Categories: କୋରାପୁଟ

ଶିକ୍ଷକଙ୍କ ଦୁଇମାସର ଦରମା ଅଟକିଥିଲା, ଦାବି ଜଣାଇବାକୁ ପହଞ୍ଚିବା ବେଳେ ଆକାଉଣ୍ଟରେ ଚଢ଼ିଲା ଟଙ୍କା! ଉଠିଲା ପ୍ରଶ୍ନ

ପଟ୍ଟାଙ୍ଗି,୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚି ଦାବି ଜଣାଇବା ପୁର୍ବରୁ ଅଟକି ରହିଥିବା ଦୁଇମାସ ଦରମା ଆକାଉଣ୍ଟରେ ଚଢିବା ଘଟଣା ପଛରେ ଅନେକ କିଛି ପ୍ରଶ୍ନ ସୃଷ୍ଟି କରୁଛି ।

ସୂଚନା ଅନୁଯାଇ ଉକ୍ତ କାର୍ଯ୍ୟାଳୟ ଅଧିନରେ ରହିଥିବା ୮୦ ଜଣ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ଗତ ଦୁଇ ମାସଧରି ଦରମା ପାଇବାରୁ ବଞ୍ଚିତ ହୋଇଥିଲେ । ଏହାକୁ ନେଇ ଶିକ୍ଷୟିତ୍ରୀ ଶିକ୍ଷକମାନେ ଅନେକ ଥର ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାଇତ୍ଵରେ ରହିଥିବା ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ଚାମେଲି ମଜୁମଦାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈଣସି ସୁଫଳ ମିଳିନଥିଲା । ସେପଟେ ଏହାକୁ ନେଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଥିବା ବେଳେ ବୁଧବାର ସମସ୍ତ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ HRMS ରେ ଗୋଟିଏ ଦିନ ପାଇଁ CL ଦରଖାସ୍ତ ଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ପହଞ୍ଚି ନିଜର ଦାବି ଜଣାଇବାକୁ ଆସିଥିଲେ । ଏହି ସମୟରେ ଅଟକି ରହିଥିବା ଦୁଇ ମାସର ଦରମା ଆକାଉଣ୍ଟରେ ଚଢିଥିଲା । ଏହିପରି ଦୃଶ୍ୟକୁ ନେଇ ଏହା ଉଦ୍ଦେଶ୍ୟମୂଳକ ଭାବେ ଦରମା ବନ୍ଦ କରାଯାଇଥିଲା ନା ଅନ୍ୟ କିଛି କାରଣ ପାଇଁ ଅଟକା ଯାଇଥିଲା ବୋଲି ଅନ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି ।

ଅନ୍ୟପକ୍ଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କାର୍ଯ୍ୟକୁ ନେଇ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହିପରି ଘଟଣାକୁ ନେଇ ବିଇଓ ଦାଇତ୍ଵରେ ରହିଥିବା ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ଚମେଲି ବିନା ପର୍ମିସନ୍ ରେ ଆସିଛନ୍ତି । ମୋ ପାଖରେ ବି ସେମିତି କିଛି ଦରଖାସ୍ତ କିମ୍ବା ଅଭିଯୋଗ ଦେଇ ନାହାଁନ୍ତି । ବର୍ତ୍ତମାନ ଆମର ସଫ୍ଟଓ୍ବେର ଚେଞ୍ଜ୍ ହୋଇ ଯାଇଛି । ପୂର୍ବରୁ ସେମାନଙ୍କ ଦରମା ଡିଜି ଗମେଣ୍ଟ୍ ରେ ହେଉଥିଲା । ବବର୍ତ୍ତମାନ IFMS ରେ ସେମାନଙ୍କର ଦରମା ହେଉଥିବା ବେଳେ ସେମାନଙ୍କର ସମସ୍ତଙ୍କର ନାମ ପଠେଇ ଦେଇଛୁ କିନ୍ତୁ ସେମାନଙ୍କ ଦରମା ଭୁବନେଶ୍ୱରରେ ଗୋଟିଏ ଜାଗାରେ ରହିଯାଇଛି । ତେଣୁ ସେମାନଙ୍କ ସହ ଆମର କଥାବାର୍ତ୍ତା ଚାଲିଥିବା ସମୟରେ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ଏହିପରି ଅଚାନକ ଗହଳି କରିବା ଉଚିତ୍ ନଥିଲା ବୋଲି ପ୍ରକାଶ କରିଥିଲେ । ଉକ୍ତ ଅଧିକାରୀଙ୍କ ଏହିପରି ମତାମତ ଭିତରେ ଅଟକି ରହିଥିବା ଦରମା କିପରି ସଙ୍ଗେ ସଙ୍ଗେ ଆକାଉଣ୍ଟରେ ଚଢିଲା ବୋଲି ପ୍ରଶ୍ନ ଉଠିଥିବା ବେଳେ ଅନେକ କିଛି ସନ୍ଧେହ ସୃଷ୍ଟି କରିଛି ।

 

Dharitri – Odisha’s No.1 Odia Daily

Share
Tags: patangi news