କେନ୍ଦୁଝର,୧୧।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟା ପାୱାରର କେନ୍ଦୁଝର ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକମାନଙ୍କ ଛଟେଇ ବିରୋଧରେ ତେଜିଲା ଆନ୍ଦୋଳନ I ଟାଟା ପାୱାର କେନ୍ଦୁଝର ଅଧୀନରେ କାର୍ଯ୍ୟରତ ୫୦୦ରୁ ଅଧିକ ଏବଂ ଟାଟା ପାୱାର ଉତ୍ତର ଓଡିଶା ଜୋନରେ ୧୫୦୦ରୁ ଅଧିକ କର୍ମଚାରୀଙ୍କୁ ଖର୍ଚ୍ଚ କାଟର ଦ୍ୱାହି ଦେଇ ଛଟେଇ କରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ ଶ୍ରମିକ ମାନଙ୍କ ମହଲରେ ଏକ ଆନ୍ଦୋଳନ ତେଜି ଉଠିଛି I ଯାହାର ପ୍ରତିଫଳନ ସ୍ବରୂପ ଆଜି ଶତାଧିକ କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇଛନ୍ତି I
ଯେତେବେଳେ ଟାଟା ପାୱାର ନେସ୍କୋକୁ ନେଲା ସେତେବେଳେ ୨୫% ଏଟି ଆଣ୍ଡ ସି କ୍ଷତି ହେଉଥିଲା I ଆଜି ଯୋଉ ଶ୍ରମିକ ମାନଙ୍କୁ ସେ ଛଟେଇ କରିବାକୁ ଚାହୁଁଛି ସେଇ ଶ୍ରମିକ ମାନେ ବିଗତ ଦିନରେ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଏଟି ଆଣ୍ଡ ସି କ୍ଷତିକୁ ୭% କୁ କମାଇ ପାରିଛନ୍ତି। ଯୋଉଠି ଆମର ତଳ ଶ୍ରେଣୀର କର୍ମଚାରୀ ୧୦୦୦୦ ରୁ ୧୫୦୦୦ ଦରମା ପାଉଛନ୍ତି ସେମାନଙ୍କୁ ଛଟେଇ କରିବାକୁ ଯୋଜନା କରି ନିଜର ଧଳା ହାତୀଙ୍କୁ କୋଟି କୋଟି ଟଙ୍କା ଦେଇ ରଖିଛି I
ଓଡିଶାର ଶ୍ରମିକ ମାନଙ୍କୁ ଶୋଷଣ କରି ବାହାରୁ ସହ ସହ ଅଣ ଓଡ଼ିଆଙ୍କୁ ଆଣି କୋଟି କୋଟି ଟଙ୍କା ଦେଇ ରଖୁଛି I ଯେଉଁଠି ସରକାର କହୁଛନ୍ତି ଆମେ ଚାକିରି ଦେଉଛୁ ,ସେଇ ଜାଗାରେ ଟାଟା ପାୱାର ଛଟେଇ କରୁଛି I ସେଥିପାଇଁ ଆଜି TPNODL ଅଧୀନରେ ଥିବା ୮ଟି ସଂଘକୁ ନେଇ ହେଇଥିବା ଶ୍ରମିକ ଓ କର୍ମଚାରୀ ୟୁନାଇଟେଡ଼ ଫୋରମ ଦ୍ୱାରା ଟାଟା ପାୱାରର ଶ୍ରମିକ ମାରଣା ନୀତି ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଛି I ଯଦି ଛଟେଇ ଶ୍ରମିକମାନଙ୍କର ଛଟେଇକୁ ଟାଟା ପାୱାର ପ୍ରତ୍ୟାହାର ନକରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ସଂଘ ସୂଚନା ପ୍ରଦାନ କରିଛି I ଯଦି ଏମିତି କର୍ମଚାରୀ ଛଟେଇ ହୁଅନ୍ତି ତେବେ ସରକାରଙ୍କର ଯୋଉ ଲକ୍ଷ୍ୟ ଅଛି ନିରବଛିନ୍ନ ବିଜୁଳି ଯୋଗାଇଦେବା ତାହା ସମ୍ପୂର୍ଣ୍ଣ କରିବା ଅସମ୍ଭବ I ତେଣୁ ଆପଣମାନଙ୍କ ଜରିଆରେ ଆମ କେନ୍ଦୁଝର ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ଚାହୁଁଛୁ। କେନ୍ଦୁଝର ଜିଲାର ଶ୍ରମିକଙ୍କ ସ୍ବାର୍ଥ ସହିତ ଉତ୍ତର ଓଡ଼ିଶାରେ ବିଦ୍ୟୁତ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେଇ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ I