ଟାରିଫ୍‌ ଝଡ଼

Dillip Cherian

ଟାରିଫ୍‌ ଝଡ଼କୁ ନିୟନ୍ତ୍ରଣକରିବା ପାଇଁ ବାବୁମାନେ ନିଆରା ତରିକା ଆପଣାଇଛନ୍ତି ଏବଂ ନିକଟରେ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଏହାର ଏକ ସ୍ପଷ୍ଟ ଦୃଷ୍ଟାନ୍ତ। ଟ୍ରମ୍ପ୍‌ ପ୍ରଶାସନର ଟାରିଫ୍‌ ଧମକ ଯୋଗୁ ବାଣିଜ୍ୟ ମନ୍ତ୍ରଣାଳୟ ଚଳଚଞ୍ଚଳ ହୋଇ ଉଠିଥିଲା। ପରେ ଔପଚାରିକ ଭାବେ ଟାରିଫ୍‌ ଘୋଷଣା ହେଲା। ତା’ ପରେ ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ପଡ଼ିଗଲା। କେହି ଘବରେଇବା ଦେଖାଗଲା ନାହିଁ, ବରଂ ସହଜରେ ଗ୍ରହଣ କରିନିଆଗଲା। ପର୍ଯ୍ୟବେକ୍ଷକମାନେ ଦର୍ଶାଇଛନ୍ତି, ଏହା ସେମାନଙ୍କ ଶାରୀରିକ ଭାଷାରୁ ସ୍ପଷ୍ଟ ହେଉଥିଲା। ଏପରିକି ସହକାରୀ କର୍ମଚାରୀମାନଙ୍କ ଗତି ଅଧିକ ମନ୍ଥର ହୋଇଯାଇଥିଲା। ଜଣେ ପୂରା କ୍ଳାନ୍ତ ବରିଷ୍ଠ ବାବୁ କହୁଥିଲେ, ଶେଷ ମୁହୂର୍ତ୍ତ ଯାଏ ଆମେ କାମ କଲୁ, କିନ୍ତୁ ଆମେରିକୀୟମାନେ ସେମାନଙ୍କ ରଣନୀତି ଓ କୌଶଳରେ ଆମଠାରୁ ଆଗକୁ ଚାଲିଗଲେ। ପ୍ରତିକ୍ରିୟାରେ ଉଭୟ ଥକ୍କାପଣ ଓ ଉଦାସୀନତା ରହିଥିଲା। ଅନେକ ମାସ ଧରି ତରବରିଆ ଭାବେ ଡ୍ରାଫ୍ଟିଂ, ସମ୍ପୂର୍ଣ୍ଣ କୂଟନୀତି ଏବଂ ଗୁପ୍ତ ଆଲୋଚନା ପରେ ଆଉ କିଛି କରିବାର ନ ଥିଲା। ବର୍ତ୍ତମାନ ପାଇଁ ବ୍ୟବସ୍ଥାଗତ ପ୍ରକ୍ରିୟାଗୁଡ଼ିକ ଶାନ୍ତ ପଡ଼ିଯାଇଛି। ତେବେ ବାଣିିଜ୍ୟ ମନ୍ତ୍ରଣାଳୟର ସାଧାରଣ ଦୃଷ୍ଟିକୋଣ ହେଉଛି, ଭାରତୀୟ ରପ୍ତାନିକାରୀମାନେ ଏହି ସ୍ଥିତିରେ ବିଚାରକରି ପଦକ୍ଷେପ ନେବାର ଉପଯୁକ୍ତ ସମୟ। କିନ୍ତୁ ଏହା ହାସଲ କରିବା ସହଜ ନୁହେଁ। ନୂଆ ବଜାର କହିଲେ ନୂଆ ନୀତି , ନୂତନ ବିପଦ ରହିଛି ଏବଂ ଭାରତୀୟ ବ୍ୟବସାୟୀମାନଙ୍କ ପାଇଁ ଏଥିଲାଗି ଅଧିକ ସହଯୋଗ ଦରକାର। ବିଶେଷକରି ଆମ ବାବୁମାନେ ପଥପ୍ରଦର୍ଶକ ଓ ପ୍ରୋତ୍ସହନକାରୀ ଭାବେ ଭୂମିକା ନିଭାଇବା ଲାଗି ପ୍ରସ୍ତୁତ ହେଉଛନ୍ତି। ଏହାସହ କେବଳ କେନ୍ଦ୍ର ସକ୍ରିୟତା ଦେଖାଇନାହିଁ, ବରଂ ଏଥିରେ ରାଜ୍ୟ ସରକାରଗୁଡ଼ିକ ଯୋଗଦେଉଛନ୍ତି। ଗୁଜରାଟ ଏହାର ଆକର୍ଷଣୀୟ ଭାଇବ୍ରାଣ୍ଟ ଶୋ ସହ ନେତୃତ୍ୱ ନେବାର ସମ୍ଭାବନା ରହିଛି। ଏ କ୍ଷେତ୍ରରେ ତାମିଲନାଡୁ, କର୍ନାଟକ ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟ ପଛରେ ନାହାନ୍ତି ।
କୂଟନୈତିକ ଅଦଳବଦଳ
ଭାରତୀୟ କୂଟନୈତିକ ସଂସ୍ଥାର ସର୍ବୋଚ୍ଚ ସ୍ତରରେ ଏକ ସୂକ୍ଷ୍ମ ତଥା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି। ନିଧି ତିଓ୍ବାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି। ତେବେ ତାଙ୍କ ପୂର୍ବରୁ ଥିବା ଅଧିକାରୀ ବିବେକ କୁମାରଙ୍କୁ ସମ୍ଭବତଃ ଡେପୁଟି ହାଇ କମିଶନର ଭାବେ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନରେ ନିଯୁକ୍ତ କରାଯିବ ବୋଲି ଅମଲାତାନ୍ତ୍ରିକ ପରିସରରେ ଗୁଞ୍ଜରଣ ଉଠୁଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ସହ ନିବିଡ଼ ଭାବେ ଜଡ଼ିତ ଥିବା ଅଭିଜ୍ଞ କୂଟନୀତିଜ୍ଞ କୁମାରଙ୍କ ପାଇଁ ଏଭଳି ନିଯୁକ୍ତି ଏକ ସ୍ବାଭାବିକ ପଦକ୍ଷେପ। ସେ ପିଏମ୍‌ଓରେ ଉପ ସଚିବ ଭାବେ ୨୦୧୪ରେ ପ୍ରଥମେ ନିଯୁକ୍ତ ହୋଇଥିଲେ ଏବଂ ଏହି ବର୍ଷ ତିଓ୍ବାରୀ ବି ବୈଦେଶିକ ସେବାରେ ଯୋଗଦେଇଥିଲେ। ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିଲେ। ତାଙ୍କର ଉଭୟ ପ୍ରଯୁକ୍ତିଗତ ଓ କୂଟନୈତିକ ଦାୟିତ୍ୱର ଅଭିଜ୍ଞତା ରହିଛି। ଏହା ପୂର୍ବରୁ ସେ ରୁଷିଆ ଓ ଅଷ୍ଟ୍ରେଲିଆରେ ନିଯୁକ୍ତ ହୋଇଥିବାରୁ ତାଙ୍କର ବୈଶ୍ୱିକ ଅଭିଜ୍ଞତା ଅଛି ଏବଂ ଯଦି ଲଣ୍ଡନରେ ଦାୟିତ୍ୱ ଗ୍ରହଣ କରନ୍ତି ତାଙ୍କ ପାଇଁ ଲାଭଦାୟକ ହେବ। ଏହି ସମୟରେ ତିଓ୍ବାରୀଙ୍କ ପଦୋନ୍ନତି ଏକ ନୂଆ ପରିବର୍ତ୍ତନକୁ ସୂଚିତକରେ। ନିରସ୍ତ୍ରୀକରଣ ଏବଂ ଅନ୍ତଃରାଷ୍ଟ୍ରୀୟ ସୁରକ୍ଷା କ୍ଷେତ୍ରରେ ଭଲ କାମ ପାଇଁ ଜଣାଶୁଣା ତିଓ୍ବାରୀ ଏବେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ଭାବେ ଯୋଗ ଦେବା କେବଳ ପିଏମ୍‌ଓରେ ଜଣେ ନୂଆ ମୁହଁର ସଙ୍କେତ ଦେଉନାହିଁ ବରଂ ଭାରତର ବହିର୍ବ୍ୟାପାର କାର୍ଯ୍ୟକଳାପକୁ ସଞ୍ଚାଳନ କରିବାରେ ଏକ ନୂଆ ରଣନୀତିକ ପଦକ୍ଷେପ ବୋଲି ବୁଝିବାକୁ ହେବ।
ନିୟମକୁ ଅଣଦେଖା
ନୀତିନିୟମକୁ ଅଣଦେଖା କରୁଥିବା ବରିଷ୍ଠ ବାବୁମାନଙ୍କ ପରିଣାମ ଯାହା ହୁଏ ତାହା ଆମେ ଜାଣୁ। ୨୦୨୪ରେ ୯୧ ଏବଂ ୨୦୨୩ରେ ୭୩ ଜଣ ଆଇଏଏସ୍‌ ଅଧିକାରୀ ନିୟମକୁ ଉପେକ୍ଷାକରି ସେମାନଙ୍କ ଇମୁଭେବଲ ପ୍ରପର୍ଟି ରିଟର୍ନସ୍‌ (ଆଇପିଆର୍‌ଏସ୍‌) ଫାଇଲିଂ ବା ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ତଥ୍ୟ ଦାଖଲ କରିବାରେ ବିଫଳ ହୋଇଛନ୍ତି। ଏକ ସଂସଦୀୟ କମିଟି ଏହା ପାଇଁ କଠୋର ଦଣ୍ଡ ଦାବି କରିଛି। ଆଇପିଆର୍‌ ପାଇଲିଂ ଏକ ମୌଳିକ ଉତ୍ତରଦାୟିତ୍ୱ ଯାଞ୍ଚ, ସ୍ବଚ୍ଛତା ଗ୍ୟାରେଣ୍ଟି ଭାବେ କାମ କରେ। କିନ୍ତୁ ଆଇପିଆର୍‌ ଫାଇଲ କରୁ ନ ଥିବା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତ ପାଇଁ ବିଚାରକୁ ନିଆଯାଇପାରିବ ନାହିଁ , କାରଣ ସେମାନଙ୍କର ଭିଜିଲାନ କ୍ଲିୟରାନ୍ସ ନ ଥାଏ। କେତେଜଣ ବାବୁ ଲଗାତର ଭାବେ ବର୍ଷ ବର୍ଷ ଧରି ନିୟକକୁ ଅଣଦେଖା କରିଆସୁଛନ୍ତି। ଚେତାବନୀ ସେମାନଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ଏଣୁ ସଂସଦୀୟ କମିଟି ଏକ କେନ୍ଦ୍ରୀକୃତ ଅନୁପାଳନ ଟ୍ରାକିଂ ସିଷ୍ଟମ ପାଇଁ ସୁପାରିସ କରିଛି। କିନ୍ତୁ ଶାସନର ସବୁଠୁ ବଡ଼ ସମସ୍ୟା ହେଉଛି ଏବେ ୧,୩୧୬ ଆଇଏଏସ୍‌ ଅଧିକାରୀଙ୍କ ଅଭାବ। ଭାରତର ଶାସନ ବ୍ୟବସ୍ଥାରେ ସ୍ବୀକୃତ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ୬,୮୫୮। ସେଥିରୁ ୪,୭୮୧ ପ୍ରତ୍ୟକ୍ଷ ନିଯୁକ୍ତରୁ କେବଳ ୩,୯୮୭ ଟି ହୋଇଛି, ଯାହା ଚିନ୍ତାଜନକ । ୨,୦୭୭ କୋଟାରୁ ୧,୫୫୫ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ପ୍ରମୋଟିଙ୍କ ସ୍ଥିତି ଆହୁରି ଖରାପ। ଏଭଳି ସ୍ଥିତିରେ ପ୍ରଶାସନିକ ଦକ୍ଷତା ପ୍ରଭାବିତ ହେଉଛି। ଅଧିକାରୀଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ରହୁଛି ଏବଂ ନୀତି ନିର୍ଦ୍ଧାରଣରେ ବିଳମ୍ବ ଘଟୁଛି। ଖାଲିଥିବା ପଦବୀ ପୂରଣ ପାଇଁ ରାଜ୍ୟଗୁଡ଼ିକ ଏ କ୍ଷେତ୍ରରେ ପଦକ୍ଷେପ ନେବା ଉଚିତ। ପଦୋନ୍ନତି ପାଇ ଯେଉଁମାନେ ଯୋଗ ଦେବାକୁ ବିଫଳ ହେଉଛନ୍ତି ସେମାନଙ୍କୁ ଦଣ୍ଡିତ କରିବା ସକାଶେ କମିଟି ପରାମର୍ଶ ଦେଲେ ତାହା ଚୂଡ଼ାନ୍ତ ପଦକ୍ଷେପହୋଇପାରନ୍ତା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri