ପୁଣି କାର୍ଯ୍ୟକ୍ଷମ ହେବ ଟାଟା କୋଭିଡ୍ ହସ୍ପିପିଟାଲ

ଛତ୍ରପୁର,୨୧।୪(ଡି.ଏନ୍‌.ଏ.): ଗଞ୍ଜାମରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲାବାସୀଙ୍କ ପାଇଁ ଚିନ୍ତା ବଢ଼ୁଛି। ବୁଧବାର ଗଞ୍ଜାମରୁ ୧୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷରେ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ ପୁଣି ଥରେ କାର୍ଯ୍ୟକ୍ଷମ ହେବ। ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ହାଇଟେକ ମେଡିକାଲ କଲେଜକୁ ଜିଲା ପ୍ରଶାସନ ଚିଠି ଲେଖିଛି । ଟାଟା କୋଭିଡ୍ ହସ୍ପିପିଟାଲରେ ୧୫୮ଟି ସାଧାରଣ ଶଯ୍ୟା ସହ ୫୫ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରିବାକୁ କୁହାଯାଇଥିବା ଜିଲାପାଳ ବିଜୟ ଅମୃତା କୁଳାଙ୍ଗେ ଟୁଇଟ କରି ସୂଚନା ଦେଇଛନ୍ତି।