Categories: ବାଣିଜ୍ୟ

ଟାଟା ସନ୍ସ-ସାଇରସ୍‌ ବିବାଦ

୨୦୧୬ ଅକ୍ଟୋବର ୨୪: ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସ ଚେୟାରମ୍ୟାନ୍‌ ପଦରୁ ହଟାଇ ରତନ ଟାଟାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା।
୨୦୧୬ ଡିସେମ୍ବର ୨୦: ସାଇରସ୍‌ ମିସ୍ତ୍ରୀଙ୍କ ସାଇରସ୍‌ ଇନ୍‌ଭେଷ୍ଟମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଷ୍ଟାର୍ଲିଂ ଇନ୍‌ଭେଷ୍ଟମେଣ୍ଟ କର୍ପୋରେଶନ୍‌ ଲିମିଟେଡ୍‌ ମୁମ୍ବାଇ ସ୍ଥିତ ଏନ୍‌ସିଏଲ୍‌ଟିଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ବହିଷ୍କାରକୁ ଚ୍ୟାଲେଞ୍ଜ କରିଥିଲା। ଏଥିସହ ସାଇରସ୍‌ଙ୍କ ସଂସ୍ଥା ସଂଖ୍ୟାଲଘୁ ଅଂଶୀଦାରଙ୍କ ପ୍ରତି ଦମନଲୀଳା ଓ ଟାଟା ଗ୍ରୁପ୍‌ର କୁପରିଚାଳନା ଅଭିଯୋଗ ଆଣିଥିଲା।
୨୦୧୭ ଜାନୁୟାରୀ ୧୨: ଟାଟା ସନ୍ସ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ଚେୟାରମ୍ୟାନ୍‌ ନିଯୁକ୍ତ କରିଥିଲା।
୨୦୧୭ ଫେବୃୟାରୀ ୬: ସାଇରସ୍‌ଙ୍କୁ ଟାଟା ସନ୍ସ ବୋର୍ଡରୁ ହଟାଇ ଦିଆଯାଇଥିଲା।
୨୦୧୭ ମାର୍ଚ୍ଚ ୬: ମିସ୍ତ୍ରୀ ପରିବାରର ଦୁଇଟି ନିବେଶ ସଂସ୍ଥା ମାମଲା ଦାଏର ପାଇଁ ଟାଟା କମ୍ପାନୀରେ ୧୦% ପାର୍ଟନରଶିପ୍‌ କ୍ରାଏଟେରିଆ ପୂରଣ କରୁ ନ ଥିବା ଦର୍ଶାଇ ଏନ୍‌ସିଏଲ୍‌ଟି ମୁମ୍ବାଇ ଆବେଦନକୁ ରଦ୍ଦ କରିଦେଇଥିଲେ।
୨୦୧୭ ଏପ୍ରିଲ ୨୭: ମିସ୍ତ୍ରୀ ପରିବାରର ଦୁଇ ଇନ୍‌ଭେଷ୍ଟମେଣ୍ଟ ଫାର୍ମ ପକ୍ଷରୁ ଏନ୍‌ସିଏଲ୍‌ଟି ମୁମ୍ବାଇ ରାୟକୁ ଏନ୍‌ସିଏଲ୍‌ଏଟିରେ ଚ୍ୟାଲେଞ୍ଜ କରାଯାଇଥିଲା।
୨୦୧୭ ସେପ୍ଟେମ୍ବର ୨୧: ଟାଟା ସନ୍ସ ବିରୋଧରେ ଦୁଇ ସଂସ୍ଥାର ଆବେଦନକୁ ଏନ୍‌ସିଏଲ୍‌ଏଟି ଖଣ୍ଡପୀଠ ଗ୍ରହଣ କରିଥିଲେ।
୨୦୧୭ ଅକ୍ଟୋବର ୫: ଏହି ମାମଲାକୁ ମୁମ୍ବାଇରୁ ଦିଲ୍ଲୀକୁ ସ୍ଥାନାନ୍ତର ଦାବିରେ ଦୁଇ ନିବେଶକାରୀ ସଂସ୍ଥା ଜାତୀୟ ରାଜଧାନୀ ସ୍ଥିତ ଏନ୍‌ସିଏଲ୍‌ଟି ପ୍ରଧାନ ଖଣ୍ଡପୀଠରେ ଆବେଦନ କରିଥିଲା।
୨୦୧୭ ଅକ୍ଟୋବର ୬: ଏନ୍‌ସିଏଲ୍‌ଟି ପ୍ରିନ୍ସିପାଲ ବେଞ୍ଚ ଆବେଦନକୁ ଖାରଜ କରିଦେଇଥିଲେ।
୨୦୧୮ ଜୁଲାଇ ୯: ମୁମ୍ବାଇର ଏନ୍‌ସିଏଲ୍‌ଟି ଖଣ୍ଡପୀଠ ସାଇରସ୍‌ଙ୍କ ଆବେଦନକୁ ଖାରଜ କରିଥିଲେ।
୨୦୧୮ ଅଗଷ୍ଟ ୩: ଏନ୍‌ସିଏଲ୍‌ଟି ମୁମ୍ବାଇ ଅର୍ଡରକୁ ନିବେଶକାରୀ ଦୁଇ କମ୍ପାନୀ ଏନ୍‌ସିଏଲ୍‌ଏଟିରେ ଚ୍ୟାଲେଞ୍ଜ କରିଥିଲା।
୨୦୧୮ ଅଗଷ୍ଟ ୨୯: ଏନ୍‌ସିଏଲ୍‌ଏଟି ସାଇରସ୍‌ଙ୍କ ଆବଦେନକୁ ଗ୍ରହଣ କରି ଶୁଣାଣି ପାଇଁ ସହମତି ପ୍ରକାଶ କରିଥିଲେ।
୨୦୧୯ ମେ’ ୨୩: ଏନ୍‌ସିଏଲ୍‌ଏଟି ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।
୨୦୧୯ ଡିସେମ୍ବର ୧୮: ଏନ୍‌ସିଏଲ୍‌ଏଟି ସାଇରସ୍‌ଙ୍କୁ ଟାଟା ସନ୍ସ ଏକ୍‌ଜିକ୍ୟୁଟିଭ୍‌ ଚେୟାରମ୍ୟାନ୍‌ ଭାବେ ପୁନଃ ଅବସ୍ଥାପିତ କରିଥିଲେ। ଏଥିସହ ଅପିଲ ପାଇଁ ଟାଟା କମ୍ପାନୀକୁ ୪ ସପ୍ତାହ ସମୟ ଦେଇଥିଲେ।
୨୦୨୦ ଜାନୁୟାରୀ ୨: ଟାଟା ସନ୍ସ ଏନ୍‌ସିଏଲ୍‌ଏଟି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।
୨୦୨୦ ଜାନୁୟାରୀ ୧୦: ଏନ୍‌ସିଏଲ୍‌ଏଟି ରାୟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ।
୨୦୨୦ ସେପ୍ଟେମ୍ବର ୨୨: ସୁପ୍ରିମକୋର୍ଟ ସାଇରସ୍‌ଙ୍କ ଶପୁରଜୀ ପାଲ୍ଲୋନଜୀ ଗ୍ରୁପ୍‌କୁ ଟାଟା ସନ୍ସରେ ୧୮% ଶେୟାର ଉପରେ ଋଣ ନେବା ପାଇଁ ବାରଣ କରିଥିଲେ।
୨୦୨୦ ଡିସେମ୍ବର ୮: ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ଶୁଣାଣି ଆରମ୍ଭ।
୨୦୨୦ ଡିସେମ୍ବର ୧୭: ସର୍ବୋଚ୍ଚ ଅଦାଲତ ଏହି ଦୀର୍ଘ ବିବାଦର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।
୨୦୨୧ ମାର୍ଚ୍ଚ ୨୬: ସୁପ୍ରିମକୋର୍ଟ ଏନ୍‌ସିଏଲ୍‌ଏଟି ରାୟକୁ ରଦ୍ଦ କରିବା ସହ ଟାଟା ଗ୍ରୁପ୍‌ ପକ୍ଷରୁ କରାଯାଇଥିବା ଆବେଦନକୁ ଗ୍ରହଣ କରିଥିଲେ।

Share