୬ କର୍ମଚାରୀଙ୍କୁ ବରଖାସ୍ତ, ୬ ବ୍ୟବସାୟ ସହଯୋଗୀ ସଂସ୍ଥା ଉପରେ ବ୍ୟାନ ଲଗାଇଲା ଟିସିଏସ୍‌

ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ନିଯୁକ୍ତି ସ୍କାମରେ ହୋଇଥିବା ଘୋଟାଲାକୁ ନେଇ ବଡ଼ ପଦକ୍ଷେପ ନେଇଛି। ଟିସିଏସ୍‌ ୬ ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଦେଇଛି। ଏହା ବ୍ୟତୀତ ୬ ଜଣ ବ୍ୟବସାୟ ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି। ଟିସିଏସ୍‌ ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ ଏହି ସୂଚନା ଦେଇଛନ୍ତି।

ବାର୍ଷିକ ସାଧାରଣ ସଭା (ଏଜିଏମ) ସମୟରେ ଶେୟାରହୋଲ୍ଡର୍ସ ପ୍ରଶ୍ନର ଉତ୍ତର ଦେବା ପାଇଁ କମ୍ପାନୀ ପ୍ରଥମ ଥର ପାଇଁ ଏହି ବିଷୟରେ ସ୍ପଷ୍ଟୀକରଣ ଦେଇଛି। ଗତ ଏକ ସପ୍ତାହ ଧରି ଏହି ପ୍ରସଙ୍ଗରେ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଥିଲା। ଶେୟାରହୋଲ୍ଡର୍ସ୍‌ଙ୍କ ସହ କଥାବାର୍ତ୍ତା କରି ଏନ ଚନ୍ଦ୍ରଶେଖରନ କହିଛନ୍ତି ଯେ, ଆମେ ୬ ଜଣ କର୍ମଚାରୀଙ୍କୁ ପାଇଛୁ ଯାହାର ଆଚରଣ ନୈତିକତା ବିରୁଦ୍ଧ ଅଟେ। ସେ କହିଛନ୍ତି ଯେ ସେ କେଉଁ ଲାଭ ପାଇଛନ୍ତି ତାହା ଆମେ କହି ପାରିବୁ ନାହିଁ। ଏନ ଚନ୍ଦ୍ରଶେଖରନ କହିଛନ୍ତି ଯେ ସେହି ୬ଜଣ କର୍ମଚାରୀ ଏବଂ ଏହିପରି ୬ଟି ବ୍ୟବସାୟିକ ସହଯୋଗୀ ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଉ ତିନିଜଣ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଚାଲିଛି।

Share