ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ବିଭିନ୍ନ ପଦବୀ ପାଇଁ ମୋଟ ୨୪ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଯୁକ୍ତ ତିନି ବିଜ୍ଞାନ ଶେଷ ବର୍ଷର ଶ୍ରେଣୀ ପ୍ରତିନିଧି ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ସୁମିତ କୁମାର ଦଳେଇଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଫଳରେ ନିର୍ବାଚନ ମଇଦାନରେ ୨୩ ଜଣ ପ୍ରାର୍ଥୀ ରହିଛନ୍ତି।

ଅଧ୍ୟକ୍ଷ ଅରବିନ୍ଦ ଦାଶଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ଡ. ପ୍ରବୀର କେଶରୀ ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଅଧ୍ୟାପକ ଡ. ରମେଶଚନ୍ଦ୍ର ସେନାପତି ଓ ଡ. ପ୍ରଦୀପ କୁମାର ସାହୁ ଉପଦେଷ୍ଟା ଭାବେ ରହିଛନ୍ତି। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ତହସିଲଦାର ବିନୋଦ କୁମାର ବେହେରା ରହିଥିବା ବେଳେ ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସଭାପତି ପଦବୀ ପାଇଁ ଅଙ୍କିତ ପ୍ରଧାନ, ଦୀପ୍ତିମୟୀ ଦାଶ, ଗୋପାଳକୃଷ୍ଣ ବେହେରା ଓ ଜିତେନ୍ଦ୍ର କୁମାର ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ଉପସଭାପତି ପଦବୀ ପାଇଁ ଭବାନୀ ବେହେରା, ହିମାଂଶୁ ବେହେରା ଓ ଶୁଭଙ୍କର ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସାଧାରଣ ସମ୍ପାଦକ ପଦବୀ ପାଇଁ ଆଦିତ୍ୟ ଦୋରା, ଅନୀଲ ଗୌଡ଼ ଓ କୁଳମଣି ବେହେରା ପ୍ରାର୍ଥୀ ହୋଇଛନ୍ତି। ସହସମ୍ପାଦକ ପଦବୀ ପାଇଁ ଦେବାଶିଷ ସାହୁ ନିର୍ଦ୍ଦ୍ୱନ୍ଦ୍ୱରେ ରହିଛନ୍ତି।

ସେହିପରି କ୍ରୀଡ଼ା ସଂସଦ ସମ୍ପାଦକ ପଦବୀ ପାଇଁ ସନ୍ତୋଷ ବେହେରା, ରାଜେଶ ଗୌଡ଼ ଓ ଶୁଭମ କୁମାର ମୁନି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନାଟ୍ୟ ସଂସଦ ସମ୍ପାଦକ ପଦବୀ ପାଇଁ ଶୁଭମ ବେହେରା, ବି. କିଶୋରୀ ପାତ୍ର ଓ ବର୍ଷାରାଣୀ ବେହେରା ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଆ ସାହିତ୍ୟ ସମାଜ ସମ୍ପାଦକ ପଦବୀ ପାଇଁ ଧନ୍ୱନ୍ତରୀ ଗୌଡ଼ ଏବଂ ବିଜ୍ଞାନ ବିଭାଗ ସମ୍ପାଦକ ପଦବୀ ପାଇଁ ସତ୍ୟଜିତ ପାତ୍ର ନିର୍ଦ୍ଦ୍ୱନ୍ଦ୍ୱରେ ରହିଛନ୍ତି।

ଛାତ୍ର ପ୍ରକୋଷ୍ଠ ପ୍ରତିନିଧି ପଦବୀ ପାଇଁ ରାଜା ସେଠୀ ଓ ବି. ମୃତ୍ୟୁଞ୍ଜୟ ପାତ୍ର ପ୍ରାର୍ଥୀ ହୋଇଥିବା ବେଳେ ଛାତ୍ରୀ ପ୍ରକୋଷ୍ଠ ପ୍ରତିନିଧି ପଦବୀ ପାଇଁ ସୁମିତ୍ରା ଗୌଡ଼ ଓ ବର୍ଷାରାଣୀ ଗୌଡ଼ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିବା ବେଳେ ସଭାପତି ପଦବୀକୁ ନେଇ ରୋଚକ ଲଢ଼େଇ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ତିନୋଟି ପଦବୀରେ ପ୍ରାର୍ଥୀମାନେ ନିର୍ଦ୍ଦ୍ୱନ୍ଦ୍ୱରେ ରହିଥିବା ନିର୍ବାଚନ ଅଧିକାରୀ ଡ. ପ୍ରବୀର କେଶରୀ ପ୍ରଧାନ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share