Categories: ବାଣିଜ୍ୟ

୭୮ହଜାରଙ୍କୁ ନିଯୁକ୍ତି ଦେବ ଟିସିଏସ୍‌

ନୂଆଦିଲ୍ଲୀ,୧୦।୧୦: କୋଭିଡ୍‌ ସଂକ୍ରମଣର ଭୟାବହତା କିଛି ପରିମାଣରେ ହ୍ରାସ ପାଇଛି। ଏହାକୁ ନଜରରେ ରଖି ଆଇଟି କମ୍ପାନୀଗୁଡ଼ିକ ନୂଆ ନିଯୁକ୍ତି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ମହାମାରୀ ଯୋଗୁ ସାରା ବିଶ୍ୱର ଆଇଟି କମ୍ପାନୀଗୁଡିକ ଓ୍ବାର୍କ ଫର୍ମ ହୋମ୍‌ ଜରିଆରେ ବର୍ତ୍ତମାନ ସମୟରେ ମଧ୍ୟ କାମ କରୁଛନ୍ତି। ଏଭଳି ସମୟରେ ଦେଶର ଅଗ୍ରଣୀ ଆଇଟି କମ୍ପାନୀ ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ଚଳିତ ବର୍ଷ ୭୮ ହଜାର ନିଯୁକ୍ତି ଦେବାକୁ ଯୋଜନା କରିଛି। କମ୍ପାନୀର ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧ ମଧ୍ୟରେ ୩୫ ହଜାର ଯୋଗ୍ୟ ପିଲାଙ୍କୁ ନିଯୁକ୍ତି ଦେବ। ସେହିଭଳି ଗତ ୬ମାସ ମଧ୍ୟରେ ଟିସିଏସ୍‌ ୪୩ ହଜାର ଯୁବ ସ୍ନାତକଧାରୀଙ୍କୁ ନିଯୁକ୍ତି ଦେଇସାରିଛି। କୋଭିଡ୍‌ ଯୋଗୁ ସାରା ବିଶ୍ୱ ଏକ ପ୍ରକାର ଡିଜିଟାଲ ବା ଅନ୍‌ଲାଇନ ପ୍ଲାଟ୍‌ଫର୍ମକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

Share