ଝାରବନ୍ଧ, ୬।୨(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଠାକୁରଦିଆ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ଛାତ୍ରୀଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ପାଇବା ପରେ ଝାରବନ୍ଧ ବ୍ଳକ ଶିକ୍ଷା ଅଧିକାରୀ(ବିଇଓ) ଶୁଭମ କୁମାର ପତି ଗୁରୁବାର ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ପଦ୍ମଲୋଚନ ମୁନାଙ୍କୁ ନିଲମ୍ବିତ କରିଛନ୍ତି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


