ଶିକ୍ଷକରୁ ମୁଖ୍ୟମନ୍ତ୍ରୀ

ସମୟଟି ଥିଲା ପ୍ରାୟ ୧୯୯୩ ମସିହାର କଥା। ସଦ୍ୟ କଲେଜରୁ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ମୋହନ, ମନରେ ଅସରନ୍ତି ଆଶା, କିଛି ଗୋଟାଏ କରିବେ। କାରଣ ଘରର ପରିସ୍ଥିତି ଯାହା, ସେଥିରେ ବାପାଙ୍କ ଉପରେ ବୋଝ ନ ହେବାକୁ ମନେ ମନେ ସ୍ଥିର କରିଥାଆନ୍ତି। ଯେପରି ହେଉ ବାପାଙ୍କୁ ଘର ଖର୍ଚ୍ଚରେ ‘ସେତୁବନ୍ଧରେ ଗୁଣ୍ଡୁଚି’ ଭଳି ଟିକିଏ ସାହାଯ୍ୟ କରିବେ। ତେବେ କିଏ ଏହି ମୋହନ? କାହିଁକି ତାଙ୍କ ସମ୍ପର୍କରେ ଏହି ଚର୍ଚ୍ଚା! ସେକଥା ଜାଣିବା ପୂର୍ବରୁ ପ୍ରଥମେ ଆସନ୍ତୁ ଜାଣିନେବା ତାଙ୍କ ସମ୍ପର୍କରେ ଆଉ କିଛି ତଥ୍ୟ।
କାମ ଖୋଜୁଥିବା ମୋହନଙ୍କୁ ମିଳିଗଲା ଜଣେ ଶିକ୍ଷକର ଚାକିରି। କେନ୍ଦୁଝର ଜିଲା ଝୁମ୍ପୁରାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଥମିକ ଗୁରୁଜୀଙ୍କ ଚାକିରି। ଆଉ ଦରମା ଥିଲା ମାସିକ ୩ ଶହ ଟଙ୍କା ମାତ୍ର। ଏତିକି ଟଙ୍କାରେ ଜଣେ କେମିତି ଚଳୁଥିବ, ଥରେ ଚିନ୍ତାକଲେ ଦେଖି! ଆଜ୍ଞା ହଁ, ସେ ହେଉଛନ୍ତି ଆଜି ଆମ ରାଜ୍ୟରେ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଆଖ୍ୟା ପାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାଲ୍ୟକାଳରୁ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷକରି ବଡ଼ ହୋଇଥିବା ମୋହନ ବାସ୍ତବରେ ସମବୟସ୍କ ସହପାଠୀମାନଙ୍କ ପାଇଁ ଥିଲେ ଜଣେ ବନ୍ଧୁ ଓ ପଥ ପ୍ରଦର୍ଶକ। ଯଦି କେବେ କେହି ରୋଗରେ ପଡୁଥିଲେ, ଲୋଡ଼ା ହେଉଥିଲେ ମୋହନ। ଯଦି କେହି ପାଠ ବୁଝିପାରୁ ନ ଥିଲେ, ଲୋଡ଼ା ହେଉଥିଲେ ମୋହନ, ଆଉ ଯଦି କାହାରି ଘରେ ଭୁଲ୍‌ ବୁଝାମଣାରୁ କଳି ଲାଗୁଥିଲା, ସମାଧାନ ପାଇଁ ଯିଏ ଆଗକୁ ବାହାରୁଥିଲେ, ସେ ହେଉଛନ୍ତି ମୋହନ, ଆଜିର ମୁଖ୍ୟମନ୍ତ୍ରୀ। ବାସ୍ତବିକ, ନେତୃତ୍ୱ ନେବା ତାଙ୍କ ରକ୍ତରେ ଯେପରି ଭରି ରହିଥିଲା।
ଗୁରୁଜୀ ହେବାର ୬ ମାସ ପୂର୍ବରୁ ସେ ଟ୍ୟୁଶନ କରୁଥିଲେ। ସେଥିରୁ ମାସକୁ ପ୍ରାୟ ଦେଢଶହ ଟଙ୍କା ରୋଜଗାର କରୁଥିଲେ ଓ ସେହି ସ୍ବଳ୍ପ ଆୟରେ ନିଜକୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିଲେ। ସେହି ସମୟରେ ଝୁମ୍ପୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସାକ୍ଷାତ୍‌କାର ଜରିଆରେ ଗୁରୁଜୀ ଭାବେ ନିଯୁକ୍ତି ପାଇଲେ। ସକାଳୁ ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ଯାଇ ୪ଟା ବେଳକୁ ଛୁଟି ହେବା ପରେ ମଧ୍ୟ ସେ ଘରକୁ ଫେରିପାରୁ ନ ଥିଲେ। କାରଣ ସ୍କୁଲ ଛୁଟି ପରେ କ’ଣ ଦିଇଟା ପାଟିରେ ପକାଇ ସେ ଟ୍ୟୁଶନ ପଢ଼ାଇବାକୁ ପହଞ୍ଚିଯାଉଥିଲେ ପିଲାମାନଙ୍କ ଘରେ। ଏହି ଧାରା ବେଶ୍‌ କିଛିଦିନ ଧରି ଚାଲିଥିଲା। ପରେ ୧୯୯୭ ମସିହାରେ ସେ ନିଜ ଗ୍ରାମପଞ୍ଚାୟତର ସରପଞ୍ଚ ଭାବରେ ଜିତିବା ପରେ ଶିକ୍ଷାଦାନ ପ୍ରତି ସମୟ ଦେଇପାରି ନ ଥିଲେ। ଶେଷରେ ବାଧ୍ୟହୋଇ ତାଙ୍କୁ ଶିକ୍ଷକତା ଛାଡ଼ିବାକୁ ପଡ଼ିଥିଲା। ସେ ସରପଞ୍ଚ ଭାବେ ମାତ୍ର ୩ ବର୍ଷ ସେବା ପ୍ରଦାନ କରିବା ପରେ ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ଟିକେଟ ପାଇ କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ ଓ ଜୟଯୁକ୍ତ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ସମୟରେ ମୋହନ ଥିଲେ ସର୍ବ କନିଷ୍ଠ ବିଧାୟକ।
ତେବେ ସେ ସିନା ଶିକ୍ଷକତାକୁ ଛାଡ଼ିଦେଲେ, ହେଲେ ଶିକ୍ଷକତା କ’ଣ ତାଙ୍କୁ ଛାଡ଼ିପାରିଲା ? ଆଜି ମଧ୍ୟ ସୁଯୋଗ ପାଇଲେ ସେ ପିଲାଙ୍କୁ ପଢ଼ାଇବା ସୁଯୋଗକୁ କେବେ ହାତଛଡ଼ା କରନ୍ତି ନାହିଁ। ଗାଁରେ ଯେତେବେଳେ ସେ ପ୍ରାଥମିକ ଶ୍ରେଣୀରେ ପଢୁଥିଲେ, ସେତେବେଳେ ତାଙ୍କର ସେଠାରେ ଥିଲେ ଅନେକ ସାଙ୍ଗ। ସେମାନଙ୍କ ମଧ୍ୟରୁ ଆଦିକନ୍ଦ ନାଏକ ହେଉଛନ୍ତି ଜଣେ। ଆଦିକନ୍ଦଙ୍କ କହିବା କଥା, ମୁଁ ରାଇକଳା ପ୍ରାଥମିକ ବିଦ୍ୟାଳୟରେ ୧୯୭୭ରୁ ୧୯୮୪ ମସିହା ପର୍ଯ୍ୟନ୍ତ ଅର୍ଥାତ୍‌ ୧ମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ମୋହନଙ୍କ ସହିତ ପାଠ ପଢ଼ିଥିଲି। ଅନ୍ୟ ସାଧାରଣ ପିଲାଙ୍କ ଭଳି ବୋହୂଚୋରି, ଧାଁ ଦୌଡ଼, ଫୁଟ୍‌ବଲ ଇତ୍ୟାଦି ସବୁ ଖେଳୁଥିଲୁ। ଆମେ ପଢ଼ିବା ସମୟରେ ଜଗତମୋହନ ନାଏକ ସାର୍‌ ମୋହନ ଘରକୁ ଟ୍ୟୁଶନ ପଢ଼ାଇବାକୁ ଆସୁଥିଲେ। ତେବେ ସେ ମୋହନର ଘରୋଇ ଶିକ୍ଷକ ନ ଥିଲେ। ମୋହନର ଘର ଅବସ୍ଥା ମଧ୍ୟ ଘରୋଇ ଟ୍ୟୁଶନ ହେବା ପରି ସେତେଟା ସ୍ବଚ୍ଛଳ ନ ଥିଲା। ତେବେ ସାର୍‌ ତାଙ୍କ ଘରକୁ ଆସିବାର କାରଣ ହେଲା, ମୋହନର ଘର ଥିଲା ଗାଆଁର କେନ୍ଦ୍ରସ୍ଥଳରେ। ସମସ୍ତଙ୍କ ଘରଠାରୁ ମଝିଆ ମଝି ସ୍ଥାନରେ ଥିବାରୁ ସେଠାକୁ ଜଗତମୋହନ ସାର୍‌ଙ୍କୁ ଆସିବା ମଧ୍ୟ ସୁବିଧା ହେଉଥିଲା। ଆମେ ମଧ୍ୟ ସେଠାକୁ ପଢ଼ିବାକୁ ଯାଉଥିଲୁ। ମୋହନ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀ ପାଠପଢ଼ା ସାରି ଝୁମ୍ପୁରା ଉଚ୍ଚ ବିଦ୍ୟାଳୟକୁ ୮ମ ଶ୍ରେଣୀରେ ପଢ଼ିବାକୁ ଚାଲିଗଲା। ମୁଁ ରାଇକଳା ହାଇସ୍କୁଲରେ ହିଁ ପଢ଼ିଲି।
ମୋହନଙ୍କ ଅନ୍ୟ ଜଣେ ସାଙ୍ଗ ଧ୍ରୁବଚରଣ ବାରିକ ପିଲାଦିନେ ତାଙ୍କ ସହ ବିଦ୍ୟାଳୟରେ ଘଟିଥିବା ଏକ ନିଆରା ଅଭିଜ୍ଞତା ବର୍ଣ୍ଣନାକରି ବସନ୍ତି। ଅତୀତର ସ୍ମୃତି ରୋମନ୍ଥନକରି ସେ କହନ୍ତି, ବିଦ୍ୟାଳୟକୁ ସେତେବେଳେ ଧନୁଷ୍ଟଙ୍କାର ରୋଗର ଟିକା ଦେବାପାଇଁ ଡାକ୍ତରୀ ଟିମ୍‌ ପ୍ରତିବର୍ଷ ଆସୁଥିଲେ।
ଆମେ ଡିବିରି ନିଆଁରେ ଇଞ୍ଜେକ୍ସନ ଛୁଞ୍ଚି ଲାଲ ଟକ୍‌ ଟକ୍‌ ହୋଇ ତାତି ଉଠୁଥିବା ଦେଖି ଆତଙ୍କରେ ଶିହରିଉଠୁଥିଲୁ। କିଭଳି ଉକ୍ତ ଡାକ୍ତରୀ ଦଳର ଅନ୍ୟମନସ୍କତାର ସୁଯୋଗ ନେଇ ସେଠାରୁ ଖସିଯିବୁ, ସେହି ଚିନ୍ତାରେ ରହୁଥିଲୁ। କେହି କେହି ପଛ ଦରଜା ବାଟଦେଇ ନିକଟସ୍ଥ ଜଙ୍ଗଲକୁ ଧାଇଁ ଯାଇ ସେଠାରେ ଛପିଯାଉଥିଲେ। ମାତ୍ର ମୋହନ ସେ ବୟସରେ ମଧ୍ୟ ଏସବୁକୁ ଖାତିର କରୁ ନ ଥିଲା। ଓଲଟି ଆମମାନଙ୍କୁ ବୁଝାଉଥିଲା, ଧନୁଷ୍ଟଙ୍କାର ଟିକା ନେବା ଶରୀର ପାଇଁ ଭଲ। ଏହା କ୍ଷଣିକ ପାଇଁ ଆମକୁ କଷ୍ଟଦେବ ସତ, ମାତ୍ର ସବୁଦିନ ପାଇଁ ନୀରୋଗ ରଖିବାରେ ସହାୟକ ହେବ। ଆଶ୍ଚର୍ଯ୍ୟ, ଯେଉଁ ବୟସରେ ଆମେ ସମସ୍ତେ ଇଞ୍ଜେକ୍ସନ ଛୁଞ୍ଚିକୁ ଦେଖିଲେ ଭୟରେ ଛାନିଆ ହୋଇଉଠୁ, ସେହି ବୟସରେ ରାଇକଳା ଭଳି ଜଙ୍ଗଲ ପରିବେଷ୍ଟିତ ନିପଟ ମଫସଲ ଗାଁର ଜଣେ କୁନି ପିଲା ମନରେ ଏତେ ସାହସ ଆସିଲା କେଉଁଠୁ ? କହିବା ବାହୁଲ୍ୟ, ସାଙ୍ଗମାନେ ମୋହନର କଥାକୁ ବୁଝିଯାଇଥିଲେ। ଆଉ ଧୀରସ୍ଥିର ଭାବରେ ଟିକା ନେଇଥିଲେ। ଧ୍ରୁବ ଆଜି ମନେପକାନ୍ତି, ସେହି ଟିକା ଦ୍ୱାରା ମୋ ହାତରେ ଏକ ଚିହ୍ନ ସବୁଦିନ ପାଇଁ ରହିଯାଇଥିଲା ସତ, ମାତ୍ର ଧନୁଷ୍ଟଙ୍କାର ଭଳି ରୋଗରେ ମୁଁ କେବେ ବି ଆକ୍ରାନ୍ତ ହୋଇନାହିଁ, ମୋର ସାଙ୍ଗମାନେ ମଧ୍ୟ। ହୁଏତ ଏହି ଘଟଣା ହିଁ ମୋହନଙ୍କ ମଧ୍ୟରେ ଯେ ନେତୃତ୍ୱ ନେବାର ଦକ୍ଷତାଟି ଅଙ୍କୁରିତ ହେଉଛି, ତାହା ଏହି ଘଟଣାଟି ପ୍ରତିପାଦିତ କରିଥିଲା।
ଗାଁରେ ମୋହନଙ୍କ ବାବଦରେ ଲୋକେ କଥା ହେବାର ଅନେକ ଲୋକ ଶୁଣିଥିଲେ,ଗୁନାରାମର ପୁଅଟି ନିଶ୍ଚେ ଦିନେ ବଡ଼ ମଣିଷ ହେବ। କାରଣ ଅନ୍ୟମାନଙ୍କଠାରୁ ତା’ର ମୁଣ୍ଡଟି ଟିକିଏ ବଡ଼। ହୁଏତ ସେମାନଙ୍କ ସେହି ଅଦୃଶ୍ୟ ଆଶୀର୍ବାଦ ହିଁ ‘ବଡ଼ମୁଣ୍ଡିଆ’ ମୋହନକୁ ଜଣେ ଟ୍ୟୁଶନ କରୁଥିବା ଏବଂ ମାସକୁ ମାତ୍ର ୩ ଶହ ଟଙ୍କା ଦରମା ପାଉଥିବା ଶିଶୁମନ୍ଦିର ଶିକ୍ଷକରୁ ନେଇ ସାଢ଼େ ୪କୋଟି ଲୋକଙ୍କ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସାଇଦେଲା।
ଲେଖକ- ହିତାଂଶୁ ଶେଖର ମହାନ୍ତ


Enter your email to get our daily news in your inbox.

All Right Reserved By Dharitri.Com

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri