ଭାଇରାଲ ହେଲା ରାଣୀ ପ୍ରିୟଦର୍ଶିନୀଙ୍କ ଡମ୍ବରୁ ଧରି ତାଣ୍ଡବ ନାଚ: କହିଲେ ଏଥର ଖଣ୍ଡଗିରିରେ ମୁଁ କରିବି…

ଭୁବନେଶ୍ୱର,୬ା୨: ଖଣ୍ଡଗିରି ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଗୁରୁବାର ତୃତୀୟ ଦିନରେ ସାଧୁସନ୍ଥଙ୍କ ମନ୍ତ୍ରଧ୍ୱନି ସହ ପୂଜାର୍ଚ୍ଚନାରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଏପରିକି ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସାଧୁସନ୍ଥମାନେ ମେଳାରେ ଯୋଗ ଦେଉଛନ୍ତି। ଅନ୍ୟପକ୍ଷେ ଆଜିଠାରୁ ଖଣ୍ଡଗିରି ଯାତ୍ରା ଆରମ୍ଭ ହୋଇଯିବ। ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବିଏମ୍‌ସି କମିଶନର ଚେତାବନୀ ଦେଇଛନ୍ତି। ପରମ୍ପରା ଓ ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ସେ କହିଛନ୍ତି। ସବୁ ଯାତ୍ରା କମିଟି ଏନେଇ ଅବଗତ କରାଯାଇଛି। ଗାଇଡଲାଇନ ଅନୁସାରେ ଯାତ୍ରା ହେବ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ଏଭଳିସ୍ଥିତିରେ ଆଇଟମ୍‌ ଗର୍ଲ ତଥା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଗୁରୁବାର ଡମ୍ବରୁ ବଜାଇ ଦୟା ନଦୀରେ ପହଞ୍ଚି ତାଣ୍ଡବ କରିଥିଲେ। ପରେ ନଦୀ ଘାଟରେ ପୂଜାର୍ଚ୍ଚନା କରି ବୁଡ଼ ପକାଇଥିଲେ। ବୁଡ ପକାଇବା ବେଳେ ହରହର ମହାଦେବ ନାରା ଦେଇଥିଲେ। ଏପରକି ଖଣ୍ଡଗିରିରେ ପ୍ରବେଶ ପାଇଁ ଗୁରୁଙ୍କ ଆଶୀର୍ବାଦ ନେବାକୁ ଦୟା ନଦୀରେ ବୁଡ଼ ପକାଇବା ପାଇ ଆସିଥିବା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏପରିକି ସେମାନେ ଠେଙ୍ଗା ଧରିଲେ ମୁଁ ଡମ୍ବରୁ ଧରି ପେଣ୍ଡାଲରେ ବୁଲିବି ବୋଲି କହିଛନ୍ତି।

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ। ଅଶ୍ଲୀଳ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ। ଏଥିପାଇଁ ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକଙ୍କ ନେତୃତ୍ୱରେ ଶହେ ଠେଙ୍ଗା ପୂଜା କରାଯାଇଛି। କେବଳ ଖଣ୍ଡଗିରି ନୁହେଁ ସାରା ଓଡ଼ିଶାରେ ଯୁବତୀଯୁବକଙ୍କ ନେତୃତ୍ୱରେ ଏଭଳି ପଦକ୍ଷେପ ନିଆଯିବ।

ଅଶ୍ଲୀଳ ପ୍ରଦର୍ଶନକାରୀଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ। ସେମାନଙ୍କ ସମେତ ଅନ୍ୟ ଯେଉଁମାନେ ଏଭଳି ଚେଷ୍ଟା କରିବେ ସଠିକ ଉତ୍ତର ପାଇବେ ବୋଲି ବିଧାୟକ ବାବୁ ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri