ଗ୍ରୀଷ୍ମଛୁଟିର ଫାଇଦା ନେଲେ ଶିକ୍ଷୟିତ୍ରୀ, ଶିକ୍ଷକ: ମଧ୍ୟାହ୍ନଭୋଜନ ଟଙ୍କା, ଚାଉଳ ହଡ଼ପ ଅଭିଯୋଗ

ରାୟଗଡ଼ା,୨୭।୭ (ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ସହିତ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହାୟକ ପାଇଁ ରାଜ୍ୟ ସରକାର ସ୍କୁଲରେ ମଧ୍ୟାହ୍ନଭୋଜନ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇଥାନ୍ତି । ହେଲେ ଛୁଟି ସମୟରେ ସ୍କୁଲରେ କେହି ନ ଥିଲେ ମଧ୍ୟ ମଧ୍ୟାହ୍ନଭୋଜନ ପାଇଁ ଟଙ୍କା ଓ ଚାଉଳ ଆସିଥିବାବେଳେ ରାୟଗଡ଼ା ଜିଲାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଭାଗବାଣ୍ଟି ଚଳୁକରି ଦେଇଥିବା ଅଭିଯୋଗ ହୋଇଛି । ଶିକ୍ଷା ବିଭାଗ ଭଳି ମଙ୍ଗଳ ବିଭାଗରେ ମଧ୍ୟ ଅନୁରୂପ ଘଟଣା ଘଟିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ପହିଲାରୁ ଅତ୍ୟଧିକ ଗରମ ବଢ଼ିବା କାରଣରୁ ୪ ଦିନ ପୂର୍ବରୁ ରାଜ୍ୟ ସରକାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଥିଲେ । ହେଲେ ଏପ୍ରିଲ ୧୩ ତାରିଖଠାରୁ ଗ୍ରୀଷ୍ମ ଛୁଟି ହୋଇଥିବା ବେଳେ ମଧ୍ୟ ରାଜ୍ୟ ସରକାର ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ ଚାଉଳ ଓ ଟଙ୍କା ପ୍ରଦାନ କରିଥିଲେ ା ତେବେ ଜିଲାରେ ୯୫ % ଛାତ୍ରୀଛାତ୍ର ଏହା ପାଇ ନ ଥିବା ଅଭିଭାବକମାନେ କହିଛନ୍ତି। ସେହି ଚାଉଳ ଓ ଟଙ୍କା ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି ା କିଛି ପିଲାଙ୍କୁ ଏହା ମିଳିଥିବା ବେଳେ ଜିଲା ସଦର ମହକୁମାଠାରୁ ଆରମ୍ଭ କରି ସମସ୍ତ ୧୧ଟି ବ୍ଲକରେ ଏହି ଦୁର୍ନୀତି ହୋଇଥିବା ଜଣାପଡ଼ିଛି । କାଶୀପୁର, କଲ୍ୟାଣସିଂହପୁର ଓ କୋଲନରା ବ୍ଲକର ବିଭିନ୍ନ ସ୍କୁଲରେ ପିଲାମାନେ ମଧ୍ୟାହ୍ନଭୋଜନ ଚାଉଳ ଓ ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ବ୍ୟାଙ୍କରୁ ଏହି ଟଙ୍କା ଉଠାଇବାଥିବା ଜଣାପଡ଼ିଛି । ଜିଲାରେ ଏହି ବାବଦକୁ ପ୍ରାୟ ୧ କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି ।

ଶିକ୍ଷା ବିଭାଗର ତଥ୍ୟ ଅନୁସାରେ, ଏପ୍ରିଲ ୧୩ରୁ ମେ ୪ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଚାଉଳ ଓ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି ନମ୍ବର ୧୨୬୭୩ରୁ ଜଣାପଡ଼ିଛି । ଜିଲାର ୧ ହଜାର ୮୧୪ ବିଦ୍ୟାଳୟକୁ ୧ କୋଟି ୩୪ ଲକ୍ଷ ୫୭ ହଜାର ୭୦୨ ଟଙ୍କା ମଧ୍ୟାହ୍ନଭୋଜନ ବାବଦକୁ ସରକାରୀ ଅନୁଦାନ ଆସିଥିଲା । ସେଥିମଧ୍ୟରୁ କାଶୀପୁର ବ୍ଲକର ୨୮୭ ବିଦ୍ୟାଳୟକୁ ୨୩ ଲକ୍ଷ ୧୩ ହଜାର ୨୨୦ ଟଙ୍କା, ରାୟଗଡ଼ା ବ୍ଲକ ଓ ସହରର ୨୪୬ ବିଦ୍ୟାଳୟକୁ ୨୦ ଲକ୍ଷ ୨୭ ହଜାର ୫୭୨ ଟଙ୍କା, ବିଷମକଟକ ବ୍ଲକର ୨୦୧ ବିଦ୍ୟାଳୟକୁ ୧୨ ଲକ୍ଷ ୪୬ ହଜାର ୫୧୭ ଟଙ୍କା, ରାମନାଗୁଡ଼ା ବ୍ଲକର ୧୦୬ ବିଦ୍ୟାଳୟକୁ ୭ ଲକ୍ଷ ୩୮ ହଜାର ୩୪୫ ଟଙ୍କା, ଗୁଡାରି ସହର ଏବଂ ବ୍ଲକର ୧୧୯ ବିଦ୍ୟାଳୟକୁ ୬ ଲକ୍ଷ ୯୯ ହଜାର ୮୩୦ ଟଙ୍କା, ଗୁଣପୁର ସହର ଓ ବ୍ଲକର ୧୭୧ ବିଦ୍ୟାଳୟକୁ ୧୨ ଲକ୍ଷ ୨୫ ହଜାର ୭୫୯ ଟଙ୍କା ଅନୁଦାନ ଦିଆଯାଇଥିଲା ା ସେହିଭଳି କଲ୍ୟାଣସିଂହପୁର ବ୍ଲକର ୧୬୭ ବିଦ୍ୟାଳୟକୁ ୧୧ ଲକ୍ଷ ୨୮ ହଜାର ୯୪୩ ଟଙ୍କା, ଚନ୍ଦ୍ରପୁର ବ୍ଲକର ୧୦୫ ବିଦ୍ୟାଳୟକୁ ୬ ଲକ୍ଷ ୪୨ ହଜାର ୨୮୭ ଟଙ୍କା, ପଦ୍ମପୁର ବ୍ଲକର ୯୦ ବିଦ୍ୟାଳୟକୁ ୮ ଲକ୍ଷ ୨୬ ହଜାର ୯୭୨ ଟଙ୍କା, କୋଲନରା ବ୍ଲକର ୧୪୮ ବିଦ୍ୟାଳୟକୁ ୧୧ ଲକ୍ଷ ୫୨ ହଜାର ୯୩୬ ଟଙ୍କା ଓ ମୁନିଗୁଡ଼ା ବ୍ଲକର ୧୭୪ ବିଦ୍ୟାଳୟକୁ ୧୪ ଲକ୍ଷ ୫୫ ହଜାର ୩୨୧ ଟଙ୍କା ପ୍ରଦାନ କରାଯାଇଥିଲା । ଅଭିଭାବକଙ୍କ ଉପସ୍ଥିତିରେ ଚାଉଳ ବଣ୍ଟନ ନିର୍ଦ୍ଦେଶ ରହିଥିବା ବେଳେ ତରକାରି ପାଇଁ ଡିବିଟି ମାଧ୍ୟମରେ ଟଙ୍କା ଆକାଉଣ୍ଟକୁ ପ୍ରଦାନ କରିବା ଏବଂ ଏହି କାର୍ଯ୍ୟରେ ସ୍ବଚ୍ଛତା ରଖିବା ନେଇ ଚିଠିରେ ଉଲ୍ଲେଖ ରହିଥିଲା । ତେବେ ଉଚ୍ଚ ମାଧ୍ୟମିକ ସ୍କୁଲର ୪୬ ହଜାର ୪୫ ଜଣ ଛାତ୍ରୀଛାତ୍ର ଏବଂ ପ୍ରାଥମିକ ସ୍କୁଲର ୮୩ ହଜାର ୨୩୧ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅତି ବେଶୀରେ ୨ ପ୍ରତିଶତ ଛାତ୍ରୀଛାତ୍ର ଡିବିଟି ମାଧ୍ୟମରେ ଟଙ୍କା ପାଇଛନ୍ତି । ବଳକା ୯୮% ଟଙ୍କା ଆତ୍ମସାତ୍‌ ହୋଇଥିବା ଜଣାପଡ଼ିଛି । ପିଲାଙ୍କୁ ଚାଉଳ ପ୍ରଦାନ ନ କରି ରିସାଇକ୍ଲିଂ କରି ବଜାରରେ ବିକ୍ରି ପାଇଁ ଛଡ଼ାଯାଉଛି । ଏହି ଦୁର୍ନୀତିକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅଭିଭାବକମାନେ କହିଛନ୍ତି, ସରକାର ପିଲାଙ୍କ ପାଠପଢ଼ାରେ ଉନ୍ନତି ଆଣିବା ପାଇଁ ଗରିବ ଖଟିଖିଆଙ୍କ ପିଲାଙ୍କୁ ଏହି ସୁବିଧା ପ୍ରଦାନ କରୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସବୁ ଆତ୍ମସାତ୍‌ କରିଦେଉଛନ୍ତି । ଯାହାଦ୍ୱାରା ଶିକ୍ଷାର ଘୋର ଅପମାନ ହେଉଛି । ଏ ନେଇ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହାଙ୍କୁ ପଚାରିବାରୁ ଜିଲାସ୍ତରରୁ ସବୁ ସ୍କୁଲକୁ ଯାଇଛି ଏବଂ ସ୍କୁଲସ୍ତରରେ ଏହାର କିଭଳି କାର୍ଯ୍ୟକାରୀ କରାଯାଇଛି ସେ ନେଇ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ଏମ୍‌ଡିଏମ୍‌ ୍‌ବ୍ୟବସ୍ଥାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ସାମାଜିକ କର୍ମୀ ବଳରାମ ପଣ୍ଡା କହିଛନ୍ତି । ଜିଲା ଶିକ୍ଷା ବିଭାଗରେ ଜିଲା ଶିକ୍ଷା ଅଧିକାରୀଙ୍କ ଅଗୋଚରରେ ବିଭିନ୍ନ କର୍ମଚାରୀ ନାନା ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ସେଠାରୁ ବଦଳି କରାଯାଇ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ବିଭାଗରେ ସୁଧାର ଆସିପାରିବା ସହ ଗୁଣାତ୍ମକ ଶିକ୍ଷା ଅଭିବୃଦ୍ଧି ଘଟିବ ବୋଲି ବଳରାମ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri