ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ଟସର

ମାଲକାନଗିରି,୮।୧୦(ଡି.ଏନ.ଏ.): ମହିଳାଙ୍କୁ କିପରି ଅଧିକ ସ୍ବାବଲମ୍ବୀ କରାଯିବ ଏବଂ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ସେହି ଲକ୍ଷ୍ୟ ନେଇ ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତିର ପ୍ରଚେଷ୍ଟାରେ ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା ହୋଇଛି ଟସର ତାଲିମ କେନ୍ଦ୍ର। ମାଲକାନଗିରି ଜିଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଏମ୍‌ଭି -୯୦ ଗ୍ରାମସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ହୋଇଥିବା ଟସର ତାଲିମ କେନ୍ଦ୍ରକୁ ଜିଲାପାଳ ବିଶାଲ ସିଂ ଉଦ୍‌ଘାଟନ କରିଥିଲେ। ଏହି ସମୟରେ ବିଡିଓ ଉମାଶଙ୍କର ଦଳାଇ, କାଲିମେଳା ସରପଞ୍ଚ ପୃଥୀରାଜ ମାଝି, ଓଡ଼ିଶା ଜୀବିକା ମିଶନର ବ୍ଲକ୍‌ ସଂଯୋଜକ ରତନ ଗୋଲଦାର ଉପସ୍ଥିତ ଥିଲେ। ତାଲିମ କେନ୍ଦ୍ରରେ ୩୦ଟି ମେଶିନ ମାଧ୍ୟମରେ ଟସର କୋଷାରୁ କିପରି ରେଶମ ସୂତା ପ୍ରସ୍ତୁତ କରାଯାଇପାରିବ ସେ ନେଇ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଉଛି। କାଲିମେଳା ବ୍ଲକର ବିଭିନ୍ନ ଗ୍ରାମରୁ ୩୦ ଜଣ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଗତ ୨ ତାରିଖରୁ ତାଲିମ ନେଉଛନ୍ତି। ସେମାନେ ୧ମାସ ଧରି ତାଲିମ ନେବେ ବୋଲି କହିଛନ୍ତି ଓଡ଼ିଶା ଜୀବିକା ମିଶନର ବ୍ଲକ୍‌ ସଂଯୋଜକ ଗୋଲଦାର। ଛତିଶଗଡ଼ ବିଳାସପୁର ଅଞ୍ଚଳର ଅସ୍ତିବ ମହିଳା ସମିତି ଟସର ତାଲିମ ଦେଉଛି। ଏଥିରେ ସମିତିର ମୁଖ୍ୟ ପୂଜା ବର୍ମା, ମ୍ୟାନେଜର ସଞ୍ଜୀବ କୁମାର, ଟ୍ରେନିଂ ସୁପରଭାଇଜର ରାଜକୁମାର, ଟେକ୍ନିସିଆନ ରାହୁଲ, ଭାରତୀ ସାରଥି, ଗାୟତ୍ରୀ କାଶ୍ୟପ ଓ ଖୁସପ୍ରୀତି କାଶ୍ୟପ ପ୍ରମୁଖ ସାମିଲ ଅଛନ୍ତି। ଛତିଶଗଡ଼ରୁ ଏହି ଟସର କୋଷା ଅଣାଯାଇ କୋଷାଗୁଡ଼ିକୁ ଗରମପାଣିରେ ପକାଯିବା ପରେ ସେଥିରୁ ଟସର ସୂତା ବା ରେଶମ ବାହାର କରାଯାଏ। ସେହି କୋଷାରୁ ମେଶିନ ଦ୍ୱାରା ରେଶମ ବାହାର କରି ସୂତାକୁ ସଂରକ୍ଷିତ ରଖାଯାଏ। ଏହି ସୂତାକୁ ବିଭିନ୍ନ କପଡ଼ା ଓ ଶାଢ଼ି ତିଆରିରେ ବ୍ୟବହାର କରାଯାଏ। ସରକାର ଏହି ଅଞ୍ଚଳରେ ଯଦି ଟସର ଚାଷକୁ ପ୍ରାଧାନ୍ୟ ଦେବେ ତେବେ ସୂତା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି ବୋଲି ତାଲିମ ନେଉଥିବା ମହିଳାମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri