ସ୍କୁଲରେ ଏକୁଟିଆ ପାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଶିକ୍ଷକଙ୍କୁ ପଡିଲା ମହଙ୍ଗା, ଧରାପଡିବା ପରେ…

ପାଟଣାଗଡ଼,୪ା୧୨(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଛାତ୍ରୀଙ୍କ ମା’ ମଙ୍ଗଳବାର ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ନଂ ୨୭୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇ ବୁଧବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଭାନୁପ୍ରସାଦ ଯାଦବ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ବିଦ୍ୟାଳୟ କୋଠରୀରେ ଏକୁଟିଆ ଥିବାର ସୁଯୋଗ ନେଇ ଶିକ୍ଷକ ଜଣକ ଅସଦାଚରଣ କରିଥିଲେ। ଛାତ୍ରୀ ଜଣକ କୋଠରୀ ଭିତରେ କାନ୍ଦୁଥିବା ଦେଖି ସହପାଠୀମାନେ ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇଥିଲେ। ପରେ ଘଟଣା ସମ୍ପର୍କରେ ଛାତ୍ରୀଙ୍କ ମା’ ବାପା ଓ ଗ୍ରାମବାସୀ ବିଦ୍ୟାଳୟକୁ ଆସି ଅଭିଯୋଗ କରିଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୋଡ୍‌ରେ ବରଗଡ଼ ପୋଲିସ: ନିଶା ବେପାରୀଙ୍କ ଆଡ୍ଡା ଉପରେ ମାଡ଼ିଲା ବୁଲଡୋଜର୍‌, ଛାନିଆ ହେଲେଣି…

ବରଗଡ଼, ୧୦।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବଢିଚାଲିଥିବା ଅପରାଧିକ କାର୍ଯ୍ୟକଳାପ ଉପରେ ପାଲିସର ଶକ୍ତ ପ୍ରହାର। ସହରରେ ଲୁଟପାଟ, ଛୁରାମାଡ଼ ଏବଂ ହତ୍ୟାକାଣ୍ଡ ଭଳି ଘଟଣା…

ରାଉରକେଲା IGHରେ ଅଭାବନୀୟ ଘଟଣା: ଟଏଲେଟ୍‌ ପ୍ୟାନ୍‌ ଭିତରୁ ନବଜାତକର ମୃତଦେହ ଉଦ୍ଧାର, ବଢ଼ିଲା ଚର୍ଚ୍ଚା

ରାଉରକେଲା, ୧୦।୩ (ସଙ୍ଗୀତ ଜେନା): ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (IGH) ପରିସରରେ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ…

ଓଡ଼ିଶାରେ ଗ୍ୟାସ ସିଲିଣ୍ଡରକୁ ନେଇ ସରକାର ବଡ଼ ଘୋଷଣା, କାଲିଠୁ…

ଭୁବନେଶ୍ୱର,୧୦।୩: ଓଡ଼ିଶାରେ ରନ୍ଧନ ଗ୍ୟାସ (LPG) ସଙ୍କଟକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବିଶେଷ କରି ପଶ୍ଚିମ…

ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ: ଧରଣୀଧର ସଭାପତି, ରାମକୃଷ୍ଣ ହେଲେ ସମ୍ପାଦକ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ଓଡିଶା ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।…

ରାସ୍ତାକଡ଼ରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ,ପରିଚୟ ଖୋଜୁଛି ପୋଲିସ; ହତ୍ୟା କରି ନା…?

ବେଲଗୁଣ୍ଠା,୧୦।୩(କୃଷ୍ଣଚନ୍ଦ୍ର ପଟ୍ଟନାୟକ):  ଗଞ୍ଜାମ ଜିଲା ଭଞ୍ଜନଗର-ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ନିକଟରୁ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସମ୍ପୂର୍ଣ୍ଣ…

ଏଲପିଜି ସଙ୍କଟ: ଏସବୁ ରାଜ୍ୟରେ ବଢିଯିବ ଗ୍ୟାସଦର! ଓଡ଼ିଶାରେ…

ନୂଆଦିଲ୍‌ଲୀ,୧୦।୩: ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ଭାରତରେ ଏଲପିଜି (LPG) ବା ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ଦେଖାଦେଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି…

ମାର୍ଚ୍ଚ ୧୩ରେ ନିଯୁକ୍ତି ମେଳା: ଶିକ୍ଷିତ ଯୁବତୀ, ଯୁବକଙ୍କ ପାଇଁ ବଡ଼ ସୁଯୋଗ

କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷିତ ଯୁବତୀ, ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଆସନ୍ତା ୧୩ରେ ସ୍ଥାନୀୟ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପଡ଼ିଆରେ ଜିଲାସ୍ତରୀୟ…

ଏବେ ହିଁ କରନ୍ତୁ ଗ୍ୟାସ୍‌ ବୁକିଂ, ନ ହେଲେ ଆଉ ୨୫ଦିନ ଯାଏ ମିଳିବନି!…

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ତାପ ଏବେ ଭାରତରେ ଅନୁଭୂତ ହେଉଛି। ତଥାପି, ଭାରତ ସରକାର LPG ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri