ଗ୍ରୀଷ୍ମଛୁଟିର ଫାଇଦା ନେଲେ ଶିକ୍ଷୟିତ୍ରୀ, ଶିକ୍ଷକ: ମଧ୍ୟାହ୍ନଭୋଜନ ଟଙ୍କା, ଚାଉଳ ହଡ଼ପ ଅଭିଯୋଗ

ରାୟଗଡ଼ା,୨୭।୭ (ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ସହିତ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସହାୟକ ପାଇଁ ରାଜ୍ୟ ସରକାର ସ୍କୁଲରେ ମଧ୍ୟାହ୍ନଭୋଜନ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇଥାନ୍ତି । ହେଲେ ଛୁଟି ସମୟରେ ସ୍କୁଲରେ କେହି ନ ଥିଲେ ମଧ୍ୟ ମଧ୍ୟାହ୍ନଭୋଜନ ପାଇଁ ଟଙ୍କା ଓ ଚାଉଳ ଆସିଥିବାବେଳେ ରାୟଗଡ଼ା ଜିଲାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଭାଗବାଣ୍ଟି ଚଳୁକରି ଦେଇଥିବା ଅଭିଯୋଗ ହୋଇଛି । ଶିକ୍ଷା ବିଭାଗ ଭଳି ମଙ୍ଗଳ ବିଭାଗରେ ମଧ୍ୟ ଅନୁରୂପ ଘଟଣା ଘଟିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ପହିଲାରୁ ଅତ୍ୟଧିକ ଗରମ ବଢ଼ିବା କାରଣରୁ ୪ ଦିନ ପୂର୍ବରୁ ରାଜ୍ୟ ସରକାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଥିଲେ । ହେଲେ ଏପ୍ରିଲ ୧୩ ତାରିଖଠାରୁ ଗ୍ରୀଷ୍ମ ଛୁଟି ହୋଇଥିବା ବେଳେ ମଧ୍ୟ ରାଜ୍ୟ ସରକାର ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ ଚାଉଳ ଓ ଟଙ୍କା ପ୍ରଦାନ କରିଥିଲେ ା ତେବେ ଜିଲାରେ ୯୫ % ଛାତ୍ରୀଛାତ୍ର ଏହା ପାଇ ନ ଥିବା ଅଭିଭାବକମାନେ କହିଛନ୍ତି। ସେହି ଚାଉଳ ଓ ଟଙ୍କା ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି ା କିଛି ପିଲାଙ୍କୁ ଏହା ମିଳିଥିବା ବେଳେ ଜିଲା ସଦର ମହକୁମାଠାରୁ ଆରମ୍ଭ କରି ସମସ୍ତ ୧୧ଟି ବ୍ଲକରେ ଏହି ଦୁର୍ନୀତି ହୋଇଥିବା ଜଣାପଡ଼ିଛି । କାଶୀପୁର, କଲ୍ୟାଣସିଂହପୁର ଓ କୋଲନରା ବ୍ଲକର ବିଭିନ୍ନ ସ୍କୁଲରେ ପିଲାମାନେ ମଧ୍ୟାହ୍ନଭୋଜନ ଚାଉଳ ଓ ଟଙ୍କା ପାଇ ନ ଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ବ୍ୟାଙ୍କରୁ ଏହି ଟଙ୍କା ଉଠାଇବାଥିବା ଜଣାପଡ଼ିଛି । ଜିଲାରେ ଏହି ବାବଦକୁ ପ୍ରାୟ ୧ କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି ।

ଶିକ୍ଷା ବିଭାଗର ତଥ୍ୟ ଅନୁସାରେ, ଏପ୍ରିଲ ୧୩ରୁ ମେ ୪ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଚାଉଳ ଓ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି ନମ୍ବର ୧୨୬୭୩ରୁ ଜଣାପଡ଼ିଛି । ଜିଲାର ୧ ହଜାର ୮୧୪ ବିଦ୍ୟାଳୟକୁ ୧ କୋଟି ୩୪ ଲକ୍ଷ ୫୭ ହଜାର ୭୦୨ ଟଙ୍କା ମଧ୍ୟାହ୍ନଭୋଜନ ବାବଦକୁ ସରକାରୀ ଅନୁଦାନ ଆସିଥିଲା । ସେଥିମଧ୍ୟରୁ କାଶୀପୁର ବ୍ଲକର ୨୮୭ ବିଦ୍ୟାଳୟକୁ ୨୩ ଲକ୍ଷ ୧୩ ହଜାର ୨୨୦ ଟଙ୍କା, ରାୟଗଡ଼ା ବ୍ଲକ ଓ ସହରର ୨୪୬ ବିଦ୍ୟାଳୟକୁ ୨୦ ଲକ୍ଷ ୨୭ ହଜାର ୫୭୨ ଟଙ୍କା, ବିଷମକଟକ ବ୍ଲକର ୨୦୧ ବିଦ୍ୟାଳୟକୁ ୧୨ ଲକ୍ଷ ୪୬ ହଜାର ୫୧୭ ଟଙ୍କା, ରାମନାଗୁଡ଼ା ବ୍ଲକର ୧୦୬ ବିଦ୍ୟାଳୟକୁ ୭ ଲକ୍ଷ ୩୮ ହଜାର ୩୪୫ ଟଙ୍କା, ଗୁଡାରି ସହର ଏବଂ ବ୍ଲକର ୧୧୯ ବିଦ୍ୟାଳୟକୁ ୬ ଲକ୍ଷ ୯୯ ହଜାର ୮୩୦ ଟଙ୍କା, ଗୁଣପୁର ସହର ଓ ବ୍ଲକର ୧୭୧ ବିଦ୍ୟାଳୟକୁ ୧୨ ଲକ୍ଷ ୨୫ ହଜାର ୭୫୯ ଟଙ୍କା ଅନୁଦାନ ଦିଆଯାଇଥିଲା ା ସେହିଭଳି କଲ୍ୟାଣସିଂହପୁର ବ୍ଲକର ୧୬୭ ବିଦ୍ୟାଳୟକୁ ୧୧ ଲକ୍ଷ ୨୮ ହଜାର ୯୪୩ ଟଙ୍କା, ଚନ୍ଦ୍ରପୁର ବ୍ଲକର ୧୦୫ ବିଦ୍ୟାଳୟକୁ ୬ ଲକ୍ଷ ୪୨ ହଜାର ୨୮୭ ଟଙ୍କା, ପଦ୍ମପୁର ବ୍ଲକର ୯୦ ବିଦ୍ୟାଳୟକୁ ୮ ଲକ୍ଷ ୨୬ ହଜାର ୯୭୨ ଟଙ୍କା, କୋଲନରା ବ୍ଲକର ୧୪୮ ବିଦ୍ୟାଳୟକୁ ୧୧ ଲକ୍ଷ ୫୨ ହଜାର ୯୩୬ ଟଙ୍କା ଓ ମୁନିଗୁଡ଼ା ବ୍ଲକର ୧୭୪ ବିଦ୍ୟାଳୟକୁ ୧୪ ଲକ୍ଷ ୫୫ ହଜାର ୩୨୧ ଟଙ୍କା ପ୍ରଦାନ କରାଯାଇଥିଲା । ଅଭିଭାବକଙ୍କ ଉପସ୍ଥିତିରେ ଚାଉଳ ବଣ୍ଟନ ନିର୍ଦ୍ଦେଶ ରହିଥିବା ବେଳେ ତରକାରି ପାଇଁ ଡିବିଟି ମାଧ୍ୟମରେ ଟଙ୍କା ଆକାଉଣ୍ଟକୁ ପ୍ରଦାନ କରିବା ଏବଂ ଏହି କାର୍ଯ୍ୟରେ ସ୍ବଚ୍ଛତା ରଖିବା ନେଇ ଚିଠିରେ ଉଲ୍ଲେଖ ରହିଥିଲା । ତେବେ ଉଚ୍ଚ ମାଧ୍ୟମିକ ସ୍କୁଲର ୪୬ ହଜାର ୪୫ ଜଣ ଛାତ୍ରୀଛାତ୍ର ଏବଂ ପ୍ରାଥମିକ ସ୍କୁଲର ୮୩ ହଜାର ୨୩୧ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅତି ବେଶୀରେ ୨ ପ୍ରତିଶତ ଛାତ୍ରୀଛାତ୍ର ଡିବିଟି ମାଧ୍ୟମରେ ଟଙ୍କା ପାଇଛନ୍ତି । ବଳକା ୯୮% ଟଙ୍କା ଆତ୍ମସାତ୍‌ ହୋଇଥିବା ଜଣାପଡ଼ିଛି । ପିଲାଙ୍କୁ ଚାଉଳ ପ୍ରଦାନ ନ କରି ରିସାଇକ୍ଲିଂ କରି ବଜାରରେ ବିକ୍ରି ପାଇଁ ଛଡ଼ାଯାଉଛି । ଏହି ଦୁର୍ନୀତିକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅଭିଭାବକମାନେ କହିଛନ୍ତି, ସରକାର ପିଲାଙ୍କ ପାଠପଢ଼ାରେ ଉନ୍ନତି ଆଣିବା ପାଇଁ ଗରିବ ଖଟିଖିଆଙ୍କ ପିଲାଙ୍କୁ ଏହି ସୁବିଧା ପ୍ରଦାନ କରୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସବୁ ଆତ୍ମସାତ୍‌ କରିଦେଉଛନ୍ତି । ଯାହାଦ୍ୱାରା ଶିକ୍ଷାର ଘୋର ଅପମାନ ହେଉଛି । ଏ ନେଇ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହାଙ୍କୁ ପଚାରିବାରୁ ଜିଲାସ୍ତରରୁ ସବୁ ସ୍କୁଲକୁ ଯାଇଛି ଏବଂ ସ୍କୁଲସ୍ତରରେ ଏହାର କିଭଳି କାର୍ଯ୍ୟକାରୀ କରାଯାଇଛି ସେ ନେଇ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ଏମ୍‌ଡିଏମ୍‌ ୍‌ବ୍ୟବସ୍ଥାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ସାମାଜିକ କର୍ମୀ ବଳରାମ ପଣ୍ଡା କହିଛନ୍ତି । ଜିଲା ଶିକ୍ଷା ବିଭାଗରେ ଜିଲା ଶିକ୍ଷା ଅଧିକାରୀଙ୍କ ଅଗୋଚରରେ ବିଭିନ୍ନ କର୍ମଚାରୀ ନାନା ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ତେଣୁ ସେମାନଙ୍କୁ ତୁରନ୍ତ ସେଠାରୁ ବଦଳି କରାଯାଇ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ବିଭାଗରେ ସୁଧାର ଆସିପାରିବା ସହ ଗୁଣାତ୍ମକ ଶିକ୍ଷା ଅଭିବୃଦ୍ଧି ଘଟିବ ବୋଲି ବଳରାମ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri