ଟିପିଭିଏସ୍‌ଏଲ୍‌ର ଅଂଶଧନ ଅଧିଗ୍ରହଣ କରିବ ଟାଟା ଷ୍ଟିଲ୍‌

ଭୁବନେଶ୍ୱର,୨୦।୧୦ (ଅଭୟ ଦାଶ):ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ଖୁବ୍‌ଶୀଘ୍ର ଟିପି ବର୍ଦ୍ଧମାନ ସୂର୍ଯ୍ୟ ଲିମିଟେଡ୍‌ (ଟିପିଭିଏସ୍‌ଏଲ୍‌)ର ଅଂଶଧନ ଅଧିଗ୍ରହଣ କରିବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ଗୁରୁବାର ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ବିଶେଷକରି ଟାଟା ପାୱାର ରିନୁଏବଲ୍‌ ଏନର୍ଜି ଲିମିଟେଡ୍‌ (ଟିପିଆର୍‌ଇଏଲ୍‌)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଟିପି ବର୍ଦ୍ଧମାନ ସୂର୍ଯ୍ୟ ଲିମିଟେଡ୍‌ (ଟିପିଭିଏସ୍‌ଏଲ୍‌)ର ୨୬% ଅଂଶଧନ ଅଧିଗ୍ରହଣ କରିବା ନେଇ ଟାଟା ଷ୍ଟିଲ୍‌ ନିକଟରେ ଆଲୋଚନା ଶେଷ କରିଛି। ଟିପିଆର୍‌ଇଏଲ୍‌ ଓ ଟିପିଭିଏସ୍‌ଏଲ୍‌ ସହ ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯିବ। ଏପରିକି ଟିପିଭିଏସ୍‌ଏଲ୍‌ଠାରୁ ୩୭୯ମେଗାୱାଟ୍‌ ଅକ୍ଷୟ ଶକ୍ତି ସଂଗ୍ରହ କରିବା ଲାଗି ଟାଟା ଷ୍ଟିଲ୍‌ ପକ୍ଷରୁ ଏକ ଦୀର୍ଘମିଆଦୀ ସ୍ଥାୟୀ ଟାରିଫ୍‌ ଚୁକ୍ତି ସ୍ବାକ୍ଷର କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ୨୫ ବର୍ଷର ଚୁକ୍ତି ଅବଧି ମଧ୍ୟରେ ୫୦ ନିୟୁତ ଟନ୍‌ କାର୍ବନ ନିର୍ଗମନକୁ ରୋକାଯାଇପାରିବ। ସେହିଭଳି ଟିପିଭିଏସ୍‌ଏଲ୍‌ ପକ୍ଷରୁ ଏକ ୯୬୬ ମେଗାୱାଟ୍‌ର ସୌର-ପବନ ହାଇବ୍ରିଡ୍‌ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। ଏହା ଭାରତର ସର୍ବବୃହତ୍‌ ଶିଳ୍ପ ବିଦ୍ୟୁତ୍‌ ପ୍ରକଳ୍ପ ହେବ। ଅପରପକ୍ଷରେ ଜାମଶେଦପୁରଠାରେ ଟାଟା ଷ୍ଟିଲ୍‌ର ପୂର୍ବରୁ ଥିବା କୋଲଲାଭିତ୍ତିକ ବିଦ୍ୟୁତ୍‌ ଉପତ୍ାଦନର କିଛି ଅଂଶରେ ଏହା ସ୍ଥାନ ନେବ ଏବଂ ଟାଟା ଷ୍ଟିଲ୍‌ କଳିଙ୍ଗନଗର ଓ ପଞ୍ଜାବର ଲୁଧିଆନାଠାରେ ଥିବା ଇଲେକ୍ଟ୍ରିକ୍‌ ଆର୍କ ଫର୍ନାସ୍‌ର ଆବଶ୍ୟକତାକୁ ମଧ୍ୟ ତାହା ପୂରଣ କରିବ। ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଟି. ଭି .ନରେନ୍ଦ୍ରନ କହିଛନ୍ତି, ଟାଟା ପାୱାର ରିନୁଏବଲ୍‌ ଏନର୍ଜି ସହିତ ଆମର ସହଯୋଗିତା ୨୦୪୫ ସୁଦ୍ଧା ନେଟ୍‌ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ପାଇଁ ଟାଟା ଷ୍ଟିଲ୍‌ର ଦୀର୍ଘସ୍ଥାୟୀ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏପରିକି ପରିବେଶ ଉପରେ ଆମର ପ୍ରଭାବକୁ କମ୍‌ କରିବା ଏବଂ ସ୍ବଚ୍ଛ, ସବୁଜ ଶକ୍ତି ସମାଧାନ ଆଡକୁ ଅଗ୍ରସର ହୋଇ ଏକ ଉତ୍ତମ ଭବିଷ୍ୟତ ଗଠନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ। ସେହିଭଳି ଟାଟା ପାୱାରର ସିଇଓ ଏବଂ ଏମ୍‌ଡି ଡ. ପ୍ରବୀର ସିହ୍ନା କହିଛନ୍ତି, ଟାଟା ଷ୍ଟିଲ୍‌ ପାଇଁ ୨୪ ଘଣ୍ଟିଆ ହାଇବ୍ରିଡ୍‌ ଅକ୍ଷୟ ଶକ୍ତି ପ୍ଲାଣ୍ଟ ବିକାଶ କରୁଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏହା ହେଉଛି ଦେଶରେ ଅନ୍ୟତମ ସର୍ବବୃହତ୍‌ ଶିଳ୍ପ ଗ୍ରୁପ୍‌ କ୍ୟାପ୍‌ଟିଭ୍‌ କାରଖାନା ଏବଂ କାର୍ବନ ନିର୍ଗମନକୁ କମ୍‌ କରି ସ୍ବଚ୍ଛ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri