ବିସ୍‌ଲେରିକୁ କିଣିପାରେ ଟାଟା

ନୂଆଦିଲ୍ଲୀ,୨୫।୧୧:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଟାଟା ଗ୍ରୁପ୍‌ ପ୍ରାୟ ୭୦୦୦ କୋଟି ଟଙ୍କାରେ ପ୍ୟାକେଜିଂ ଓ୍ବାଟର କମ୍ପାନୀ ବିସ୍‌ଲେରିକୁ କିଣିପାରେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଟାଟା କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍‌ (ଟିସିପିଏଲ୍‌) ପ୍ରାୟ ୬୦୦୦ରୁ ୭୦୦୦ କୋଟି ଟଙ୍କାରେ ଉକ୍ତ କମ୍ପାନୀ କିଣିବାକୁ ଯୋଜନା ପ୍ରସ୍ତୁତ କରୁଛି ବୋଲି ଜଣାପଡ଼ିଛି। ତେବେ ଟାଟା ବିସ୍‌ଲେରିକୁ କିଣିବା ପରେ ମଧ୍ୟ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ବର୍ତ୍ତମାନର ମ୍ୟାନେଜମେଣ୍ଟ ସହ କାମ କରିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ବିସ୍‌ଲେରି ମଧ୍ୟ ଥମ୍ପସ ଅପ୍‌, ଗୋଲ୍ଡ ସ୍ପଟ୍‌ ଲିମ୍‌କାକୁ କୋକାକୋଲାକୁ ଆଗରୁ ବିକ୍ରି ଦେଇଛି। ଉଲ୍ଲେଖଯୋଗ୍ୟ, ଶିଳ୍ପପତି ରମେଶ ଚୌହାନ ଉପରୋକ୍ତ କମ୍ପାନୀଗୁଡିକୁ ବିକିବାର ପ୍ରାୟ ୩ ଦଶନ୍ଧି ପରେ ବିସ୍‌ଲେରି ଇଣ୍ଟରନ୍ୟାଶନାଲକୁ ଟାଟାକୁ ବିକ୍ରି କରିବାକୁ ଯାଉଛନ୍ତି। ଚୌହାନ କହିଛନ୍ତି, ଟାଟା ଗ୍ରୁପ୍‌ ଏହାର ଆହୁରି ଭଲ ଭାବେ ବ୍ୟବସାୟିକ ବୃଦ୍ଧି କରିପାରିବ। ଅବଶ୍ୟ ବିସ୍‌ଲେରିକୁ ବିକିବା ଏକ କଷ୍ଟକର ନିଷ୍ପତ୍ତି। ହେଲେ ବିସ୍‌ଲେରିକୁ କିଣିବା ପାଇଁ ରିଲାଏନ୍ସ ରିଟେଲ ଏବଂ ନେସ୍‌ଲେ ଭଳି ଅନେକ କମ୍ପାନୀ ଆଗ୍ରହୀ ଥିଲେ। କିନ୍ତୁ ଟାଟା ସହ କଥାବାର୍ତ୍ତା ୨ ବର୍ଷରୁ ଅଧିକ ସମୟ ହେବ ଲାଗି ରହିଥିଲା ଏବଂ ସେ କିଛି ମାସ ତଳେ ଟାଟା ସନ୍ସର ଚେୟାରମ୍ୟାନ୍‌ ଏନ୍‌. ଚନ୍ଦ୍ରଶେଖରନ ଏବଂ ଟାଟା କଞ୍ଜୁମରର ସିଇଓ ସୁନୀଲ ଡି’ସୁଜାଙ୍କୁ ମଧ୍ୟ ଭେଟିଥିଲେ ଏବଂ ଟାଟା ସହ ଡିଲ୍‌ ନିଶ୍ଚିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri