Posted inଖେଳ

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ଦିନରେ ଦଳ ମାତ୍ର ୪୬ ରନ୍‌ରେ ଅଲଆଉଟ ହୋଇଛି। ଭାରତୀୟ ପରିବେଶ ତଥା ଏସିଆ ମହାଦେଶରେ ଭାରତ ନିଜର ସର୍ବନିମ୍ନ ଟେଷ୍ଟ ସ୍କୋର ରେକର୍ଡ କରିଛି। ଘରୋଇ ମାଟିରେ ଭାରତ ୨୯୩ ଟେଷ୍ଟ ଖେଳି ସାରିଥିବା ବେଳେ ଦଳ ପ୍ରଥମ ଥର ପାଇଁ ଏଭଳି ଅଲୋଡା ରେକର୍ଡ ନିଜ ନାମରେ କରିଛି। ପୂର୍ବରୁ ୧୯୭୫ ମସିହାରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଭାରତ ମାତ୍ର ୭୫ ରନ୍‌ରେ ଅଲଆଉଟ ହୋଇଥିଲା। ସେହିପରି ଭାରତୀୟ ବ୍ୟାଟରମାନେ ଆଉ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି। ଦୀର୍ଘ ୨୫ ବର୍ଷ ପରେ ପ୍ରଥମ ଥର ୫ ଜଣ ବ୍ୟାଟର ଖାତା ଖୋଲିବାରେ ଅସମର୍ଥ ହୋଇଛନ୍ତି। ଶେଷ ଥର ପାଇଁ ୧୯୯୯ ମୋହାଲି ଟେଷ୍ଟରେ ୫ ଜଣ ଖେଳାଳି ୦ରେ ଆଉଟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଭାରତ ଏହାର ସର୍ବନିମ୍ନ ଟେଷ୍ଟ ସ୍କୋର ୩୬ ରନ୍‌ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ରେକର୍ଡ କରିଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ହୋଇଥିବା ବେଳେ ହାତରେ ୭ ଉଇକେଟ ବାକି ଥାଇ ନ୍ୟୁଜିଲାଣ୍ଡ ୧୩୪ ରନ୍‌ରେ ଆଗୁଆ ରହିଛି।
ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଆଶ୍ଚର୍ଯ୍ୟଜନକ ଭାବରେ ଟସ୍‌ ଜିତି ବ୍ୟାଟିଂ ନେଇଥିଲା। ପ୍ରଥମ ଦିନରେ ବର୍ଷା କାରଣରୁ ଟସ୍‌ ସମ୍ଭବ ହୋଇ ନ ଥିବା ବେଳେ ଦ୍ୱିତୀୟ ଦିନର ମେଘୁଆ ପାଗରେ ଭାରତ ବ୍ୟାଟିଂ ନେବା ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା
ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ଦିନରେ ଦଳ ମାତ୍ର ୪୬ ରନ୍‌ରେ ଅଲଆଉଟ ହୋଇଛି। ଭାରତୀୟ ପରିବେଶ ତଥା ଏସିଆ ମହାଦେଶରେ ଭାରତ ନିଜର ସର୍ବନିମ୍ନ ଟେଷ୍ଟ ସ୍କୋର ରେକର୍ଡ କରିଛି। ଘରୋଇ ମାଟିରେ ଭାରତ ୨୯୩ ଟେଷ୍ଟ ଖେଳି ସାରିଥିବା ବେଳେ ଦଳ ପ୍ରଥମ ଥର ପାଇଁ ଏଭଳି ଅଲୋଡା ରେକର୍ଡ ନିଜ ନାମରେ କରିଛି। ପୂର୍ବରୁ ୧୯୭୫ ମସିହାରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଭାରତ ମାତ୍ର ୭୫ ରନ୍‌ରେ ଅଲଆଉଟ ହୋଇଥିଲା। ସେହିପରି ଭାରତୀୟ ବ୍ୟାଟରମାନେ ଆଉ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି। ଦୀର୍ଘ ୨୫ ବର୍ଷ ପରେ ପ୍ରଥମ ଥର ୫ ଜଣ ବ୍ୟାଟର ଖାତା ଖୋଲିବାରେ ଅସମର୍ଥ ହୋଇଛନ୍ତି। ଶେଷ ଥର ପାଇଁ ୧୯୯୯ ମୋହାଲି ଟେଷ୍ଟରେ ୫ ଜଣ ଖେଳାଳି ୦ରେ ଆଉଟ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଭାରତ ଏହାର ସର୍ବନିମ୍ନ ଟେଷ୍ଟ ସ୍କୋର ୩୬ ରନ୍‌ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ରେକର୍ଡ କରିଥିଲା। ଦ୍ୱିତୀୟ ଦିନର ଖେଳ ଶେଷ ହୋଇଥିବା ବେଳେ ହାତରେ ୭ ଉଇକେଟ ବାକି ଥାଇ ନ୍ୟୁଜିଲାଣ୍ଡ ୧୩୪ ରନ୍‌ରେ ଆଗୁଆ ରହିଛି।
ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଆଶ୍ଚର୍ଯ୍ୟଜନକ ଭାବରେ ଟସ୍‌ ଜିତି ବ୍ୟାଟିଂ ନେଇଥିଲା। ପ୍ରଥମ ଦିନରେ ବର୍ଷା କାରଣରୁ ଟସ୍‌ ସମ୍ଭବ ହୋଇ ନ ଥିବା ବେଳେ ଦ୍ୱିତୀୟ ଦିନର ମେଘୁଆ ପାଗରେ ଭାରତ ବ୍ୟାଟିଂ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ମେଘୁଆ ପାଗର ଭରପୂର ଫାଇଦା ଉଠାଇଥିଲେ କିଓ୍ବି ପେସ ବୋଲର। ମ୍ୟାଟ୍‌ ହେନରୀ, ଓ୍ବିଲିୟମ ଓରୁରକେ ଓ ଟିମ୍‌ ସାଉଦି ମିଳିତ ଭାବରେ ମାତ୍ର ୩୧.୨ ଓଭରରେ ଭାରତର ୧୦ ଉଇକେଟ ହାସଲ କରିଥିଲେ। ମ୍ୟାଟ୍‌ ହେନରୀ ଘାତକ ବୋଲିଂ କରି ୫, ଓରୁର୍‌କେ ୪ ଓ ସାଉଦି ୧ ଉଇକେଟ ନେଇଥିଲେ। ଭାରତ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ ୧୩ ରନ୍‌ କରିଥିଲେ। ବାକି ୯ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିବା ବେଳେ ୫ ଜଣ ୦ରେ ଆଉଟ ହୋଇଥିଲେ। ଭାରତ ଇନିଂସରେ ମୋଟ ୪ଟି ଚୌକା ଦେଖିବାକୁ ମିଳିଥିଲା। ପନ୍ତ ୨ ଚୌକା ମାରିଥିବା ବେଳେ ଜୟସ୍ବାଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ବାଉଣ୍ଡ୍ରି ମାରିଥିଲେ।
ନ୍ୟୁଜିଲାଣ୍ଡ ଇନିଂସର ୫୦ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଷ୍ଟମ୍ପ ଅପସାରଣ ବେଳକୁ ଦଳ ୩ ଉଇକେଟ ହରାଇ ୧୮୦ ରନ୍‌ ସ୍କୋର କରିଛି। ଦଳ ପକ୍ଷରୁ ଡେଭନ୍‌ କନ୍‌ଓ୍ବେ ସର୍ବାଧିକ ୯୧ ରନ୍‌ ସ୍କୋର କରିଛନ୍ତି। କନ୍‌ଓ୍ବେ ୧୦୫ ବଳ୍‌ ଖେଳି ୧୧ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ବିଲ ୟଙ୍ଗ ୩୩ ଓ ଟମ୍‌ ଲାଥାମ ୧୫ ରନ୍‌ ସ୍କୋର କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ରାଚିନ୍‌ ରବୀନ୍ଦ୍ର ୨୨ ଓ ଡାରିଲ୍‌ ମିଚେଲ ୧୪ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ମେଘୁଆ ପାଗର ଭରପୂର ଫାଇଦା ଉଠାଇଥିଲେ କିଓ୍ବି ପେସ ବୋଲର। ମ୍ୟାଟ୍‌ ହେନରୀ, ଓ୍ବିଲିୟମ ଓରୁରକେ ଓ ଟିମ୍‌ ସାଉଦି ମିଳିତ ଭାବରେ ମାତ୍ର ୩୧.୨ ଓଭରରେ ଭାରତର ୧୦ ଉଇକେଟ ହାସଲ କରିଥିଲେ। ମ୍ୟାଟ୍‌ ହେନରୀ ଘାତକ ବୋଲିଂ କରି ୫, ଓରୁର୍‌କେ ୪ ଓ ସାଉଦି ୧ ଉଇକେଟ ନେଇଥିଲେ। ଭାରତ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ ୧୩ ରନ୍‌ କରିଥିଲେ। ବାକି ୯ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିବା ବେଳେ ୫ ଜଣ ୦ରେ ଆଉଟ ହୋଇଥିଲେ। ଭାରତ ଇନିଂସରେ ମୋଟ ୪ଟି ଚୌକା ଦେଖିବାକୁ ମିଳିଥିଲା। ପନ୍ତ ୨ ଚୌକା ମାରିଥିବା ବେଳେ ଜୟସ୍ବାଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ବାଉଣ୍ଡ୍ରି ମାରିଥିଲେ।
ନ୍ୟୁଜିଲାଣ୍ଡ ଇନିଂସର ୫୦ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଷ୍ଟମ୍ପ ଅପସାରଣ ବେଳକୁ ଦଳ ୩ ଉଇକେଟ ହରାଇ ୧୮୦ ରନ୍‌ ସ୍କୋର କରିଛି। ଦଳ ପକ୍ଷରୁ ଡେଭନ୍‌ କନ୍‌ଓ୍ବେ ସର୍ବାଧିକ ୯୧ ରନ୍‌ ସ୍କୋର କରିଛନ୍ତି। କନ୍‌ଓ୍ବେ ୧୦୫ ବଳ୍‌ ଖେଳି ୧୧ ଚୌକା ଓ ୩ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ବିଲ ୟଙ୍ଗ ୩୩ ଓ ଟମ୍‌ ଲାଥାମ ୧୫ ରନ୍‌ ସ୍କୋର କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ରାଚିନ୍‌ ରବୀନ୍ଦ୍ର ୨୨ ଓ ଡାରିଲ୍‌ ମିଚେଲ ୧୪ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?