ପିଲାଙ୍କୁ ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଖାନ୍ତୁ ଏସବୁ ଜିନିଷ

ପିଲାଙ୍କୁ ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର…

ପିଲାଙ୍କ ବ୍ୟବହାର ଉପରେ ଦୃଷ୍ଟି ରଖନ୍ତୁ। ପରିବାରର ସମସ୍ତଙ୍କୁ ସେମାନେ କିଭଳି ବ୍ୟବହାର କରୁଛନ୍ତି ଲକ୍ଷ୍ୟ ରଖନ୍ତୁ। କାହା ପ୍ରତି ସେମାନେ ଯଦି କିଛି ବି ଭୁଲ୍‌ ବ୍ୟବହାର କରୁଥାନ୍ତି ତେବେ ସେମାନଙ୍କୁ ଠିକ୍‌ ସମୟରେ ଶିକ୍ଷା ଦିଅନ୍ତୁ।
ପିଲାମାନେ ଚଞ୍ଚଳ ସ୍ବଭାବର ହୋଇଥାନ୍ତି। ସବୁବେଳେ ସେମାନେ ମସ୍ତି ମୁଡ୍‌ରେ ରହିଥାନ୍ତି। କିନ୍ତୁ ସବୁ ସମୟରେ ଏପରି ବ୍ୟବହାର ଠିକ୍‌ ନୁହେଁ ବୋଲି ସେମାନଙ୍କୁ ବୁଝାନ୍ତୁ। ଏକାଠି ଗୋଟିଏ ସ୍ଥାନରେ ବସି କିଛି କରିବା, ଖାଇବା କିମ୍ବା ପଢିବାର ଅଭ୍ୟାସ କରାନ୍ତୁ।
ପରିବାରରେ ଅନ୍ୟ ସଦସ୍ୟଙ୍କ ପ୍ରତି ଠିକ୍‌ ବ୍ୟବହାର କରିବା ଶିଖାନ୍ତୁ। ପରିବାରରେ ସାନମାନଙ୍କ ପ୍ରତି ସ୍ନେହ ଓ ଗୁରୁଜନଙ୍କୁ ସମ୍ମାନ କରିବା ଶିଖାନ୍ତୁ। ସମ୍ପର୍କର ଗୁରୁତ୍ୱ ମଧ୍ୟ ସେମାନଙ୍କୁ ଅନୁଭବ କରିବାକୁ ଦିଅନ୍ତୁ। ଏଥିପାଇଁ ନିଜେ ମଧ୍ୟ ସମସ୍ତଙ୍କ ପ୍ରତି ଠିକ୍‌ ବ୍ୟବହାର କରି ଉଦାହରଣ ଦିଅନ୍ତୁ।
ଘର ସଫାସୁତୁରା ରଖିବା ମଧ୍ୟ ପିଲାଙ୍କୁ ଶିଖାନ୍ତୁ। ପିଲାମାନେ ଅନେକ ସମୟରେ ଖେଳିବା ପରେ ଖେଳନା ଫିଙ୍ଗି ଦେଇଥାନ୍ତି ଏବଂ ସେହିପରି ପଢିବା ପରେ ବହିପତ୍ର ସଜାଡ଼ି ରଖନ୍ତି ନାହିଁ। କିନ୍ତୁ ପ୍ରତି ମୁହୂର୍ତ୍ତରେ ଏପରି ବ୍ୟବହାରକୁ ଆପଣ ନଜର ରଖି ସବୁ ଜିନିଷ ସଜାଡ଼ି ରଖିବା ପାଇଁ କୁହନ୍ତୁ। ଫଳରେ ବଡ଼ ହେବା ପରେ ସେମାନଙ୍କର ଅଭ୍ୟାସରେ ପରିଣତ ହେବ ଏବଂ ସେମାନେ ଶୃଙ୍ଖଳିତ ବ୍ୟବହାର କରିପାରିବେ।
ଏକାଠି ସମସ୍ତଙ୍କ ସହ ଖାଇବାକୁ ଦିଅନ୍ତୁ ଏବଂ ଖାଇବା ସମୟରେ ଠିକ୍‌ ଭାବରେ ଖାଇବା ଶିଖିପାରିବେ।
ବାହାରେ ଲୋକଙ୍କୁ ସାଧାରଣ ଭଦ୍ରାମିରେ କିପରି ବ୍ୟବହାର କରିବାକୁ ହୁଏ କୁହନ୍ତୁ।
କୌଣସି କାମ କରିବା ପୂର୍ବରୁ କିମ୍ବା କୌଣସି ସ୍ଥାନକୁ ଯିବାପୂର୍ବରୁ ଅନୁମତି ନେବାପାଇଁ ପିଲାଙ୍କୁ କୁହନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri