Categories: ବାଣିଜ୍ୟ

ଟାଟାର ଗାଡ଼ି ଦର ବୃଦ୍ଧି

ନୂଆଦିଲ୍ଲୀ, ୨୪।୪: ଅଗ୍ରଣୀ କାର୍‌ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ପକ୍ଷରୁ ତାର ଗାଡ଼ିଗୁଡ଼ିକର ଦାମ୍‌ରେ ହାରାହାରି ୧.୧% ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ପକ୍ଷରୁ ଏନେଇ ଶନିବାର ଜାରି କରାଯାଇଥିବା ଏକ ବୟାନରେ ଗାଡ଼ିଗୁଡ଼ିକର ନିର୍ମାଣ ଖର୍ଚ୍ଚରେ ବୃଦ୍ଧି କାରଣରୁ ମୂଲ୍ୟ ବୃଦ୍ଧି କରାଯାଇଥିବା କୁହାଯାଇଛି। ଏହି ବର୍ଦ୍ଧିତ ଦର ଶନିବାରଠାରୁ ସାରା ଦେଶରେ କମ୍ପାନୀର ଗାଡ଼ିଗୁଡ଼ିକ ଉପରେ ଲାଗୁ ହେବ ବୋଲି ସୂଚାନ ମିଳିଛି।

Share