ଟାର୍ଗେଟ ଆସିନି, ଧାନକିଣା ବନ୍ଦ

ପଦ୍ମପୁର, ୨୯।୧୨ (ଡି.ଏନ.ଏ) – ବରଗଡ ଜିଲା ପଦ୍ମପୁର ଉପଖଣ୍ଡରେ ମିଲର୍ସଙ୍କ ଆବଶ୍ୟକ ଟାର୍ଗେଟ ଶେଷ ହୋଇଯାଇଛି। ଫଳରେ ଉପଖଣ୍ଡର ୭୦ଟି ବିକ୍ରୟ କେନ୍ଦ୍ରରେ ହଜାର ହଜାର ପ୍ୟାକେଟ ଧାନ ପଡିରହିଛି। ନୂଆ ଟାର୍ଗେଟ ନ ଆସିଲେ ଏହି ଧାନ ଉଠି ପାରିବ ନାହିଁ। ଉପଖଣ୍ଡର ଉପାନ୍ତ ଅଞ୍ଚଳର ସ୍ଥିତ ସବୁଠାରୁ ସଙ୍ଗୀନ ରହିଛି। ସେଠାରେ ଧାନ ସଂଗ୍ରହ ଏକ ପ୍ରକାର ଠପ୍‌ ହୋଇଯାଇଛି। ବିଭାଗୀୟ ସୂଚନା ଅନୁସାରେ, ଝାରବନ୍ଧ ବ୍ଲକର ଡଭା ମାର୍କେଟ ୟାଡରେ ୫୮ ହଜାର ୯୯ ପ୍ୟାକେଟ, ଝାରବନ୍ଧ ୪୮ ହଜାର ୧୮୫, ଅମଠି ୪୩ ହଜାର, ମାଣ୍ଡୋସିଲ ଧାରୋଲରେ ୪୭ ହଜାର ୯୧୮, ଗାଇସିଲେଟ ବ୍ଲକ ଡାଙ୍ଗବାହାଲ ୟାର୍ଡରେ ୪୯ ହଜାର ୮୮୪ ପ୍ୟାକେଟ ଧାନ ବିକ୍ରି ନ ହୋଇ ପଡିରହିଛି। ସେହିପରି ପାଇକମାଳ ବ୍ଲକ ବାଦୀକଟାରେ ୪୬ ହଜାର ୨୨୩, ଲଖମରାରେ ୪୨ ହଜାର ୭୧୨ ପ୍ୟାକେଟ ଧାନ ଦୀର୍ଘଦିନ ହେଲା ପଡିରହିଛି। ସ୍ଥାନ ଅଭାବ ଏବଂ ଧାନ ଉଠି ପାରୁ ନ ଥିବାରୁ ଚାଷୀମାନଙ୍କ ବୈଧ ଟୋକନ ଥିବା ସତ୍ତ୍ବେ ସେମାନଙ୍କୁ ମଣ୍ଡିକୁ ଧାନ ନ ଆଣିବା ପାଇଁ କୁହାଯାଉଛି। ଏହି ସମସ୍ୟା ଯୋଗୁ ଉପଖଣ୍ଡର ପ୍ରାୟ ୪ହଜାର କୁଇଣ୍ଟାଲ ଧାନର ଟୋକନ ଲାପ୍‌ସ ହେବାକୁ ବସିଲାଣି। ଗତ ରବିବାର ସୁଦ୍ଧା ଉପଖଣ୍ଡର ୨୯ ହଜାର ୫୯୯ ଚାଷୀଙ୍କ ଠାରୁ ୧୫ ଲକ୍ଷ ୭୩ ହଜାର ୧୨୩ ପ୍ୟାକେଟ ଧାନ ପ୍ରଶାସନ ପକ୍ଷରୁ କିଣାଯାଇଥିବା ବେଳେ ବର୍ତ୍ତମାନ ଖୋଲା ଆକାଶ ତଳେ ପ୍ରାୟ ୧୩ ଲକ୍ଷ ପ୍ୟାକେଟ ଧାନ ପଡିରହିଛି। ଅନ୍ୟପକ୍ଷେ ମଣ୍ଡିରୁ ଧାନ ଉଠି ପାରୁ ନ ଥିବାରୁ ବେପାରୀମାନେ ସକ୍ରିୟ ହେବା ସହ ଚାଷୀଙ୍କ ଧାନକୁ ମଣ୍ଡିରୁ କିପରି କମ୍‌ ଦରରେ କିଣିବେ ସେ ନେଇ ଉଦ୍ୟମ ଚଳାଇଛନ୍ତି। ଏ ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରିପାଲଙ୍କୁ ପଚରାଯିବାରୁ ଦିନେ ଦୁଇ ଦିନ ଭିତରେ ନୂଆ ଟାର୍ଗେଟ ଆସିଲେ ଧାନ ଉଠାଣ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri