Posted inଜାତୀୟ

ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ କଶ୍ୱୀରରେ ବଢୁଛି ଟାର୍ଗେଟ କିଲିଂ

ଜମ୍ମୁ,୮ ।୧୦: ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ପାକିସ୍ତାନର ଇସାରାରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବିଶେଷ କରି ଅକ୍ଟୋବରରେ ଏମିତି ଲୋକଙ୍କୁ ଟାର୍ଗେଟ କରାଯାଉଛି ଯେଉଁମାନେ ଆତଙ୍କବାଦାର ଚରମ ସୀମାରେ ପହଞ୍ଚିଥିଲେ ବି ସେମାନେ ପଳାୟନ କରି ନ ଥିଲେ । କୁହାଯାଉଛି କି କଶ୍ମୀର ପଣ୍ଡିତ, ଶିଖ ଓ ବିନା ଶିଖ ହିନ୍ଦୁଙ୍କୁ ବାଛି ବାଛି ଟାର୍ଗେଟ କରାଯାଉଛି । ତେବେ ସରକାର କଶ୍ମୀର ପଣ୍ଡିତଙ୍କ ଘର ବାହୁଡାକୁ ନେଇ ପ୍ରୟାସ ଆରମ୍ଭ କରିଥିବା ବେଳେ ପାକିସ୍ତାନ ସୀମାରେ ଅଶାନ୍ତି ପରିବେଶ ସୃଷ୍ଟି କରିବାରେ ଲାଗି ପଡିଛି । ୯୦ ଦଶକରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ କଶ୍ମୀର ପଣ୍ଡିତମାନେ ଘାଟି ଛାଡିବାକୁ ବାଧ୍ୟ ହୋଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଅଧିକାଂଶ ହତ୍ୟା ଶ୍ରୀନଗରରେ ହେଉଛି, ଯାହା ସୁରକ୍ଷାକର୍ମୀଙ୍କ ପାଇଁ ଚିନ୍ତାର କାରଣ ହେଲାଣି । କୁହାଯାଉଛି କଶ୍ମୀର ପଣ୍ଡିତଙ୍କ ଘାଟିକୁ ଫେରିବାର ପ୍ରୟାସ ଓ ସେମାନଙ୍କ ସମ୍ପତି ଉପରେ ହୋଇଥିବା କବଜାରୁ ପୁଣିଥରେ ମୁକୁଳାଇବାର ଯୋଜନାକୁ ଦେଖି ପାକିସ୍ତାନ ଏକ ପ୍ରକାର ଭୟ ପାଇ ଯାଇଛି । ଫଳରେ ସେ ୧୯୯୦ ଭଳି ପରିସ୍ଥିତି ଉପଜାଇବାକୁ ପ୍ରସ୍ତୁତିରେ ରହିଛି । କଶ୍ମୀତ ପଣ୍ଡିତ, ଶିଖ ଓ କଶ୍ମୀର ବାହାରର ଜନତାଙ୍କୁ ଟାର୍ଗେଟ କରିବା ସହ ମନ୍ଦିର ଭଙ୍ଗା ରୁଜା ଭଳି ଅମାନବୀୟ କାଣ୍ଡ କରୁଛି । ଏବେ ଘାଟିରେ କଶ୍ମୀର ପଣ୍ଡିତ ଓ ଅଳ୍ପସଂଖ୍ୟକଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବାକୁ ଦାୟି କରାଯାଉଛି । ପାକିସ୍ତାନ ଓ ଏହାର ଗୁଇନ୍ଦା ସଂସ୍ଥାକୁ ଚିନ୍ତା ହେଉଛି, କଶ୍ମୀରି ହିନ୍ଦୁଙ୍କୁ ପୁଣିଥରେ ଘାଟିରେ ରହିବାର ସରକାରୀ ପ୍ରୟାସ ସଫଳହେଲା ତ କଶ୍ମୀରକୁ ଅସ୍ଥିର କରିବାର ପ୍ରୟାସ ବେକାର ହୋଇଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri