ଟିସିଏସ ପରେ ଟାଟା ଷ୍ଟିଲର ବଡ଼ କାର୍ଯ୍ୟାନୁଷ୍ଠାନ, କମ୍ପାନୀରୁ ବିଦା ହେଲେ ୩୮ କର୍ମଚାରୀ

ନୂଆଦିଲ୍ଲୀ,୬।୭: ଟିସିଏସ ପରେ ଟାଟା ଷ୍ଟିଲ ମଧ୍ୟ କମ୍ପାନୀର ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ୩୮ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଟାଟା ଷ୍ଟିଲ ଚେୟାରମ୍ୟାନ ଏନ୍‌. ଚନ୍ଦ୍ରଶେଖରନ କମ୍ପାନୀର ଏଜିଏମ୍‌ରେ ଏହି ସୂଚନା ଦେଇଛନ୍ତି। ପଦବୀର ଅପବ୍ୟବହାର, ବ୍ୟକ୍ତିଗତ ଲାଭ ପାଇଁ ନିଷ୍ପତ୍ତି ନେବା ଏବଂ କଟ୍ରାକ୍ଟ ମ୍ୟାନେଜମେଣ୍ଟ ଏଗ୍ରିମେଣ୍ଟକୁ ଉଲ୍ଲଂଘନ କରିଥିବାରୁ ଏହି କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କମ୍ପାନୀ ଏହି କର୍ମଚାରୀଙ୍କ ବିରୋଧରେ ହ୍ବିସଲ ବ୍ଲୋୟରରୁ ଅଭିଯୋଗ ଗ୍ରହଣ କରିଥିଲା। ଏହି ୩୮ କର୍ମଚାରୀଙ୍କ ମଧ୍ୟରୁ ୩୫ଜଣଙ୍କୁ ଅନୈତିକ ଅଭ୍ୟାସ ପାଇଁ ଏବଂ ତିନିଜଣଙ୍କୁ ଦୁର୍ବ୍ୟବହାର ପାଇଁ ନିଲମ୍ବିତ ହୋଇଛନ୍ତି। ଏନ୍‌. ଚନ୍ଦ୍ରଶେଖରନ କହିଛନ୍ତି ଯେ, ଗତ ଆର୍ଥିକ ବର୍ଷରେ ୨୦୨୨-୨୩ରେ ଟାଟା ଷ୍ଟିଲକୁ ୮୭୫ଟି ଅଭିଯୋଗ ଆସିଛି। ଯେଉଁଥିରେ ୧୫୮ ଜଣ ହ୍ବିସଲ ବ୍ଲୋୟରରୁ, ୪୮ଟି ସୁରକ୍ଷା ସହ ଜଡିତ, ୬୬୯ଟି ଏଚ୍‌ଆର ସହ ଜଡିତ ଏବଂ କିଛି ଅଭିଯୋଗ ଆଚରଣ ସହ ଜଡିତ ଥିଲା। ଏନ୍‌. ଚନ୍ଦ୍ରଶେଖରନ କହିଛନ୍ତି ଯେ, ଅଧିକ ଅଭିଯୋଗ ପାଇବା ଭୁଲ ନୁହେଁ କାରଣ ଏହା କମ୍ପାନୀର ଖୋଲା ସଂସ୍କୃତିକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri