Categories: ବାଣିଜ୍ୟ

ତନିସ୍କର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୨।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ତନିସ୍କ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ଅଭିଯାନ ‘ଗୋଲ୍‌ଡ ଏକ୍ସଚେଞ୍ଜ ପଲିସି’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଚଳିତ ବର୍ଷର ବିବାହଋତୁରେ ତନିସ୍କର ନୂତନ ‘ଗୋଲ୍‌ଡ ଏକ୍ସଚେଞ୍ଜ ପଲିସି’ ଆଜିର ପରିବର୍ତ୍ତିତ ବଜାରରେ ବଧୂମାନଙ୍କ ପାଇଁ ଭରସା, ସ୍ବଚ୍ଛତା ଏବଂ ଅଦ୍ୱିତୀୟ ମୂଲ୍ୟର ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରିଛି। ଏପରିକି ପ୍ରତି ଘଣ୍ଟାରେ ୧୦୦ ରୁ ଅଧିକ ଗ୍ରାହକ ତନିସ୍କର ‘ଗୋଲ୍‌ଡ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରେ ଯୋଡ଼ିହେଉଛନ୍ତି। ସେହିଭଳି ଆଗାମୀ ବିବାହ ମାସଗୁଡ଼ିକରେ ୩୫ଲକ୍ଷରୁ ଅଧିକ ବିବାହ ହେବାକୁ ଯାଉଥିବାବେଳେ ତନିସ୍କର ‘ଗୋଲ୍‌ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ ଗ୍ରାହକଙ୍କୁ ସେମାନଙ୍କ ପୁରୁଣା ସୁନାର ସର୍ବୋତ୍ତମ ମୂଲ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଉଛି। ଅପରପକ୍ଷରେ କମ୍ପାନୀର ନୂତନ ସୁନା ବଦଳ ନୀତି ଦ୍ୱାରା ଗ୍ରାହକମାନେ ସେମାନଙ୍କର ପୁରୁଣା ସୁନା ବଦଳାଇ ତନିସ୍କର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ନୂଆ ସୁନାଗହଣାକୁ ଅପ୍‌ଗ୍ରେଡ୍‌ ହୋଇପାରିବେ। ବିଶେଷକରି ଦେଶର ଯେକୌଣସି ପ୍ରାନ୍ତ ଓ ଗହଣା ଷ୍ଟୋରରୁ କିଣାଯାଇଥିବା ୨୨ କ୍ୟାରେଟ୍‌ ଏବଂ ତଦ୍ଦୂଦ୍ଧ୍ୱର୍ର୍ କ୍ୟାରେଟ୍‌ଯୁକ୍ତ ପୁରୁଣା ସୁନାର ୧୦୦% ବଦଳ ମୂଲ୍ୟ ମଧ୍ୟ ଗ୍ରାହକମାନେ ପାଇପାରିବେ। ଏ ସମ୍ପର୍କରେ ତନିସ୍କର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ(ପୂର୍ବ) ଆଲୋକ ରଞ୍ଜନ କହିଛନ୍ତି, ଚଳିତ ତ୍ରୈମାସରେ ଥିବା ବିବାହ ଋତୁକୁ ନେଇ ଆମେ ଅତ୍ୟନ୍ତ ଆଶାବାଦୀ ଅଛୁ। ଏପରିକି ବିବାହ ଗହଣା ସେଗ୍‌ମେଣ୍ଟରେ ବୃହତ୍‌ ଚାହିଦା ଆଶା କରୁଥିବାବେଳେ ଭାରତର ପାରମ୍ପରିକ ବିବାହରେ ସୁନାଗହଣା ଏକ ଅବିଚ୍ଛେଦ୍ୟ ଅଂଶ ସହ ଏ ବର୍ଗରେ ବ୍ୟାପକ ସମ୍ଭାବନା ରହିଛି।

Share