Posted inଜାତୀୟ

ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି, ମୋଗଲଙ୍କ ସହ କଲେ ତୁଳନା

ନୂଆଦିଲ୍ଲୀ,୧୨।୪: ବିରୋଧୀ ଦଳଙ୍କ ମନରେ ରହିଛି ମୋଗଲ ମାନସିକତା, ଭୋଟ ବ୍ୟାଙ୍କ ପକ୍କା କରିବା ପାଇଁ ଏମାନେ ସନାତନ ଧର୍ମକୁ ବାରମ୍ବାର ଅପମାନ କରୁଥିବା ବେଳେ ହିନ୍ଦୁ ମାନଙ୍କ ଆଧ୍ୟାତ୍ମିକ ମାନସିକତାକୁ କୁଠାରଘାତ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଜମ୍ମୁ କଶ୍ମିର ଉଦ୍ଧମପୁରରେ ଆୟୋଜିତ ଭାଜପାର ନିର୍ବାଚନୀ ରାଲିରେ ଯୋଗ ଦେଇ କିଛି ଏଭଳି କହି ବିରୋଧୀ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ପବିତ୍ର ଶ୍ରାବଣ ମାସରେ ଭାରତଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ମଟନ ରାନ୍ଧିବା ଏବଂ ଦୁଇ ଦିନ ତଳେ ନବରାତ୍ରୀର ପ୍ରଥମ ଦିନରେ ତେଜସ୍ବୀ ଯାଦବ ମାଛ ଖାଇବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଏମାନଙ୍କଠାରେ ଏବେ ବି ମୋଗଲ ମାନସିକତା ବଞ୍ଚିି ରହିଛି ବୋଲି କହିଛନ୍ତି । ଭାରତୀୟ ଲୋକଙ୍କ ଭାବନା ସହ ଖେଳିବା ଇଣ୍ଡିଆ ମେଣ୍ଟ ଓ କଂଗ୍ରେସର ଅଭ୍ୟାସରେ ପରିଣତ ହୋଇଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ସାରେ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ଜୋରଦାର ହେବ…

ଭୁବନେଶ୍ୱର,୩୧।୧: ଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri