Categories: ଫୁରସତ

୮ସ୍ତ୍ରୀଙ୍କ ସହ ଗୋଟିଏ ଘରେ ରୁହନ୍ତି ଟାଟୁ ଆର୍ଟିଷ୍ଟ, ଜାଣନ୍ତୁ ଜଣଙ୍କ ପରେ ଜଣେ କିପରି ପଡ଼ିଥିଲେ ପ୍ରେମରେ

ଅନେକ ଲୋକ ଗୋଟିଏ କିମ୍ବା ୨ ଟି ବିବାହ କରନ୍ତି ମାତ୍ର ଏକା ସାଥୀରେ ଜଣେ ପୁରୁଷ ୮ ଜଣ ସ୍ତ୍ରୀଙ୍କ ସହ ରହିବା ଘଟଣା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଏହି ପରି ଜଣେ ବ୍ୟକ୍ତିଙ୍କ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାଟି ଏଥି ପାଇଁ କୌତୁହଳପୂର୍ଣ୍ଣ କାରଣ ବ୍ୟକ୍ତିଙ୍କ ୮ ଜଣ ସ୍ତ୍ରୀ ଗୋଟିଏ ଘରେ ଏକ ସାଥୀରେ ଭଉଣୀ ଭଳି ରୁହନ୍ତି।
ଓଡ଼ିଆ ସେଣ୍ଟ୍ରାଲ ନାମକ ଏକ ୱେବସାଇଟ ଅନୁଯାୟୀ, ଏହି ଖବର ଥାଇଲ୍ୟାଣ୍ଡର ଜଣେ ବ୍ୟକ୍ତିଙ୍କ। ବ୍ୟକ୍ତିଙ୍କ ନାମ ହେଉଛି ଅନଗ ଡ୍ୟାମ।ଏହି ବ୍ୟକ୍ତି ବୃତ୍ତିରେ ଜଣେ ଟାଟୁ ଆର୍ଟିଷ୍ଟ । ସେ ତାଙ୍କର ୮ ସ୍ତ୍ରୀଙ୍କ ସହିତ ଗୋଟିଏ ଘରେ ରୁହନ୍ତି ।

ଅନଗ ଡ୍ୟାମ ଜଣେ ଜଣାଶୁଣା ଟାଟୁ ଆର୍ଟିଷ୍ଟ । ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ନୋଙ୍ଗ ସ୍ପ୍ରିଟ। ସେ ତାଙ୍କୁ ଏକ ବନ୍ଧୁଙ୍କ ବିବାହରେ ଭେଟିଥିଲେ ଏବଂ ଉଭୟ ପ୍ରଥମ ଦେଖାରେ ପରସ୍ପରକୁ ଭଲ ପାଇ ବସିଥିଲେ। ପରେ ସେମାନେ ବିବାହ କରିଥିଲେ ।
ଦ୍ୱିତୀୟ ସ୍ତ୍ରୀ ନୋଙ୍ଗ ଏଲଙ୍କ କାହାଣୀ ମଧ୍ୟ ଟିକିଏ ଅଲଗା । ଡ୍ୟାମ ଏବଂ ନୋଙ୍ଗ ଏକ ମାର୍କେଟରେ ଦୁହେଁ ପ୍ରେମରେ ପଡ଼ିଥିଲେ। ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତୃତୀୟ ସ୍ତ୍ରୀ ନୋଙ୍ଗ ନାନଙ୍କୁ ଧ୍ୟାମ୍‌ ଏକ ହସ୍ପିଟାଲରେ ଭେଟିଥିଲେ । ସୋସିଆଲ ମିଡିଆରେ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ତ୍ରୀଙ୍କୁ ଭେଟିଥିଲେ। ଏହି ତିନିଜଣଙ୍କ ସହ ଚାଟିଂ କରିବାବେଳେ ସେମାନେ ପ୍ରେମରେ ପଡିଥିଲେ ଏବଂ ପରେ ବିବାହ କରିଥିଲେ। ସପ୍ତମ ସ୍ତ୍ରୀଙ୍କୁ ମନ୍ଦିରରେ ଦେଖି ଥିବାବେଳେ ଛୁଟିଦିନରେ ଅଷ୍ଟମ ସ୍ତ୍ରୀ ସମସ୍ତ ସ୍ତ୍ରୀଙ୍କ ଭେଟ ହୋଇଥିଲେ। ସେଠାରେ ପ୍ରେମ ହୋଇଯାଇଥିଲା।

Share