Posted inଖେଳ

ପ୍ରଶ୍ନ ଘେରରେ ଦ୍ରାବିଡ

ନୂଆଦିଲ୍ଲୀ,୧୫।୮: ନିକଟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମାପ୍ତ କରିଛି ଟିମ୍‌ ଇଣ୍ଡିଆ। ଏହି ଗସ୍ତରେ ଦଳର ପ୍ରଦର୍ଶନ ସାଧାରଣ ଥିଲା। ଯେଉଁ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଗତ ବର୍ଷ ଟି୨୦ ଏବଂ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍‌ ଲାଗି ଯୋଗ୍ୟତା ହାସଲ କରିପାରିଲା ନାହିଁ, ତାଠାରୁ ଭାରତ ପରାଜିତ ହୋଇଛି। ବିଗତ ଦିନ ଦେଖିଲେ ୨୦୧୭ ପରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଥର ଲାଗି ଦ୍ୱିପାକ୍ଷୀୟ ସିରିଜରେ ଭାରତକୁ ହରାଇଛି। ଏହାକୁ ନେଇ ଏବେ କାଠଗଡ଼ାରେ ଛିଡ଼ା ହୋଇଛନ୍ତି ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ।

ଯେବେଠାରୁ ସେ କୋଚ୍‌ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ସେବେଠାରୁ ଦଳ ସଫଳତା କମ୍‌ ବିଫଳତାର ସ୍ବାଦ ଅଧିକ ଚାଖୁଛି।
୨୦୨୧ ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ରବି ଶାସ୍ତ୍ରୀଙ୍କ କୋଚ୍‌ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଏହାପରେ ଦ୍ରାବିଡ଼ ଭାରତୀୟ ପୁରୁଷ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ପ୍ରଶିକ୍ଷଣରେ ଦଳ ଆଇସିସି ଟୁର୍ନାମେଣ୍ଟ ଜିତିବ ବୋଲି ଆଶା କରାଯାଉଥିଲା। ହେଲେ ଟ୍ରଫି ତ ଦୂରର କଥା, ଭାରତୀୟ ଟିମ୍‌ ଦ୍ୱିପାକ୍ଷୀୟ ସିରିଜରେ ହାରିବାରେ ଲାଗିଛି।

ଦ୍ରାବିଡ କୋଚ୍‌ ହେବା ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହୋଇଥିଲା। ଟେଷ୍ଟ ଏବଂ ଦିନିକିଆରେ ପରାଜିତ ହେବା ଦ୍ରାବିଡଙ୍କ ପ୍ରଥମ ଅସଫଳତା ଥିଲା। ଏହାପରେ ଦଳ ଓ୍ବେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ଭଳି ଅପେକ୍ଷାକୃତ କମ୍‌ ସଫଳ ଟିମ୍‌ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା।

ହେଲେ ଏସିଆ କପ୍‌ ଏବଂ ଟି୨୦ ବିଶ୍ୱକପ୍‌ ୨୦୨୨ରେ ଭାରତ ଟିମ୍‌ ବିଫଳତାର ସ୍ବାଦ ପୁଣି ଚାଖିଥିଲା। ପରେ ଆଇସିସି ଟ୍ରଫି ଜିତିବାର ସ୍ବପ୍ନ ସ୍ବପ୍ନରେ ରହି ଯାଇଥିଲା। ସେହିଭଳି ଆଇପିଏଲ୍‌ ଶେଷ ହେବା ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିଥିଲା। ଏଥିରେ ମଧ୍ୟ ଦଳ ନିରାଶ ହୋଇଥିଲା।

ମୋଟ ଉପରେ ଦେଖିଲେ ଦ୍ରାବିଡଙ୍କ କାର୍ଯ୍ୟକାଳରେ ଟିମ୍‌ ଇଣ୍ଡିଆ ବିଜୟଠାରୁ ଅଧିକ ପରାଜିତ ହେଉଛି। ଏଥିଯୋଗୁ ତାଙ୍କ ଉପରେ ପ୍ରଶ୍ନ ଉଠିବା ସ୍ବଭାବିକ। ଆଗାମୀ ଦିନରେ ଦଳ ଘରୋଇ ମଇଦାନରେ ଦିନିକିଆ ବିଶ୍ୱକପ୍‌ ଖେଳିବ। ଏଥିରୁ କ୍ରିକେଟ ପ୍ରଶଂସକଙ୍କୁ ବହୁତ ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri