ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଶିକ୍ଷାଦାନ,ଏନଜିଓ ହାତରେ ପିଲାଙ୍କ ଭବିଷ୍ୟତ

ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ ପଞ୍ଚାୟତ ସ୍ଥିତ ପୋଡ଼ାପାଇ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଗତି କରୁଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ଏଠାରେ ସମୁଦାୟ ୩୦ ଜଣ ଛାତ୍ରୀଛାତ୍ରଙ୍କୁ ଦୁଇଜଣ ଶିକ୍ଷକ ଅଛନ୍ତି। ସେଥିମଧ୍ୟରୁ ଜଣେ ହେଲେ ତ୍ରିଲୋଚନ ବରାଳ (ପ୍ରଧାନଶିକ୍ଷକ), ଆଉ ଜଣେ ହେଲେ ସୋମନାଥ ମାଝୀ (ସହ ଶିକ୍ଷକ)।
ସରକାର ଆଦିବାସୀ ପଛୁଆ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଏହାର ଠିକ ବିନିଯୋଗ ଓ ବିଭାଗୀୟ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ଏବଂ ଉଚିତ ତଦାରଖର ଅଭାବ ଯୋଗୁ ଆଜି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଥିବା ସାଙ୍ଗକୁ ଶିକ୍ଷକ ଶିକ୍ଷାଦାନରେ ପ୍ରାୟ ଦିନ ଅନୁପସ୍ଥିତ ରହୁଥିବା ଯାହା ଗ୍ରାମବାସୀ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି l କୌଣସି ଛୁଟିଦିନ ନ ଥିବା ସତ୍ତ୍ୱେ ଶିକ୍ଷକମାନେ ମନଇଚ୍ଛା ଛୁଟି ନେଇ ଘରକୁ ପଳାଇବା ସହ ସ୍କୁଲ ଆସୁନାହାନ୍ତି। ଏକ ସ୍ବାସ୍ଥ୍ୟ ସ୍ବରାଜ ନାମକ ଜଣେ ସଂସ୍ଥାରେ କାର୍ଯ୍ୟରତ ଜଣଙ୍କ ହାତରେ ପ୍ରତିଦିନ ପିଲାଙ୍କ ପାଠପଢ଼ା ଛାଡ଼ି ଦେଇଥିବା ଘଟଣାକୁ ନେଇ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି।

ପୂର୍ବ ସରକାର ୫ଟି ଯୋଜନାରେ ବିଦ୍ୟାଳୟ ଗୁଡିକର ରୂପାନ୍ତକରଣରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ପୋଡ଼ାପାଇ ସରକାରୀ ପ୍ରାଥମିକ ବିଦ୍ୟାଳୟ ଉପରେ ମଧ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩-୨୪ରେ ୪ଲକ୍ଷ୍ୟ ବ୍ୟୟ ଅଟକଳରେ ସ୍କୁଲର ଉନ୍ନତିକରଣ ପାଇଁ ଅନୁଦାନ ଆସିଥିବା ଯାହା ଜଣାଯାଏ, ହେଲେ ଏ ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନ ଥିବା ନେଇ ସ୍ଥାନୀୟ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ବର୍ତ୍ତମାନ ବିଦ୍ୟାଳୟ କୋଠା ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ପଡିଛି। ଛାତରୁ ସିମେଣ୍ଟ ଖସି ଯାଇ ଲୁହାରଡ ଗୁଡ଼ିକ ଦେଖାଯାଉଛି। ବର୍ଷାଦିନେ ଛାତରୁ ପାଣି ଝରିବା ଫଳରେ ସମୁଦାୟ ୨ଟି କୋଠରି ମଧ୍ୟରୁ ଗୋଟି କୋଠରିରେ ପାଠ ପଢିବା ପଢାଇବା ପାଇଁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟ ଅବସ୍ଥା ଅତି ଦୟନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସ୍କୁଲରେ ପାନୀୟ ଜଳର ଘୋର ଅଭାବ ସାଙ୍ଗକୁ ସୁରକ୍ଷା ପାଚେରୀ ଭୁଷୁଡ଼ି ଯାଇଛି।ଏଣୁ ସରକାର ତୁରନ୍ତ ନୂତନ ଗୃହ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି l ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ତ୍ରିଲୋଚନ ବରାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଶିକ୍ଷକଙ୍କ କାର୍ଯ୍ୟରେ ଅବହେଳା ବିଷୟରେ ପ୍ରତିକ୍ରିୟା ନେବାରୁ, ମୁଁ ଛୁଟି ନେଇକି ଘରକୁ ଯାଇଛି ଏବଂ ମୋ ସହଶିକ୍ଷକ କାର୍ଯ୍ୟରେ ରହିବା କଥା ହେଲେ ପିଲା କମ ମାତ୍ରାରେ ସ୍କୁଲ ଆସୁଛନ୍ତି, କାରଣ ବର୍ତ୍ତମାନ ଉକ୍ତ ଅଳରେ ଧାନ କଟା, ଅଳସି କଟା ଭଳି ଇତ୍ୟାଦି ଚାଷ ଜନିତ କାମ କରିବାରେ ପିଲା ବ୍ୟସ୍ତ। ପିଲା ପାଠପଢିବାକୁ ଆସୁ ନ ଥିବାରୁ ମୁଁ ନିଜେ ସହଶିକ୍ଷକଙ୍କୁ ସ୍କୁଲ ନ ଆସିବା ପାଇଁ ମନା କଲି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବ ସରକାର ସମୟରେ ଆମ ସ୍କୁଲ ପାଇଁ ଯେଉଁ ଉନ୍ନତିକରଣ ପାଇଁ ଅନୁଦାନ ଆସିଥିଲା। ସରକାର ବଦଳିଲା ପରେ ବିଲ କରିବାରେ ଅସୁବିଧା ହେଉଛି। ଯାହା ଜ଼େଇ ସେମ୍ଭୁ ପ୍ରସାଦ କେଙ୍ଗୁଆ ସୂଚନା ଦେଇଛନ୍ତି, ଯେମିତି ବ୍ଲକ କାର୍ଯ୍ୟାଳୟ ଆଡୁ ମରାମତି କାମ କରିବାକୁ ସବୁଜ ସଙ୍କେତ ମିଳିବା ପରେ କାମ ଆରମ୍ଭ ହେବ ବୋଲି କଛିଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାଦି ହେଉଛି l

 


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri