ଛାତ୍ରୀଙ୍କ ପରୀକ୍ଷା ଖାତାରେ ଉତ୍ତର ଲେଖି ଅଧ୍ୟାପିକା ଗିରଫ

ଉଦଳା,୨୪ା୮(ସନ୍ତୋଷ କୁମାର ବାଚ୍ଛିନୀ)ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ରାଢୋସ୍ଥିତ ଲୁଇପା ଡିଗ୍ରୀ କଲେଜର ଓଡ଼ିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ ପରୀକ୍ଷାରେ ଅନୁପସ୍ଥିତ ଜଣେ ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖି ଗିରଫ ହୋଇଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ.୨୫୫/୨୩) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ୨୭ ତାରିଖରେ କଲେଜରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟର ପରୀକ୍ଷା ଚାଲିଥିଲା ବେଳେ ଅଧ୍ୟାପିକା ତୁଳିକା ଅନୁପସ୍ଥିତ ଥିବା ଜଣେ ଛାତ୍ରୀଙ୍କ ଖାତାରେ ଉତ୍ତର ଲେଖି ଦେଇଥିଲେ। ଏହା ସହିତ ଉକ୍ତ ଖାତାରେ ପରୀକ୍ଷା ନିୟନ୍ତ୍ରକଙ୍କ ମିଛ ଦସ୍ତଖତ ମଧ୍ୟ ମାରିଥିଲେ। ଏହା ଜାଣିବା ପରେ କଲେଜ ପ୍ରିନ୍ସିପାଲ ଗୌରାଙ୍ଗ ମହାପାତ୍ର ସମ୍ପୃକ୍ତ ଅଧ୍ୟାପିକାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ନୋଟିସ ପାଇବା ପରେ ଅଧ୍ୟାପିକା ଜଣକ ପ୍ରିନ୍ସିପାଲଙ୍କ ଚାମ୍ବରକୁ ଯାଇ ଗାଳିଗୁଲଜ କରିଥିଲେ। ଏ ସଂକ୍ରାନ୍ତରେ ପ୍ରିନ୍ସିପାଲ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଅଧ୍ୟାପିକା ତୁଳିକାଙ୍କୁ କୋର୍ଟଚାଲାଣ କରିଛି। ଉତ୍ତର ଖାତା ମଧ୍ୟ ପୋଲିସ ଜବତ କରିଛି।
ଅନ୍ୟପକ୍ଷରେ ପ୍ରିନ୍ସିପାଲ ଓ ସମ୍ପୃକ୍ତ ଅଧ୍ୟାପିକାଙ୍କ ଏକ ଅଡିଓ ବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି। କଲେଜ ପ୍ରିନ୍ସିପାଲ ମହାପାତ୍ର ଅଧ୍ୟାପିକାଙ୍କୁ ଫୋନ କରି ନିରୋଳା ସ୍ଥାନରେ ଦେଖା କରିବାକୁ ଡାକୁଥିବା, ଅଧ୍ୟାପିକା ଜଣକ କଲେଜ ଗଲେ କଥା ହେବେ ବୋଲି କହିବାରୁ ପ୍ରିନ୍ସିପାଲ କଲେଜରେ କଥା ହୋଇ ହେବ ନାହିଁ ବୋଲି କହୁଥିବା ଭାଇରାଲ ଅଡିଓରୁ ଜଣାପଡ଼ିଛି। ଅଧ୍ୟାପିକା ଜଣକ ନିରୋଳା ସ୍ଥାନରେ ଭେଟିବାକୁ ମନା କରିବାରୁ ପ୍ରିନ୍ସିପାଲ ତାଙ୍କ ଘରକୁ ଆସିବାକୁ କହୁଛନ୍ତି। ଏହି ଅଡିଓରେ ସମ୍ପୃକ୍ତ ଅଧ୍ୟାପିକାଙ୍କ ପ୍ରତି ପ୍ରିନ୍ସିପାଲଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ପ୍ରିନ୍ସିପାଲ ମହାପାତ୍ରଙ୍କୁ ପଚାରିବାରୁ ସେ ଅଧ୍ୟାପିକାଙ୍କୁ କେବଳ କାରଣ ଦର୍ଶାଅ ନୋଟିସ ଜାରି କରିଥିବା କହିଛନ୍ତି। ନିରୋଳା ସ୍ଥାନକୁ ଡାକିବା ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

ଆଇନଜୀବୀ ପୀତବାସ ଦାଶଙ୍କ ପରଲୋକ

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଶନିବାର ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

‘ଭଲ ପାଠ ପଢ଼ି ସୁନାମ ଆଣନ୍ତୁ ଛାତ୍ରୀଛାତ୍ର’

ଦିଗପହଣ୍ଡି,୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବୀଣାପାଣି ନର୍ସରୀ ସ୍କୁଲର ୩୯ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ତଥା ବରିଷ୍ଠ…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ଜାଣନ୍ତୁ କେତେ କ’ଣ ମିଳିଲା

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଦାନହୁଣ୍ଡି ଶନିବାର ଖୋଲିଛି। ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri