ଗୁରୁ ଦିବସରେ ଶିକ୍ଷକନେତାଙ୍କୁ ଚୁନ ମାରିଦେଲେଦେଲେ: ନେଇଗଲେ ୩ଲକ୍ଷ ୫୩ ହଜାର

ପାଟଣା,୫ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ୨ ବ୍ୟାଙ୍କ ଅକାଉଣ୍ଟ ସହ ଏକ କ୍ରେଡିଟ କାର୍ଡରୁ ଚତୁରତା ସହ ହ୍ୟାକର ମୋଟ ୩ ଲକ୍ଷ ୫୩ ହଜାର ଠକି ନେଇଛନ୍ତି। ଏ ନେଇ ସେ ପାଟଣା ଥାନା, କେନ୍ଦୁଝର ସାଇବାର ଶାଖାରେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଶିକ୍ଷକ ଜଣଙ୍କ ବର୍ତ୍ତମାନ ପାଟଣା ମୁଖ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟରତ ଅଛନ୍ତି। ତାଙ୍କ ହ୍ବାଟ୍ସଆପକୁ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କ ନମ୍ବରରୁ ଆରଟିଓ ଇ -ଚାଲାଣର ଏକ ଆପ ଆସିଥିଲା। ଯେହେତୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମେସେଜ ଆସିଥିଲା, ତାକୁ ବିଶ୍ୱାସ କରି ଶିକ୍ଷକ ଆପ୍‌କୁ ଖୋଲିି ସେଠାରେ ମଗାଯାଇଥିବା ତଥ୍ୟ ଭରିବା ସହ ନିଜର ଆଧାର ନମ୍ବର ନିଜ ନା ଓ ମା’ଙ୍କ ନାମ ଏଣ୍ଟ୍ରି କରି ୧ଟଙ୍କା ପେମେଣ୍ଟ କରିଥିଲେ। ଏହାର କିଛି ସମୟ ପରେ ତାଙ୍କ ମୋବାଇଲକୁ ଟଙ୍କା କଟିବାର ୩ଟି ମେସେଜ ଆସିଥିଲା। ଏଥିରେ ତାଙ୍କ ପାଟଣାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଆକାଉଣ୍ଟରୁ ୧ ଲକ୍ଷ ୨୨ହଜାର, ଘଟଗଁାସ୍ଥିତ ତାରିଣୀ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ସାଲେରି ଆକାଉଣ୍ଟରୁ ୧ ଲକ୍ଷ ୩୩ ହଜାର ଓ ପାଟଣା ବ୍ୟାଙ୍କ ଅଫ ଇଣ୍ଡିଆ କ୍ରେଡିଟ୍‌ କାର୍ଡରୁ ୯୮ ହଜାର ଟଙ୍କା ଚତୁରତା ସହ ସାଇବର ଠକ୍‌ ଉଠାଇ ନେଇଛନ୍ତି। ଗୁରୁବାର ସାରେ ଶିକ୍ଷକ ପାଟଣା ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାକୁ ଯାଇ ଜଣାଇବା ପରେ ଆକାଉଣ୍ଟକୁ ବ୍ୟାଙ୍କ ପକ୍ଷରୁ ବନ୍ଦ କରାଯାଇଥିଲା। ପରେ ସେ ପାଟଣା ଥାନା, କେନ୍ଦୁଝର ସାଇବର ଥାନା ଓ ଭୁବନେଶ୍ୱର ସାଇବର ମୁଖ୍ୟ ଥାନାରେ ଟୋଲ ଫ୍ରି ନମ୍ବର୍‌ ୧୯୩୦ରେ କଲ କରି ନ୍ୟାସନାଲ ସାଇବର ପ୍ରୋଟାଲରେ ଭୁବନେଶ୍ୱର ଶାଖା ଅଭିଯୋଗକୁ ପଞ୍ଜିକୃତ କରିଛନ୍ତି। ପାଟଣା ବିଇଓଙ୍କ ଆକାଉାଣ୍ଟକୁ ସାଇବର ଅପରାଧୀ ହ୍ୟାକ୍‌ କରି ପାଟଣା ବ୍ଲକ୍‌ର ଅନ୍ୟ ଶିକ୍ଷକଙ୍କୁ ଏଭଳି ମେସେଜ ପଠାଇଥିବା ଜଣାପଡ଼ିଛି। ବିଇଓ ଏହା ଜାଣିବା ପରେ ମୋବାଇଲର ସମସ୍ତ ଆପକୁ ଅନ ଇନ୍‌ଷ୍ଟାଲ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri