ଶିକ୍ଷାନୁଷ୍ଠାନରେ ଠପ୍‌ ସଂସ୍କୃତ ଶିକ୍ଷା

ବଇଣ୍ଡା,୨୦ା୮(ପରିକ୍ଷିତ ସାହୁ)ଅନୁଗୋଳ ଜିଲା କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ଠାରେ ଥିବା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ (ପର୍ଶୁମାଳ) ନାନା ସମସ୍ୟା ଦେଇ ଗତି କରୁଛି। ଆବଶ୍ୟକ ଶିକ୍ଷକ ନ ଥିବା ଯୋଗୁ ଏଠାରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଖାଲି ପଡ଼ିଥିବା ୪ ଶିକ୍ଷକ ପଦବୀ ସହ କିରାଣି ଓ ପିଅନ ପଦବୀ ତୁରନ୍ତ ପୂରଣ ପାଇଁ ଉରୁକୁଳା ପଞ୍ଚାୟତବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଗଣଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ, ଆଠମଲିକ ବିଧାୟକ, ଅନୁଗୋଳ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀଙ୍କୁ ପୁନର୍ବାର ଅଭିଯୋଗପତ୍ର ପ୍ରଦାନ କରାଯାଇଛି।
ଅଞ୍ଚଳବାସୀ କହିଛନ୍ତି, ୧୯୮୪ ଜୁଲାଇ ୫ରେ ଗ୍ରାମବାସୀ ଉରୁକୁଳା ଗ୍ରାମ ପଞ୍ଚାୟତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ। ଏଠାରେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ପଢ଼ାଯାଉଥିବା ବେଳେ ବର୍ତ୍ତମାନ ୧୮୭ ଛାତ୍ରୀଛାତ୍ର ଅଛନ୍ତି। ହେଲେ ଦୀର୍ଘଦିନ ହେବ ଶିକ୍ଷାନୁଷ୍ଠାନରେ ୪ ଶିକ୍ଷକ ପଦବୀ ଖାଲି ପଡିଛି। ଜଣେ ସଂସ୍କୃତ ଶିକ୍ଷକ, ଜଣେ ଖେଳ ଶିକ୍ଷକ ଓ କଳା ବିଭାଗରେ ୨ ଜଣ ଶିକ୍ଷକ ନାହାନ୍ତି। ସେହିପରି ୩ ପିଅନ ଓ ଗୋଟିଏ କିରାଣି ପଦବୀ ମଧ୍ୟ ଖାଲି ପଡିଛି। ବିଶେଷକରି ୨୦୧୯ ନଭେମ୍ବର ୧ରୁ ସଂସ୍କୃତ ଶିକ୍ଷକ ନ ଥିବା ଯୋଗୁ ବିଦ୍ୟାଳୟରେ ଏହି ଶିକ୍ଷାଦାନ ହୋଇପାରୁ ନାହିଁ। ଫଳରେ ଛାତ୍ରୀଛାତ୍ରମାନେ ହିନ୍ଦୀ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଖେଳ ଶିକ୍ଷକ ପଦବୀ ପୂରଣ କରାଯାଉ ନ ଥିବାରୁ ଛାତ୍ରୀଛାତ୍ରଙ୍କ କ୍ରୀଡ଼ାର ବିକାଶ ହୋଇପାରୁ ନାହିଁ। ଏଥିସହ କିରାଣି ପଦବୀ ଖାଲି ପଡିଥିବା ଯୋଗୁ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ପିଅନ ପଦବୀ ମଧ୍ୟ ପୂରଣ କରାଯାଉ ନାହିଁ। ବିଦ୍ୟାଳୟର ଏପରି ସମସ୍ୟା ସମ୍ପର୍କରେ ଗ୍ରାମବାସୀ ୨୦ ଜୁନ ୨୦୨୦, ୧୫ ମାର୍ଚ୍ଚ ୨୦୨୧ ଓ ୨୨ ମାର୍ଚ୍ଚ ୨୦୨୨ରେ ଜିଲାପାଳଙ୍କଠାରୁ ଆରମ୍ଭ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଉରୁକୁଳା ପଞ୍ଚାୟତବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ କିଶୋରନଗର ବ୍ଲକ ଶିକ୍ଷା ଅଧିକାରୀ ସୁନୀଲ କୁମାର ସେଠୀ କହିଛନ୍ତି, ଉରୁକୁଳା ହାଇସ୍କୁଲ ସମସ୍ୟା ସମ୍ପର୍କରେ ଜିଲା ଶିକ୍ଷା ବିଭଗକୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri