ଶିକ୍ଷକଙ୍କ ଆନ୍ଦୋଳନ, ପାଠପଢା ଠପ୍‌

ବରଗଡ଼,୧୫।୯(ପ୍ରେମାନନ୍ଦ ଖମାରୀ): ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ପ୍ରକାରର ଠିକା ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଜ୍ୟବ୍ୟାପୀ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଛି। ଏଥିରୁ ବରଗଡ଼ ଜିଲା ମଧ୍ୟ ବାଦ ପଡି ନାହିଁ ।

ଗୁରୁବାର ଜିଲାର ୧୨ଟି ବ୍ଲକ ମଧ୍ୟରୁ ୧୦ଟି ବ୍ଲକର ଶିକ୍ଷକ, ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ଶୁକ୍ରବାର ଜିଲାର ଅନ୍ୟ ୨ଟି ବ୍ଲକ ବରଗଡ଼ ଏବଂ ସୋହେଲା ବ୍ଲକର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହିକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପ୍ରତିଦିନ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହେଉଛନ୍ତି। ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ରଖି ଧାରଣାରେ ବସୁଛନ୍ତି। ଏହା ସହିତ ଦାବି ପୂରଣ ନେଇ ନାରାବାଜି କରୁଛନ୍ତି। ସ୍କୁଲ ଛାଡି ଶିକ୍ଷକ, ଶିକ୍ଷୟିତ୍ରୀ ଏଭଳି ଆନ୍ଦୋଳନକୁ ଓହ୍ଲାଇ ଥିବା ଯୋଗୁ ବରଗଡ଼ ଜିଲାର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ସ୍କୁଲରେ ପାଠପଢା ଠପ୍‌ ହୋଇଯାଇଛି । ବହି ବସ୍ତା ଧରି ପିଲାମାନେ ସ୍କୁଲକୁ ପଢିବାକୁ ଆସୁଥିଲେ ହେଁ ଶେଷରେ ନିରାଶ ହୋଇ ଘରକୁ ଫେରୁଥିବା ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

ଟାରିଫ୍‌ ହ୍ରାସ ଦ୍ୱାରା ଉଭୟ ଦେଶ କ’ଣ ଫାଇଦା ପାଇବେ? ବୁଝନ୍ତୁ ପୂରା ଗଣିତ…

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଆମେରିକା ପାରସ୍ପରିକ ବାଣିଜ୍ୟକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତିନାମା ପାଇଁ…

ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri