Categories: ଫୁରସତ

ପାଦରେ କରିଲେ ପ୍ରିୟ ସ୍ନିକର୍ସର ଟାଟୁ

ଜିମ୍‌ ପାଇଁ ନୂଆ ନୂଆ ସ୍ନିକର୍ସ ବାରମ୍ବାର କିଣି ୟୁକେ, ମଞ୍ଚେଷ୍ଟରର ଜଣେ ବ୍ୟକ୍ତି ବିରକ୍ତ ହୋଇ ଯାଇଥିଲେ। ଶେଷରେ ସେ ଏକ ଅଜବ ନିଷ୍ପତ୍ତି ନେଲେ। ଆଉ ନିଜର ସବୁଠୁ ପ୍ରିୟ ସ୍ନିକର୍ସର ଟାଟୁ ପାଦରେ କରାଇଲେ। ଏହି ଟାଟୁ ଡିନ୍‌ ଗୁନ୍ଥର ନାମକ ଟାଟୁ ଆର୍ଟିଷ୍ଟ କରିଛନ୍ତି। ଟାଟୁ ସତସତିକା ଲାଗିବା ପାଇଁ ସେ ବହୁତ ଚେଷ୍ଟା କରିଥିଲେ। ଆଉ ୮ ଘଣ୍ଟା ପରିଶ୍ରମ କରି ଥ୍ରୀଡି ସ୍ନିକର ଟାଟୁ ପାଦରେ କରିଲେ। ସେ ଏହାକୁ ଏମିତି ତିଆରି କରିଛନ୍ତି ଯେ, ବ୍ୟକ୍ତିଜଣକ ଖାଲି ପାଦରେ ଥିଲେ ବି ସ୍ନିକର୍ସ ପିନ୍ଧିଥିବା ପରି ଦେଖାଯିବ। ଏହି ଟାଟୁକୁ ସମସ୍ତେ ବହୁତ ପସନ୍ଦ କରୁଛନ୍ତି।

Share