ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ କଟକ ସିଡିଏସ୍ଥିତ ସେକ୍ଟର-୧ ଷ୍ଟୋରକୁ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ପୂର୍ବ କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଆଲୋକ ରଞ୍ଜନ, ବିଜ୍‌ନେସ୍‌ ଆସୋସିଏଟ ମନଜିତ ସିଂହ ଓ ବିଜ୍‌ନେସ୍‌ ଆସୋସିଏଟ ଅବିନାଶ ଛପୋଲିଆ ଉଦ୍‌ଘାଟନ କରିଛନ୍ତି। ସେହିପରି ଗୁରୁବାର ଢେଙ୍କାନାଳ କୁଞ୍ଜକାନ୍ତ ନିକଟ କଲେଜ ରୋଡ୍‌ସ୍ଥିତ ଷ୍ଟୋରକୁ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ, ପୂର୍ବ କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଆଲୋକ ରଞ୍ଜନ ଓ ବିଜ୍‌ନେସ୍‌ ଆସୋସିଏଟ ଅଙ୍କିତ ପୋଦ୍ଦାର ଉଦ୍‌ଘାଟନ କରିଥିଲେ। ନୂଆ ଷ୍ଟୋର ଖୋଲିବା ଅବସରରେ କମ୍ପାନୀ ପକ୍ଷରୁ ସ୍ବତନ୍ତ୍ର ଅଫର ପ୍ରଦାନ କରାଯାଉଛି ।
ଗ୍ରାହକମାନେ ସୁନା ଅଳଙ୍କାର ଏବଂ ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ଏବଂ ଭାରତର କୌଣସି ଗହଣା ବ୍ୟବସାୟୀଙ୍କଠାରୁ କିଣାଯାଇଥିବା ପୁରୁଣା ସୁନା ଉପରେ ୧୦୦% ମୂଲ୍ୟ ପାଇପାରିବେ ବୋଲି ଘୋଷଣା କରାଯାଇଛି। ଅତିରିକ୍ତ ଭାବେ ଗ୍ରାହକମାନେ ସୁନା ଅଳଙ୍କାର କ୍ରୟ ଉପରେ ପ୍ରତି ଗ୍ରାମରେ ୧୦୧ ଟଙ୍କା ରିହାତି ପାଇପାରିବେ । ଏହି ଅଫର ୨୦୨୪ ଅକ୍ଟୋବର ୧୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ବୈଧ ରହିବ। ମୋଟ ୧୪,୨୦୦ ବର୍ଗଫୁଟ ପରିମିତ ଏହି ବୃହତ୍‌ ଫର୍ମାଟ ଷ୍ଟୋରଗୁଡ଼ିକରେ ସୁନା,   ହୀରା, କୁନ୍ଦନ ଏବଂ ପୋଲକି ସମେତ ସ୍ବତନ୍ତ୍ର ଡିଜାଇନର ଗହଣା ଉପଲବ୍ଧ ହୋଇଛି। ଏହି ଷ୍ଟୋରଗୁଡ଼ିକରେ ‘ଦୋର’  ଓ ‘ନବ-ରାନୀ’ ଭଳି କଲେକ୍ସନ ରହିଛି। ଏହାବ୍ୟତୀତ ଏହି ଷ୍ଟୋରଗୁଡ଼ିକରେ ‘ଷ୍ଟ୍ରିଙ୍ଗ୍‌ ଇଟ୍‌’ ସହିତ  ‘ଗ୍ଲାମଡେଜ’ ସହ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଗହଣା ‘ଅବୀର’ ଏବଂ  ବିବାହ ଉସତ୍ବ ପାଇଁ ସ୍ବତନ୍ତ୍ର ଅଳଙ୍କାର ସବ୍‌-ବ୍ରାଣ୍ଡ ‘ରିଭା’ କଲେକ୍ସନ ରହିଛି।
ଉଦ୍‌ଘାଟନୀ ଅବସରରେ ପୂର୍ବାଞ୍ଚଳ ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ସୋମପ୍ରଭ ସିଂହ କହିଛନ୍ତି,  ତନିସ୍କରେ ଗ୍ରାହକ ସନ୍ତୋଷ ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଓଡ଼ିଶାରେ ଏକ ପ୍ରିୟ ଗହଣା ବ୍ରାଣ୍ଡ ଭାବେ ଆମେ ଆମର ଉକତ୍ୃଷ୍ଟ ସଂଗ୍ରହକୁ ଅଧିକ ସୁଲଭ କରିବା ପାଇଁ ସମର୍ପିତ।

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri