Posted inଜାତୀୟ

ବିରୋଧୀଙ୍କୁ ଚକ୍‌ମା ଦେଲା ଟିଡିପି: ଫସରଫାଟିଲା ରଣନୀତି

ନୂଆଦିଲ୍ଲୀ,୧୯।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଆଶାବାଦୀ ଥିଲେ ଯେ ସରକାରଙ୍କ ସବୁଠୁ ବଡ ସହଯୋଗୀ ଟିଡିପି ବାଚସ୍ପତି ପଦବୀ ପାଇଁ ଦାବି କରିବେ। ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରସଙ୍ଗରେ ଶାସକ ଏନଡିଏରେ ଅସନ୍ତୋଷର ସ୍ବର ଆଗକୁ ଆସିବାକୁ ବିରୋଧୀ ଚାହୁଁଥିଲେ। ଏହି ରଣନୀତି ଅନୁଯାୟୀ ବିରୋଧୀ ଦଳ ପ୪ରୁ କୁହାଯାଇଥିଲା, ଯଦି ଟିଡିପି ଏହି ପଦ ପାଇଁ ପ୍ରାର୍ଥୀ ଦିଅନ୍ତି, ତେବେ ତାଙ୍କୁ ସମର୍ଥନ କରିବାକୁ ବିଚାର କରାଯିବ। ତେବେ ଏହି ପଦ ପାଇଁ ଏନଡିଏରେ ସହମତି ପ୍ରକାଶ ପାଇବା ପରେ ବିରୋଧୀଙ୍କ ରଣନୀତିକୁ ଏକ ଝଟ୍‌କା ଲାଗିଛି। ଏବେ ଏହା ଦେଖିବାକୁ କୌତୁହଳପ୍ରଦ ହେବ ଯେ, ସମସ୍ତ ପରିସ୍ଥିତି ଏନଡିଏ ସପକ୍ଷରେ ଥିବା ସତ୍ତ୍ୱେ ବିରୋଧୀ ଏହାର ପ୍ରାର୍ଥୀ ଫିଲ୍ଡ କରୁଛନ୍ତି କି ନାହିଁ।
ଜୁନ ୨୬ରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଭାଜପା ବାଚସ୍ପତି ପଦବୀ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଏନଡିଏ ସହଯୋଗୀଙ୍କ ସହ କଥାବାର୍ତ୍ତା କରିବାର ଦାୟିତ୍ୱ ଦେଇଛି। ଜୁନ ୨୪ରୁ ସଂସଦ ଅଧିବେଶନ ପାଇଁ ରାଜନାଥ ସିଂଙ୍କ ଘରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପଦ ପାଇଁ ରାଜନାଥ ଏନଡିଏରେ ଏକ ସହମତି ସୃଷ୍ଟି କରିଛନ୍ତି। ଉପବାଚସ୍ପତି ପଦବୀ ବିରୋଧୀ ବଦଳରେ ସରକାରଙ୍କ ସହଯୋଗୀଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଦଳ ଏବଂ ମିଳିତ ମେଣ୍ଟର ନିଷ୍ପତ୍ତି ସମ୍ପର୍କରେ ବିରୋଧୀ ଦଳଙ୍କୁ ଅବଗତ କରାଇବା ପରେ ରାଜନାଥ ବର୍ତ୍ତମାନ ସେମାନଙ୍କ ସମର୍ଥନ ଲୋଡ଼ିବେ। ଭାଜପା ଆଶା କରୁଛି ଯେ ପରମ୍ପରା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ବାଚସ୍ପତି ପଦ ପ୍ରସଙ୍ଗରେ ବିରୋଧୀ ଏହାକୁ ସମର୍ଥନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ପାଲଟା ଧମକ ଦେଲା ଇରାନ: ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ…

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri