ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଏବଂ ଅନୁଦାନପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକର ବିଭିନ୍ନ ଶିକ୍ଷକ/ଅଧ୍ୟାପକ ଏବଂ କର୍ମଚାରୀ ସଂଘର ଦାବି ସମାଧାନ ଲାଗି ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ସୁପାରିସ କ୍ରମେ ଶିକ୍ଷକସଂଘର ଦାବି ପୂରଣ ହେବ ବୋଲି ସରକାରଙ୍କ ଲକ୍ଷ୍ୟ ରହିଛି।
ଗଣଶିକ୍ଷା ବିଭାଗ ସଚିବ ଶନିବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଅବସରପ୍ରାପ୍ତ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ (କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା) ଉକ୍ତ କମିଟିର ଅଧ୍ୟକ୍ଷ ରହିଛନ୍ତି। ସେହିପରି ସନାତନ ପଣ୍ଡା, ଓଡ଼ିଶା ଶିକ୍ଷା ସେବା (ଅବସରପ୍ରାପ୍ତ) କମିଟିର ଆବାହକ ରହିଥିବାବେଳେ ଗୃହ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ଶାସନ ସଚିବ ଶାନ୍ତନୁ କୁମାର ସାହୁ ଏବଂ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ସଦସ୍ୟ ରହିଛନ୍ତି। ଉକ୍ତ କମିଟି ଶିକ୍ଷକ ସଂଘ ସହିତ ଆଲୋଚନା କରି ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ଉକ୍ତ ରିପୋର୍ଟ ଆଧାରରେ ଶିକ୍ଷକଙ୍କ ଦାବି ପୂରଣ କରାଯିବାକୁ ରହିଛି। ଅପରପକ୍ଷରେ ପ୍ରାଥମିକ ଶିକ୍ଷକମାନେ ତୃତୀୟ ଦିନପାଇଁ ରବିବାର ଆନ୍ଦୋଳନ ଜାରି ରଖିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌ ପୂର୍ବରୁ ସନ୍ନ୍ୟାସ ନେଇ ଚମକାଇଲେ ଏହି କ୍ରିକେଟର, ୧୭ ବର୍ଷ କ୍ୟାରିୟରରେ… 

ନୂଆଦିଲ୍ଲୀ,୨୭।୧: ୨୦୨୬ ଟି୨୦ ବିଶ୍ୱକପ୍‌କୁ ଆଉ କିଛି ଦିନ ବାକି। ଏମିତିରେ ସନ୍ନ୍ୟାସ ନେଇ ଚମକାଇଛନ୍ତି ଜଣେ କ୍ରିକେଟର। ସେ ହେଲେ କେନ୍‌ ରିଚାର୍ଡସେନ। ଏହି ବୋଲରଜଣଙ୍କ…

ଦୟାନିଧିଗୁଡାଠାରେ ଗୋଷ୍ଠୀ ରେଡ଼ିଓ ଷ୍ଟେଶନ ରେଡ଼ିଓ ଡ଼ଙ୍ଗର ଉଦ୍‌ଘାଟିତ 

କୋରାପୁଟ,୨୭।୧(ଅମିତାଭ ବେହେରା):କୋରାପୁଟ ବ୍ଲକର ଦୟାନିଧି ଗୁଡାଠାରେ ଗୋଷ୍ଠୀ ରେଡିଓ ଷ୍ଟେଶନ “ରେଡିଓ ଡଙ୍ଗର” ୯୮.୨ ଉଦ୍‌ଘାଟିତ ହୋଇଯାଇଛି। ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଗତିର ସମ୍ପାଦକ ପ୍ରଭାକର…

ସମାଜକୁ ଚାରିଟି ଶ୍ରେଣୀରେ ବିଭକ୍ତ କଲା ତାଲିବାନ, ଏମାନଙ୍କୁ ଛୁଇଁବା ମନା

ନୂଆଦିଲ୍ଲୀ, ୨୭।୧: ଆଫଗାନିସ୍ତାନର ତାଲିବାନ ଶାସନ ଏକ ନୂତନ “ଅପରାଧିକ କାର୍ଯ୍ୟବିଧି ସଂହିତା” ଜାରି କରିଛି। ଏହି ନୂତନ ନିୟମ ଅନୁସାରେ ସମାଜକୁ ଚାରିଟି ଅଲଗା ଅଲଗା…

ସରଗରମ ହେବ ପଞ୍ଚାୟତ ନିର୍ବାଚନ: ଚିତ୍ତରଞ୍ଜନ,ବିକାଶଙ୍କୁ ଗୁରୁ ଦାୟିତ୍ୱ

ହାଟଡିହୀ,୨୭।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ଚିତ୍ତରଞ୍ଜନ ପାତ୍ରଙ୍କୁ ଜିଲା କଂଗ୍ରେସ କମିଟିର ଉପସଭାପତି ଭାବେ ଦାୟିତ୍ୱ ମିଳିଛ। ସେହିପରି ସୋସୋ ଅଞ୍ଚଳର…

ବାବୁ ସିଂଙ୍କ କଡ଼ା ଚେତାବନୀ: ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କଲେ ବର୍ଷିବ ଠେଙ୍ଗା

ଭୁବନେଶ୍ୱର,୨୭।୧: ଆଜିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭ। ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଅମାନିଆ ହୋଇ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କଲେ ସରକାରୀ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଦିବାସୀ ବହୁଳ ଜିଲାରେ ନିର୍ମାଣ ହେବ…

ଭୁବନେଶ୍ୱର,୨୭।୧: ଆଦିବାସୀ ବହୁଳ ଜିଲାରେ ନିର୍ମାଣ ହେବ ଶହିଦ ଲକ୍ଷ୍ମଣ ନାଏକ ବିଦ୍ୟାଳୟ। ଆଦିବାସୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଏହା ନିର୍ମାଣ ହେବ। ଏନେଇ…

PUCC ନ ଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ: ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର,୨୭।୧: ଏଣିକି ଚାଲାଣ କଟିଥିଲେ ମଧ୍ୟ PUCC ସାର୍ଟିଫିକେଟ ମିଳିବ । ଗାଡ଼ିରେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ। ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ…

ବୁଧବାର ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ,୨୭।୧: ବୁଧବାର ପବିତ୍ର ମାଘ ଶୁକ୍ଲ ଦଶମୀ ତିଥି। ମାଘ ଶୁକ୍ଲ ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri