୍‌ରେ ଅଲଆଉଟ ହୋଇଛି। ଭାରତୀୟ ପରିବେଶ ତଥା ଏସିଆ ମହାଦେଶରେ ଭାରତ ନିଜର ସର୍ବନିମ୍ନ ଟେଷ୍ଟ ସ୍କୋର ରେକର୍ଡ କରିଛି। ଘରୋଇ ମାଟିରେ ଭାରତ ୨୯୩ ଟେଷ୍ଟ ଖେଳି ସାରିଥିବା ବେଳେ ଦଳ ପ୍ରଥମ ଥର ପାଇଁ ଏଭଳି ଅଲୋଡା ରେକର୍ଡ ନିଜ ନାମରେ କରିଛି। ପୂର୍ବରୁ ୧୯୭୫ ମସିହାରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଭାରତ ମାତ୍ର ୭୫ ରନ୍‌ରେ ଅଲଆଉଟ ହୋଇଥିଲା। ସେହିପରି ଭାରତୀୟ ବ୍ୟାଟରମାନେ ଆଉ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି। ଦୀର୍ଘ ୨୫ ବର୍ଷ ପରେ ପ୍ରଥମ ଥର ୫ ଜଣ ବ୍ୟାଟର ଖାତା ଖୋଲିବାରେ ଅସମର୍ଥ ହୋଇଛନ୍ତି। ଶେଷ ଥର ପାଇଁ ୧୯୯୯ ମୋହାଲି ଟେଷ୍ଟରେ ୫ ଜଣ ଖେଳାଳି ୦ରେ ଆଉଟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଭାରତ ଏହାର ସର୍ବନିମ୍ନ ଟେଷ୍ଟ ସ୍କୋର ୩୬ ରନ୍‌ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ରେକର୍ଡ କରିଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ହୋଇଥିବା ବେଳେ ହାତରେ ୭ ଉଇକେଟ ବାକି ଥାଇ ନ୍ୟୁଜିଲାଣ୍ଡ ୧୩୪ ରନ୍‌ରେ ଆଗୁଆ ରହିଛି।
ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଆଶ୍ଚର୍ଯ୍ୟଜନକ ଭାବରେ ଟସ୍‌ ଜିତି ବ୍ୟାଟିଂ ନେଇଥିଲା। ପ୍ରଥମ ଦିନରେ ବର୍ଷା କାରଣରୁ ଟସ୍‌ ସମ୍ଭବ ହୋଇ ନ ଥିବା ବେଳେ ଦ୍ୱିତୀୟ ଦିନର ମେଘୁଆ ପାଗରେ ଭାରତ ବ୍ୟାଟିଂ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ମେଘୁଆ ପାଗର ଭରପୂର ଫାଇଦା ଉଠାଇଥିଲେ କିଓ୍ବି ପେସ ବୋଲର। ମ୍ୟାଟ୍‌ ହେନରୀ, ଓ୍ବିଲିୟମ ଓରୁରକେ ଓ ଟିମ୍‌ ସାଉଦି ମିଳିତ ଭାବରେ ମାତ୍ର ୩୧.୨ ଓଭରରେ ଭାରତର ୧୦ ଉଇକେଟ ହାସଲ କରିଥିଲେ। ମ୍ୟାଟ୍‌ ହେନରୀ ଘାତକ ବୋଲିଂ କରି ୫, ଓରୁର୍‌କେ ୪ ଓ ସାଉଦି ୧ ଉଇକେଟ ନେଇଥିଲେ। ଭାରତ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ ୧୩ ରନ୍‌ କରିଥିଲେ। ବାକି ୯ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିବା ବେଳେ ୫ ଜଣ ୦ରେ ଆଉଟ ହୋଇଥିଲେ। ଭାରତ ଇନିଂସରେ ମୋଟ ୪ଟି ଚୌକା ଦେଖିବାକୁ ମିଳିଥିଲା। ପନ୍ତ ୨ ଚୌକା ମାରିଥିବା ବେଳେ ଜୟସ୍ବାଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ବାଉଣ୍ଡ୍ରି ମାରିଥିଲେ।
ନ୍ୟୁଜିଲାଣ୍ଡ ଇନିଂସର ୫୦ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଷ୍ଟମ୍ପ ଅପସାରଣ ବେଳକୁ ଦଳ ୩ ଉଇକେଟ ହରାଇ ୧୮୦ ରନ୍‌ ସ୍କୋର କରିଛି। ଦଳ ପକ୍ଷରୁ ଡେଭନ୍‌ କନ୍‌ଓ୍ବେ ସର୍ବାଧିକ ୯୧ ରନ୍‌ ସ୍କୋର କରିଛନ୍ତି। କନ୍‌ଓ୍ବେ ୧୦୫ ବଳ୍‌ ଖେଳି ୧୧ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ବିଲ ୟଙ୍ଗ ୩୩ ଓ ଟମ୍‌ ଲାଥାମ ୧୫ ରନ୍‌ ସ୍କୋର କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ରାଚିନ୍‌ ରବୀନ୍ଦ୍ର ୨୨ ଓ ଡାରିଲ୍‌ ମିଚେଲ ୧୪ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ମେଘୁଆ ପାଗର ଭରପୂର ଫାଇଦା ଉଠାଇଥିଲେ କିଓ୍ବି ପେସ ବୋଲର। ମ୍ୟାଟ୍‌ ହେନରୀ, ଓ୍ବିଲିୟମ ଓରୁରକେ ଓ ଟିମ୍‌ ସାଉଦି ମିଳିତ ଭାବରେ ମାତ୍ର ୩୧.୨ ଓଭରରେ ଭାରତର ୧୦ ଉଇକେଟ ହାସଲ କରିଥିଲେ। ମ୍ୟାଟ୍‌ ହେନରୀ ଘାତକ ବୋଲିଂ କରି ୫, ଓରୁର୍‌କେ ୪ ଓ ସାଉଦି ୧ ଉଇକେଟ ନେଇଥିଲେ। ଭାରତ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ ୧୩ ରନ୍‌ କରିଥିଲେ। ବାକି ୯ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିବା ବେଳେ ୫ ଜଣ ୦ରେ ଆଉଟ ହୋଇଥିଲେ। ଭାରତ ଇନିଂସରେ ମୋଟ ୪ଟି ଚୌକା ଦେଖିବାକୁ ମିଳିଥିଲା। ପନ୍ତ ୨ ଚୌକା ମାରିଥିବା ବେଳେ ଜୟସ୍ବାଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ବାଉଣ୍ଡ୍ରି ମାରିଥିଲେ।
ନ୍ୟୁଜିଲାଣ୍ଡ ଇନିଂସର ୫୦ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଷ୍ଟମ୍ପ ଅପସାରଣ ବେଳକୁ ଦଳ ୩ ଉଇକେଟ ହରାଇ ୧୮୦ ରନ୍‌ ସ୍କୋର କରିଛି। ଦଳ ପକ୍ଷରୁ ଡେଭନ୍‌ କନ୍‌ଓ୍ବେ ସର୍ବାଧିକ ୯୧ ରନ୍‌ ସ୍କୋର କରିଛନ୍ତି। କନ୍‌ଓ୍ବେ ୧୦୫ ବଳ୍‌ ଖେଳି ୧୧ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ବିଲ ୟଙ୍ଗ ୩୩ ଓ ଟମ୍‌ ଲାଥାମ ୧୫ ରନ୍‌ ସ୍କୋର କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ରାଚିନ୍‌ ରବୀନ୍ଦ୍ର ୨୨ ଓ ଡାରିଲ୍‌ ମିଚେଲ ୧୪ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁପା ମୂଲ୍ୟରେ ରେକର୍ଡ ବୃଦ୍ଧି: ଗହଣା ନୁହେଁ ଏହି କାରଣରୁ ବଢିଚାଲିଛି, ଆଉ କମିବନି

ନୂଆଦିଲ୍ଲୀ,୨୯ା୧୨: ୨୦୨୫ ମସିହାରେ ରୁପା ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ଏହା ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ଟାର୍ଗେଟ୍‌: ପିରୋଜପୁରରେ ପରିବାରକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ

ଢାକା,୨୯ା୧୨: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଥମିବାର ନାଁ ନେଉନାହିଁ। ରବିବାର ପିରୋଜପୁର ଜିଲା ଦୁମରିତାଲା ଗ୍ରାମରେ ଏକ ଭୟଙ୍କର ଘଟଣା ଘଟିଛି।...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri